ଲୁଣ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ସାଧାରଣ ଖାଇବା ଲୁଣ ବାବଦରେ । ବାକିସବୁ ପାଇଁ, ଲୁଣ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ମୃତ ସାଗରରେ ଥିବା ଲୁଣ ଗଦା ।
ପାକିସ୍ଥାନର ଖେୱରା ଲୁଣ ଖଣିରେ ଥିବା ଲାଲ ରକ୍ ସଲ୍ଟ ।

ଲୁଣ ବା ସାଧାରଣ ଲୁଣ (ଇଂରାଜୀ ଭାଷାରେ Common salt) ବା ଟେବୁଲ ସଲ୍ଟ ଏକ ପ୍ରାକୃତିକ ରାସାୟନିକ ଯୌଗିକ ପଦାର୍ଥ ଯାହାର ରାସାୟନିକ ନାମ ସୋଡ଼ିଅମ କ୍ଲୋରାଇଡ (NaCl) ଓ ଏହା ଏକ ବୃହତ୍ତର ଲବଣ ଶ୍ରେଣୀର ଅନ୍ତର୍ଭୁକ୍ତ । ପ୍ରାକୃତିକ ଲୁଣକୁ ରକ୍ ସଲ୍ଟ ବା ସୈନ୍ଧବ ଲବଣ କୁହାଯାଏ । ସମୁଦ୍ର ଜଳରେ ପ୍ରଚୁର ପରିମାଣରେ ଲୁଣ ଥାଏ ଓ ଏହା ତାହାର ମୂଖ୍ୟ ଉପାଦାନ । ସମୁଦ୍ର ଜଳର ପ୍ରତି ଲିଟରରେ ପ୍ରାୟ ୩୫ ଗ୍ରାମ କଠିନ ଲୁଣ ଥାଏ ଓ ଏହାର ଲବଣତା ୩.୫% ।

ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦ ତନ୍ତୁମାନଙ୍କରେ ପ୍ରାଣୀମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । ଲୁଣ ଏକ ସର୍ବପୁରାତନ ଖାଦ୍ୟ ସ୍ୱାଦକାରୀ ଓ ଖାଦ୍ୟ ସଂରକ୍ଷଣକାରୀ ପଦାର୍ଥ ।

କେତେକ ପୁରାତନ ପ୍ରମାଣରୁ ଜଣାଯାଏ ଲୁଣ ପ୍ରସ୍ତୁତିକରଣ ପଦ୍ଧତି ପ୍ରାୟ ୮,୦୦୦ ବର୍ଷର ପୁରୁଣା, ଯେତେବେଳେ ରୋମାନିଆ ଦେଶରେ ଭୂଗର୍ଭରୁ ଆସୁଥିବା ଝର ପାଣିକୁ ସିଝାଇ ଲୁଣ ପ୍ରସ୍ତୁତ କରାଯାଉଥିଲା; ଚୀନ ଦେଶରେ ମଧ୍ୟ ପ୍ରାୟ ସେହି ସମୟରେ ଲୁଣ ପ୍ରସ୍ତୁତି କାମ କରାଯାଇଥିଲା । ହିବୃ, ରୋମାନ, ଗ୍ରୀସ, ମିଶର ଆଦି ଦେଶମାନଙ୍କର ଲୋକମାନେ ଲୁଣକୁ ସେତେବେଳେ ଅତି ମୂଲ୍ୟବାନ ମନେ କରୁଥିଲେ । ବ୍ୟବସାୟ ନିମନ୍ତେ ଲୁଣ ଏକ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଥିଲା, ଭୂମଧ୍ୟସାଗରକୁ ଡଙ୍ଗାରେ ପାର କରି ଲୁଣ ନିଆଯାଉଥିଲା, ଓଟ ପିଠିରେ ସାହାରା ମରୁଭୂମିରେ ନିଆଯାଉଥିଲା । ଦୁର୍ଲଭ ହୋଇଥିବା ଯୋଗୁ ଲୁଣ ନିମନ୍ତେ ଯୁଦ୍ଧ ହେଉଥିଲା । ଏହା ଉପରେ ଟିକସ ବସେଇ ରାଜସ୍ୱ ଆଦାୟ କରାଯାଉଥିଲା । କେତେକ ଧାର୍ମିକ ପୂଜାରେ ଏହା ବ୍ୟବ‌ହୃତ ହେଉଥିଲା ।

