ଖିରି
ଦେଖଣା
(କ୍ଷୀରିରୁ ଲେଉଟି ଆସିଛି)
ଆରମ୍ଭ | |
---|---|
ଅଲଗା ନାଆଁ | ପାୟାସମ, କ୍ଷିରମ, କ୍ଷୀର |
ମୂଳ ଜାଗା | ଭାରତ |
ଅଞ୍ଚଳ | ଭାରତୀୟ ଉପମହାଦେଶ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ, କ୍ଷୀର, ଗୁଜୁରାତି, କେସର, ପିସ୍ତା ଏବଂ ଆଲମଣ୍ଡ |
ବଦଳ | ଗୀଲ ଏ ଫିରାଡସ, ବାର୍ଲି କ୍ଷୀର, କଡୁର କ୍ଷୀର, ପାଲ, ପାୟସମ |
'ଖିରି ବା କ୍ଷୀରି ଏକ ପାରମ୍ପାରିକ ଦକ୍ଷିଣ ଏସୀୟ ଖାଦ୍ୟ । ଏହାକୁ ଚାଉଳ ବା ଭଙ୍ଗା ଗହମକୁ କ୍ଷୀରରେ ଫୁଟାଇ ସେଥିରେ କେସର, ଗୁଜୁରାତି, କିସମିସ, କାଜୁ, ପିସ୍ତା ବାଦାମ ବା ଆଲମଣ୍ଡ ଆଦି ପକାଇ ତିଆରି କରାଯାଇଥାଏ ।
ଇତିହାସ
[ସମ୍ପାଦନା]କ୍ଷୀରି ୨,୦୦୦ ବର୍ଷ ତଳେ ଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶାରେ ଜନ୍ମ ନେଇଥିଲା । ଏହା ମନ୍ଦିରରେ ପୂଜା ଓ ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।[୧]
ଆଞ୍ଚଳିକ ପ୍ରସ୍ତୁତି
[ସମ୍ପାଦନା]ଭାରତର ଭିନ୍ନ ଭିନ୍ନ ଜାଗାରେ ଏହା ଅଲଗା ଅଲଗା ଭାବରେ ଖିଆଯାଇଥାଏ ।
ଉପାଦାନ
[ସମ୍ପାଦନା]- ୧ ଲିଟର କ୍ଷୀର
- ୧/୨ କପ ବସୁମତୀ ଚାଉଳ
- ୩/୪ କପ ଖୁଆ
- ୧ କପ ଚିନି
- କିଛି କାଜୁ
- କିଛି କିସମିସ
- ଗୁଜୁରାତି ଗୁଣ୍ଡ
- ଗୁଆ ଘିଅ ୨ ଚାମଚ
- ମିଲ୍କ ମେଡ
- ପାଣି
ପ୍ରଣାଳୀ
[ସମ୍ପାଦନା]- ପ୍ରଥମେ ହାଣ୍ଡିରେ ଗୁଆ ଘିଅ ପକାଇ ଗରମ କରି ଦିଅନ୍ତୁ,ସେଥିରେ ଗୁଜୁରାତି ଗୁଣ୍ଡ ଓ ଭେଦା ଚାଉଳ ପକାଇ ୧୦ରୁ ୧୨ ମିନିଟ ଭଲ ଭାବେ ଘାଣ୍ଟି ଦିଅନ୍ତୁ ।କିଛି ଚିନି,କାଜୁ,କିସମିସ ପକାଇ ନିୟମିତ ବ୍ୟବଧାନରେ ଗୋଳାନ୍ତୁ । ମାଟିଆ ରଙ୍ଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
- ଅଳ୍ପ ପାଣି,କ୍ଷୀର (୫୦୦ ମିଲିଲିଟର) ପକାଇ ଘୋଡେଇ ଦିଅନ୍ତୁ । ମଝିରେ ମଝିରେ ଢାଙ୍କୁଣୀ ଖୋଲି ଗୋଳେଇ ଦିଅନ୍ତୁ । ଚାଉଳ ପ୍ରାୟ ଅଧାରୁ ଅଧିକ ଫୁଟିଲା ପର୍ଯ୍ୟନ୍ତ ପ୍ରଣାଳୀ ଜାରି ରଖନ୍ତୁ ।
- ଚାଉଳ ଫୁଟି ସାରିଲା ପରେ ଖୁଆ ଓ ମିଲ୍କ ମେଡ ପକାଇ ଗୋଳାନ୍ତୁ ଯେଉଁ ପର୍ଯ୍ୟନ୍ତ ଖିରୀ ବହଳିଆ ନ ହୋଇଛି ।
- ଥଣ୍ଡା କରି ଗିନାରେ ପରସି ଦିଅନ୍ତୁ ।
ପ୍ରକାର
[ସମ୍ପାଦନା]- ଚାଉଳରେ ତିଆରି କ୍ଷିରୀ: ଚାଉଳ, ଚିନି, କ୍ଷୀର ଆଦିକୁ ମିଶାଇ ଏହା ତିଆରି କରାଯାଇଥାଏ ।
- ମୁଗ କ୍ଷିରି: ଏହା ମୁଗ ଡାଲିକୁ ସିଝାଇ ସେଥିରେ ଚିନି, ଭଜା କାଜୁ, କିସମିସ ଆଦି ପକାଇ ତିଆରି କରାଯାଇଥାଏ ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ପାୟାସାମ୍ ରେସିପି Archived 2012-02-29 at the Wayback Machine.
- ପୁରୁଣା ଚାଉଲ ପୁଡିଙ୍ଗ
- ଖିରି ରେସିପି Archived 2013-02-05 at the Wayback Machine.