ନୀରଦପ୍ରଭା ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନୀରଦପ୍ରଭା ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ ନୀରଦପ୍ରଭା ପଟ୍ଟନାୟକ
୬ ଫେବୃଆରୀ ୧୯୨୬(1926-02-06)
ମୃତ୍ୟୁ ୨୩ ସେପ୍ଟେମ୍ବର, ୨୦୧୬ (୯୦ ବର୍ଷ)
ଜାତୀୟତା ଭାରତୀୟ
ପ୍ରସିଦ୍ଧି ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ
ଜୀବନସାଥି ଅନନ୍ତ ପଟ୍ଟନାୟକ
ସନ୍ତାନ ଅମରେଶ ପଟ୍ଟନାୟକ
ବାପା ମା ଦିବ୍ୟସିଂହ ପଟ୍ଟନାୟକ

ନୀରଦପ୍ରଭା ପଟ୍ଟନାୟକ(୬ ଫେବୃଆରୀ ୧୯୨୬ - ୨୩ ସେପ୍ଟେମ୍ବର ୨୦୧୬) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ୮୦ବର୍ଷର କର୍ମମୟ ସାମାଜିକ ଜୀବନୀ ମଧ୍ୟରେ ନୀରଦପ୍ରଭା, ଜଣେ ଗାଳ୍ପିକ ଓ ସମ୍ପାଦକ ଭାବରେ ଓଡ଼ିଆ ସାହିତ୍ୟରେ ନିଜର ଅବଦାନ ରଖିଛନ୍ତି ।[୧] ସେ ଉତ୍କଳ ମହିଳା ସମିତୀର ପ୍ରାକ୍ତନ ଅଧ୍ୟକ୍ଷ ମଧ୍ୟ ଥିଲେ ।

ସାହିତ୍ୟ କୃତି[ସମ୍ପାଦନା]

  • ଆଲୋଡ଼ନ
  • ମନ ନିର୍ଝର
  • ସାଆନ୍ତାଣୀ
  • ଭିତର ଅଗଣା

ପାରିବାରିକ ଜୀବନ[ସମ୍ପାଦନା]

ନୀରଦପ୍ରଭା, ସାହିତ୍ୟିକ ଦିବ୍ୟସିଂହ ପଟ୍ଟନାୟକଙ୍କ କନ୍ୟା ଓ ଗବେଷକ ସୁରସିଂହ ପଟ୍ଟନାୟକଙ୍କ ଭଉଣୀ ଥିଲେ । ସେ ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଧର୍ମପତ୍ନୀ ଓ କବି ଅମରେଶ ପଟ୍ଟନାୟକ ତାଙ୍କ ପୁତ୍ର ଅଟନ୍ତି ।[୨]

ଆଧାର[ସମ୍ପାଦନା]

  1. Snehalata Panda (୧୯୯୨). Women and Social Change in India. Ashish Publishing House. ISBN ୯୭୮-୮୧-୭୦୨୪-୪୨୩-୩. 
  2. "ନୀରଦପ୍ରଭା ଶ୍ରଦ୍ଧାଞ୍ଜଳି". ସଞ୍ଚାର ୦୨/୧୦/୨୦୧୬ ପୃଷ୍ଠା ୮-୯. http://sancharodisha.com/arch9.php. Retrieved 3 October 2016.