ଲୁଣ ଖଣି, ସମୁଦ୍ର ପାଣି ଓ ଖଣିଜ ପଦାର୍ଥ ଥିବା ଅଗଭୀର ଜଳାଶୟରୁ ଲୁଣ ନିଷ୍କାସନ କରାଯାଏ । କଷ୍ଟିକ ସୋଡ଼ା, କ୍ଲୋରିନ ପ୍ରସ୍ତୁତିରେ ଏହା ଲାଗେ ଓ ପ୍ଲାସ୍ଟିକ, କାଗଜ ପଲ୍ପ ଓ ପଲିଭିନାଇଲ କ୍ଲୋରାଇଡ ଇତ୍ୟାଦି କେତେକ କାରଖାନାମାନଙ୍କରେ ଏହା ବ୍ୟ‌ବ‌ହାର କରାଯାଏ । ପୃଥିବୀରେ ପ୍ରସ୍ତୁତ କରାଯାଉଥିବା ୨୦୦ ନିୟୁତ ଟନ୍‌ ଲୁଣରୁ ମାତ୍ର ୬% ମାନବ ଖାଦ୍ୟ ନିମନ୍ତେ ବ୍ୟବ‌ହାର କରାଯାଏ । ଖାଦ୍ୟ ଯୋଗ୍ୟ ଲୁଣ ତିନି ପ୍ରକାର ମିଳେ; ସାମୁଦ୍ରିକ ଲୁଣ, ଖାଇବା ଲୁଣ (ଟେବୁଲ ଲୁଣ) ଯେଉଁଥିରେ ମୁଣ୍ଡା ନ ହେବା ପଦାର୍ଥ ମିଶ୍ରିତ ଥାଏ ଓ ଆୟୋଡିନ ମିଶ୍ରିତ ଲୁଣ । ରାନ୍ଧିବାରେ ଲୁଣ ମିଶାଯାଏ, ଟେବୁଲରେ ଆବଶ୍ୟକତା ଅନୁଯାୟୀ ଖାଇବାକୁ ରଖାଯାଏ ଓ ଏହା ବ୍ୟତୀତ ଅନେକ ପ୍ରସ୍ତୁତ ଖାଦ୍ୟରେ ଏହି ଥାଏ ।

ମାନବ ସ୍ୱାସ୍ଥ୍ୟ ନିମନ୍ତେ ସୋଡ଼ିଅମ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଇଲେକ୍ଟ୍ରୋଲାଇଟ ଓ ଅସମୋସିସ୍‌ ପ୍ରକ୍ରିୟାରେ ଭୂମିକା ନିର୍ବାହ କରେ । [୧][୨][୩] ଅତ୍ୟଧିକ ଲୁଣ ଖାଇଲେ ହୃତ୍‌ପିଣ୍ଡ ରକ୍ତନଳୀ ରୋଗ ହୁଏ ଯେପରିକି ଉଚ୍ଚ ରକ୍ତଚାପ ଯାହା ଉଭୟ ପିଲା ଓ ଯୁବକମାନଙ୍କୁ ହୋଇପାରେ । ଦୀର୍ଘକାଳ ଧରି ଲୁଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବର ଅନୁଶୀଳନ ଚାଲିଛି । ଲୋକପ୍ରିୟ ଲୁଣିଆ ଖାଦ୍ୟ କମ୍ ଖାଇବାକୁ ଅନେକ ସ୍ୱାସ୍ଥ୍ୟ ଆସୋସିଏସନ ଓ ବିଶାରଦମାନେ ସୁପାରିସ କରୁଛନ୍ତି ।[୩][୪] ଦୈନିକ ୬ଗ୍ରାମ ଲୁଣ (୨,୦୦୦ମିଗ୍ରା ସୋଡ଼ିଅମ) ଖାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରୁଛି ।[୫]

ଇତିହାସ[ସମ୍ପାଦନା]

ମୂଳ ଲେଖା: History of salt
ହାଲେ, ସାକ୍ସୋନି-ଆନହଲ୍ଟରେ (୧୬୭୦) ଲୁଣମରା ଚିତ୍ର

ମାନବ ବସତି ଲୁଣ ମିଳୁଥିବା ସ୍ଥାନରେ ଗଢ଼ିଉଠୁଥିଲା ଯେଉଁଠି ସେମାନଙ୍କୁ ବେପାର କରିବାକୁ ସୁବିଧା ହେଉଥିଲା ।

