ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
---|---|
ସ୍ଥାପିତ | ୨୬ ଜୁଲାଇ ୧୯୪୮ [୧] |
ବିସ୍ତାର | ଭାରତ |
ସ୍ଥାନ | କଟକ, ଓଡ଼ିଶା |
ସଂରଚନା | ଭାରତର ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ନିଶ୍ଚିତତା ସହିତ । |
ଅଧିକାର ପ୍ରାପ୍ତ | ଭାରତୀୟ ସମ୍ବିଧାନ |
Decisions are appealed t o | ଭାରତର ଉଚ୍ଚତମ ନ୍ୟାୟାଳୟ |
ବିଚାରପତି କାର୍ଯ୍ୟକାଳ | ୬୨ବର୍ଷ ବୟସ ପର୍ଯ୍ୟନ୍ତ |
ସଦସ୍ଯତା ସଂଖ୍ଯା | ୩୩ [୨] |
Website | http://www.orissahighcourt.nic.in |
ମୁଖ୍ୟ ବିଚାରପତି | |
ବର୍ତ୍ତମାନ | ଧୀରେନ୍ଦ୍ର ହୀରାଲାଲ ବାଘେଲା [୩] |
ନିଯୁକ୍ତି ଦିନ | ୧୩ ଅପ୍ରେଲ ୨୦୧୫ |
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶାର କଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ । ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୨ ଜଣ ବିଚାରପତି କର୍ତ୍ତବ୍ୟରତ ।
ଇତିହାସ
[ସମ୍ପାଦନା]୧୯୩୬ରେ ଓଡ଼ିଶା ପ୍ରଦେଶ (ପ୍ରୋଭିନ୍ସ) ଗଠନ ପୂର୍ବରୁ ଓଡ଼ିଶାର କେତେକାଂଶ ବଙ୍ଗଳା, କେତେକାଂଶ ବିହାର, କେତେକାଂଶ କେନ୍ଦ୍ରୀୟ ଓ ଆଉ କେତେକାଂଶ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା । ୧୯୧୨ ମାର୍ଚ୍ଚ ୨୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ୧୯୧୬ ଫେବୃଆରୀ ୦୯ରେ ପାଟଣା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା ବିଚାର ବ୍ୟବସ୍ଥା ଦୃଷ୍ଟିରୁ ପାଟଣା ଉଚ୍ଚନ୍ୟାୟାଳୟ ଅଧୀନକୁ ଚାଲିଗଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା । ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବି କ୍ରମେ ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତାରିଖ: ୧୯୪୨ ଅଗଷ୍ଟ ୧୯)ଦ୍ୱାରା ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବା ପାଇଁ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ସି.ଏମ୍. ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାଶ ଓ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮ (Orissa High Court Order, 1948) ବଳରେ ୧୯୪୮ ଜୁଲାଇ ୨୬ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୪] ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ।[୫]
ଅଧିକାର କ୍ଷେତ୍ର
[ସମ୍ପାଦନା]ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୌଳିକ ଅଧିକାର କ୍ଷେତ୍ରସବୁ ହେଲା[୬]:
- ମୂଳ ଅଧିକାର କ୍ଷେତ୍ର:
ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ ମାଧ୍ୟମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିପାରିବେ ।
- ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର:
ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ (RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ । ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
- ପ୍ରଶାସନିକ ଅଧିକାର କ୍ଷେତ୍ର:
ଉଚ୍ଚନ୍ୟାୟାଳୟ ଏହା ଅଧୀନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବ୍ୟୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।
ମୁଖ୍ୟ ବିଚାରପତି
[ସମ୍ପାଦନା]ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି । ବର୍ତ୍ତମାନର ୩୪ତମ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ।
ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା
[ସମ୍ପାଦନା]ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା[୭]:
# | ମୂଖ୍ୟ ବିଚାରପତିଙ୍କ ନାମ | କାର୍ଯ୍ୟକାଳ |
୧ | ବୀର କିଶୋର ରାୟ | ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧ |
୨ | ବି. ଜଗନ୍ନାଥ ଦାସ | ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩ |
୩ | ଲିଙ୍ଗରାଜ ପାଣିଗ୍ରାହୀ | ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬ |
୪ | ଆର୍. ଲକ୍ଷଣ ନରସିଂହାମ | 22 ମାର୍ଚ୍ଚ 1956 – 27 ଡିସେମ୍ବର 1964 |
୫ | ଖଲୀଲ ଅହମଦ | 18 ଜାନୁଆରୀ 1965 – 5 ଅପ୍ରେଲ 1967 |
