ଏଣ୍ଡୁରି ପିଠା
ଦେଖଣା
(Enduri Pithaରୁ ଲେଉଟି ଆସିଛି)
ଆରମ୍ଭ | |
---|---|
ଅଲଗା ନାଆଁ | ଏଣ୍ଡୁରି |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଗରମ |
ମୂଳ ଉପାଦାନ | ଚାଉଳ ଚୂନା ଓ ବିରି |
ଏଣ୍ଡୁରି ପିଠା ଏକ ଓଡ଼ିଆ ଖାଦ୍ୟ[୧] ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ପ୍ରଥମାଷ୍ଟମୀରେ ଏହି ପିଠା ଓଡ଼ିଶାର ଘରେ ଘରେ ପ୍ରସ୍ତୁତ କରାଯାଏ ।[୨]
ଉପାଦାନ
[ସମ୍ପାଦନା]ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ ।[୩] ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହିହାଣ୍ଡିକୁ ଚୁଲି ଉପରେ ରଖାଯାଏ । ଏହାକୁ ‘ ଅଥରା ହାଣ୍ଡି ’ କହନ୍ତି । ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କାଢି ଅଣାଯାଏ ଏବଂ ଏହା ହିଁ ଏଣ୍ଡୁରି ପିଠା । ଏହା ଦେଖିବାକୁ ଲମ୍ବା ଓ ନରମ ହୋଇଥାଏ । ପୁର ଏଣ୍ଡୁରି ଓଡ଼ିଶାର ଗ୍ରାମାଞ୍ଚଳରେ ବନାହେଉଥିବା ଏଣ୍ଡୁରି ପିଠାର ଏକ ଅନ୍ୟରୂପ ।
ଆଧାର
[ସମ୍ପାଦନା]- ↑ KRISHNA GOPAL DUBEY (27 September 2010). THE INDIAN CUISINE. PHI Learning Pvt. Ltd. pp. 151–. ISBN 978-81-203-4170-8.
- ↑ "The Hindu: Oriyas prefer 'Enduri Pitha' on 'Prathamashtami'". thehindu.com. Retrieved 3 December 2012.
'Enduri Pitha' a traditional delicacy of Orissa to showcase the medicinal properties of turmeric plant was prepared in most Oriya households on Monday to mark the celebration of 'Prathamashtami'
- ↑ Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
ଉଇକିମିଡ଼ିଆ କମନ୍ସରେ Enduri
ବାବଦରେ ମାଧ୍ୟମ ରହିଛି ।