ଇତିହାସ ପୃଷ୍ଠାରେ ସଭ୍ୟତାର କେନ୍ଦ୍ରରେ ଲୁଣର ଉପଲବ‌ଧି ରହିଛି । ସାଲାରି (ଇଂରାଜୀ ଭାଷାରେ salary ଓ ଓଡ଼ିଆ ଭାଷାରେ ଦରମା) ଶବ୍ଦଟି ଲାଟିନ ଭାଷାରୁ ଆସିଛି; କାରଣ ରୋମାନ ସୈନିକମାନଙ୍କୁ ବେଳେବେଳେ ଦରମା ବାବଦରେ ଲୁଣ ଦିଆଯାଉଥିଲା ଯାହା ସମାନ ଓଜନର ସୁନା ସ‌ହ ସମାନ ଥିଲା । ବ୍ରିଟେନରେ ଏକଦା ଲୁଣର ଉତ୍ସ ଥିଲା ଉଇଚ (wich), ତେଣୁ ସ୍ୟାଣ୍ଡଉଇଚ, ନରଉଇଚ ଇତ୍ୟାଦି ଶବ୍ଦ ବ୍ୟବ‌ହାର ହେଉଥିଲା । ମିଶରର ନାଟ୍ରମ ଉପତ୍ୟକାରୁ ଏକ ପ୍ରକାର ଲୁଣ ଆସୁଥିବାରୁ ସେହି ଲୁଣକୁ ନାଟ୍ରନ (natron) କୁହାଯାଉଥିଲା ।

ଖ୍ରୀ:ପୂ;୫୪୦୦ରୁ ୟୁରୋପରେ ଥିବା ବୁଲଗେରିଆର ସୋଲନିଟସାଟା ସ୍ଥାନରେ ଲୁଣ ବା ସଲ୍ଟ ଖଣି ଥିବାରୁ ଏଭଳି ନାମକରଣ କରାଯାଇଛି, ଯାହାର ବର୍ତ୍ତମାନ ନାମ ବାଲକାନ ।[୬] ସୋଲନିସାଟା ଶବ୍ଦର ଅର୍ଥ ଲୁଣ କାମ ("salt works").

ବିଗତ ୧୦୦ଶହ ବର୍ଷ ଧରି ବୋତଲିକରଣ ଓ ରେଫ୍ରିଜରେସନ କରି ଖାଦ୍ୟ ସୁରକ୍ଷିତ ରଖାଯିବା ପୂର୍ବରୁ ହଜାର ହଜାର ବର୍ଷ ଧରି ମାଂସ ସୁରକ୍ଷିତ କରିବା ନିମନ୍ତେ ଲୁଣ ବ୍ୟବ‌ହାର କରାଯାଉଥିଲା ।[୭] ରୋମାନିଆର ନିଟ କଣ୍ଟ୍ରିରେ (Neamț County) ଥିବା ଲୁନ‌କା ସ୍ଥାନ ନିକଟରେ ଥିବା ଲୁଣ ଝର ପାଖରେ ପ୍ରତ୍ନତ‌ତ୍ତ୍ୱ ଖନନ ବେଳେ ଅତି ପୁରାତନ ଲୁଣ-କାମ ଅପରେଶନ ହେଉଥିବା ଆବିଷ୍କାର କରାଯାଇଛି । ପ୍ରମାଣ ମିଳୁଛି ଯେ ଖ୍ରୀ:ପୂ: ୬୦୫୦ରେ ଲୁଣ ଭର୍ତ୍ତି ଝରଣା ଜଳକୁ ପ୍ରୋସେସିଙ୍ଗ କରି ଲୁଣ ପ୍ରସ୍ତୁତ କରୁଥିଲେ ।[୮] ଏହି କାରଣରୁ ସେଠାକାର ଜନସଂଖ୍ୟାରେ ଦୃତ ବୃଦ୍ଧି ଘଟିଥିଲା [୯] ଚୀନ ଦେଶର ୟୁଞ୍ଚେଙ୍ଗ ପାଖରେ ଥିବା ଜିଏଚି ହ୍ରଦ ପୃଷ୍ଠରୁ ଲୁଣ ମରାଯାଉଥିଲା ଓ ଏହା ସର୍ବପୁରାତନ ତଦାରଖ ଯୋଗ୍ୟ ଲୁଣ କାମର ସ୍ଥାନ ।[୧୦]


ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; USDA2015 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; IOM2013 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "EFSA provides advice on adverse effects of sodium". European Food Safety Authority. 22 June 2005. Retrieved 9 June 2016. 
  5. "WHO issues new guidance on dietary salt and potassium". WHO. 31 January 2013. 
  6. LA Times
    Bulgarians find oldest European town, a salt production center
  7. Barber 1999, p. 136.
  8. Weller & Dumitroaia 2005.
  9. Weller, Brigand & Nuninger 2008, pp. 225-230.
  10. Kurlansky 2002, pp. 18–19.