୬ | ସତ୍ୟ ଭୂଷଣ ବର୍ମନ୍ | 6 ଅପ୍ରେଲ 1967 – 30 ଅପ୍ରେଲ 1969 |
୭ | ଗତିକୃଷ୍ଣ ମିଶ୍ର | 1 ମଇ 1969 – 30 ଅକ୍ଟୋବର 1975 |
୮ | ଶିବ ନାରାୟଣ ଶଙ୍କର | 1 ନଭେମ୍ବର 1975–12 ଅକ୍ଟୋବର 1977 |
୯ | ସୁକାନ୍ତ କିଶୋର ରାୟ | 13 ଅକ୍ଟୋବର 1977–4 ନଭେମ୍ବର 1980 |
୧୦ | ରଙ୍ଗନାଥ ମିଶ୍ର | 16 ଜାନୁଆରୀ 1981 – 14 ମାର୍ଚ୍ଚ 1983 |
୧୧ | ଡମ୍ବରୁଧର ପାଠକ | 11 ଅଗଷ୍ଟ 1983 – 28 ଫେବୃଆରୀ 1986 |
୧୨ | ହରିଲାଲ ଅଗ୍ରୱାଲା | 1 ମଇ 1986 – 31 ଜୁଲାଇ 1989 |
୧୩ | ବନୱାରୀଲାଲ ହଂସାରିଆ | 22 ଫେବୃଆରୀ 1990 – 13 ଡିସେମ୍ବର 1993 |
୧୪ | ଗିରୀଶ ଠାକୁରଲାଲ ନାନାବତୀ | 31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994 |
୧୫ | ବଲ୍ଲଭଦାସ ଐଦାନ ମୋହତା | 28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995 |
୧୬ | ଶୈଳେନ୍ଦୁନାଥ ଫୁକନ୍ | 2 ଅଗଷ୍ଟ 1996 – 27 ଜାନୁଆରୀ 1999 |
୧୭ | ବିଶ୍ୱନାଥ ଅଗ୍ରୱାଲା | 18 ନଭେମ୍ବର 1999–18 ଅକ୍ଟୋବର 2000 |
୧୮ | ଏନ୍. ୱ।ଇ. ହନୁମନ୍ଥାପା | 17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001 |
୧୯ | ପି. କେ. ବାଲାସୁବ୍ରମଣ୍ୟନ | 5 ଡିସେମ୍ବର 2001 – 10 ମାର୍ଚ୍ଚ 2003 |
୨୦ | ସୁଜିତ ବର୍ମନ ରାୟ | 9 ଅପ୍ରେଲ 2003 – 27 ଜାନୁଆରୀ 2007 |
୨୧ | ଅଶୋକ କୁମାର ଗାଙ୍ଗୁଲୀ | 2 ମାର୍ଚ୍ଚ 2007 – 18 ମଇ 2008 |
୨୨ | ବଲବୀର ସିଂ ଚୌହାନ | 16 ଜୁଲାଇ 2008 – 10 ମଇ 2009 |
୨୩ | ଆଇ. ଏମ୍. କୁଦୁସୀ | 11 ମଇ 2009 – 13 ନଭେମ୍ବର 2009 (କାର୍ଯ୍ୟବାହୀ) |
୨୪ | ବିଲାଲ୍ ନାଜକି | 14 ନଭେମ୍ବର 2009 – 17 ନଭେମ୍ବର 2009 |
୨୫ | ଭି. ଗୋପାଲ ଗୌଡା | 25 ମାର୍ଚ୍ଚ 2010 - 26 ଫେବୃଆରୀ 2013 |
୨୬ | ସି. ନାଗପ୍ପାନ | 27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013 |
୨୭ | ଆଦର୍ଶ କୁମାର ଗୋଏଲ | ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪ |
୨୮ | ଅମିତାଭ ରୟ | ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫ |
୨୯ | ଧୀରେନ୍ଦ୍ର ହୀରାଲାଲ ୱାଘେଲା | ୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬ |
କାର୍ଯ୍ୟକାରୀ | ପ୍ରଦୀପ କୁମାର ମହାନ୍ତି | ୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬ |
୩୦ | ବିନୀତ ଶରଣ | ୨୬ ଫେବୃଆରୀ ୨୦୧୬[୮] - ୦୬ ଅଗଷ୍ଟ ୨୦୧୮ |
୩୧ | କେ ଏସ୍ ଜାଭେରି | ୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦ |
୩୨ | ସଞ୍ଜୁ ପଣ୍ଡା | ୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦ |
୩୩ | ମହମ୍ମଦ ରଫିକ୍ | ୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧ |
୩୪ | ଏସ୍. ମୁରଲୀଧର | ୦୪ ଜାନୁଆରୀ ୨୦୨୧ - ୭ ଅଗଷ୍ଟ ୨୦୨୩ |
୩୫ | ଶୁଭାଶିଷ ତାଳପତ୍ର | ୮ ଅଗଷ୍ଟ ୨୦୨୩ - ୩ ଅକ୍ଟୋବର ୨୦୨୩ |
୩୬ | ଚକ୍ରଧାରୀ ଶରଣ ସିଂହ | ୦୭ ଫେବୃଆରୀ ୨୦୨୪ - incumbent |
ଆଧାର
[ସମ୍ପାଦନା]- ↑ http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
- ↑ "New High Court judge takes oath - The New Indian Express". newindianexpress.com. 2013. Retrieved 6 January 2013.
the strength of judges in the Orissa High Court has gone up to 12 though 10 posts are still vacant
[permanent dead link] - ↑ "Shri Justice Dhirendra Hiralal Waghela transfered from Karnataka High Court to Orissa High Court". Retrieved 14 April 2015.
- ↑ http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg
- ↑ "Former Chief Justices of Orissa High Court". www.orissa.oriyaonline.com/. Retrieved 16 June 2015.[permanent dead link]
- ↑ "Jurisdiction, Powers and Control of High Court". Retrieved 23 June 2018.
- ↑ http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
- ↑ "Justice Saran to be sworn in as Chief Justice of Orissa HC". OdishaSunTimes.com. Retrieved 21 February 2016.
ଅଧିକ ତଥ୍ୟ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |