ଅନନ୍ତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Ananta Patnaikରୁ ଲେଉଟି ଆସିଛି)
ଅନନ୍ତ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1912-06-11)୧୧ ଜୁନ ୧୯୧୨
ଚଣାହାଟ, ପୁରୀ ଜିଲ୍ଲା
ମୃତ୍ୟୁ୧୯୮୭
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଅବାନ୍ତର (କବିତା ସଂକଳନ)
ଜୀବନସାଥୀନୀରଦପ୍ରଭା ପଟ୍ଟନାୟକ
ସମ୍ପର୍କୀୟବ୍ରହ୍ମୋତ୍ରୀ ମହାନ୍ତି (ଭଉଣୀ)[୧]
ଅମରେଶ ପଟ୍ଟନାୟକ (ପୁଅ)

ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୧୯୮୭)[୨] ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୩]

ଜୀବନୀ[ସମ୍ପାଦନା]

ଅନନ୍ତ ୧୯୧୨ ମସିହା ଜୁନମାସ ୧୧ତାରିଖ ଦିନ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ ।[୪] ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କୁ ପଢ଼ିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।

ରଚନାବଳୀ[ସମ୍ପାଦନା]

  • ଅବାନ୍ତର (କବିତା ସଂକଳନ)
  • ରକ୍ତଶିଖା (କବିତା ସଂକଳନ)
  • ଛାଇର ଛିଟା (କବିତା ସଂକଳନ)
  • ଅଲୋଡ଼ା ଲୋଡ଼ା (କବିତା ସଂକଳନ)
  • ଶାନ୍ତି ଶିଖା (କବିତା ସଂକଳନ)
  • ତର୍ପଣ କରେ ଆଜି (କବିତା ସଂକଳନ)
  • କିଞ୍ଚିତ (କବିତା ସଂକଳନ)
  • ଛବିଟିଏକୁ ଗପଟିଏ (ଶିଶୁ ସାହିତ୍ୟ)
  • କସରା ଘୋଡ଼ା (ଶିଶୁ ସାହିତ୍ୟ)
  • ରାବଣ (ନାଟକ)
  • ଚିର ଅନ୍ଧାର ରାତି (ନାଟକ)

ଅନୁବାଦ[ସମ୍ପାଦନା]

  • ଭାଗ୍ୟରୁ ଖିଏ
  • ମା: ସେ "ଗର୍କି"ଙ୍କ ଲିଖିତ ରୁଷୀୟ କ୍ଲାସିକ ବହି "The Mother"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Chakra, Shyamhari. "A Poet who defied the conventional". The New Indian Express. Retrieved 1 September 2016.[permanent dead link]
  2. "ANANTA PATNAIK". OrissaDiary. Retrieved 28 February 2015.[permanent dead link]
  3. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
  4. "ଆଜି ଜନ୍ମଦିନ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ. ସମ୍ବାଦ. ୧୧ ଜୁନ ୨୦୨୦. pp. ୨. Archived from the original on 13 June 2021. Retrieved 11 June 2020. {{cite news}}: Check date values in: |date= (help)
  5. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
  6. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13June 2021. {{cite web}}: Check date values in: |accessdate= (help)