Jump to content

କ୍ଷୀର

ଉଇକିପିଡ଼ିଆ‌ରୁ
ଗୋଟେ ଗ୍ଲାସ କ୍ଷୀର
ଗାଈର ପୂର୍ଣ୍ଣ କ୍ଷୀର
Nutritional value per 100 g (3.5 oz)
Energy 252 kJ (60 kcal)
Carbohydrates 5.26 g
- Sugars 5.26 g
  - Lactose 5.26 g
Fat 3.25 g
- saturated 1.865 g
- monounsaturated 0.812 g
- polyunsaturated 0.195 g
Protein 3.22 g
- Tryptophan 0.075 g
- Threonine 0.143 g
- Isoleucine 0.165 g
- Leucine 0.265 g
- Lysine 0.140 g
- Methionine 0.075 g
- Cystine 0.017 g
- Phenylalanine 0.147 g
- Tyrosine 0.152 g
- Valine 0.192 g
- Arginine 0.075 g
- Histidine 0.075 g
- Alanine 0.103 g
- Aspartic acid 0.237 g
- Glutamic acid 0.648 g
- Glycine 0.075 g
- Proline 0.342 g
- Serine 0.107 g
Water 88.32 g
Vitamin A equiv. 28 μg (4%)
Thiamine (vit. B1) 0.044 mg (4%)
Riboflavin (vit. B2) 0.183 mg (15%)
Vitamin B12 0.44 μg (18%)
Vitamin D 40 IU (7%)
Calcium 113 mg (11%)
Magnesium 10 mg (3%)
Potassium 143 mg (3%)
100 ml corresponds to 103 g.[]
Percentages are relative to
US recommendations for adults.
Source: USDA Nutrient Database

କ୍ଷୀର ଏକ ତରଳ ସଫା ଦ୍ରବ୍ୟ ଯାହା ମାଈମାନଙ୍କ କ୍ଷୀରଗ୍ରନ୍ଥିରୁ ତିଆରିି । ନବଜାତ ଶିଶୁ ଅନ୍ୟ ଖାଦ୍ୟ ପଦାର୍ଥ ସେବନ କରିବାରେ ଅକ୍ଷମ ହୋଇଥିବା ପର୍ଯ୍ୟନ୍ତ କ୍ଷୀର ଉପରେ ନିର୍ଭର କରିଥାଏ । ସାଧାରଣତଃ କ୍ଷୀରରେ ୮୫ ପ୍ରତିଶତ ଜଳ ରହିଥାଏ ଏବଂ ଶେଷ ଭାଗରେ ସଠିକ ତତ୍ତ୍ୱମାନେ ଖଣିଜ ଦ୍ରବ୍ୟ ବସିକରି ରହିଥାଏ । ଗାଈ ମଇଁଷିଙ୍କ ଛଡା ବଜାରରେ ବିଭିନ୍ନ କମ୍ପାନିର ପ୍ୟାକେଟ କ୍ଷୀରବି ଉପଲବ୍ଧ ରହିଥାଏ । କ୍ଷୀର ପ୍ରୋଟିନ , କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ହୋଇଥାଏ , ଏହା ଛଡା ଏ , ଡି , କେ ଏବଂ ଈ ସହିତ ଫସଫରସ , ମ୍ୟାଗ୍ନେସିୟମ , ଆୟୋଡିନ ପରି କିଛି ଦ୍ରବ୍ୟ କିମ୍ବା ବସା ତଥା ଊର୍ଜା ମଧ୍ୟ ହୋଇଥାଏ । ଏହାଛଡା ଏଥିରେ କିଛି ଏଞ୍ଜାଇମ୍ ଏବଂ କିଛି ଜୀବିତ ରକ୍ତ କୌଶିକମାନ ମଧ୍ୟ ରହିପାରେ । []

ବିଭିନ୍ନ ଦେଶରେ କ୍ଷୀରର ଉତ୍ପାଦନ ପ୍ରକ୍ରିୟା

[ସମ୍ପାଦନା]
ସର୍ବଶ୍ରେଷ୍ଠ ୧୦ ଗାଈ କ୍ଷୀର ପ୍ରସ୍ତୁକାରକ
- ୨୦୧୨ ଭିତରେ []
Rank Country Production
(metric
tonnes)
1  United States ୯୦,୮୬୫,୦୦୦
2  ଭାରତ ୫୪,୦୦୦,୦୦୦
3  ଚୀନ ୩୭,୪୧୯,୫୦୦
4  Brazil ୩୨,୩୦୪,୪୨୧
5  ଋଷିଆ ୩୧,୫୭୬,୦୪୭
6  Germany ୩୦,୫୦୬,୯୨୯
7  France ୨୩,୯୮୩,୧୯୬
8  New Zealand ୨୦,୦୫୩,୦୦୦
9  Turkey ୧୫,୯୭୭,୮୩୭
10  United Kingdom ୧୩,୮୮୪,୦୦୦
ସର୍ବଶ୍ରେଷ୍ଠ ୧୦ ମେଣ୍ଢା କ୍ଷୀର ପ୍ରସ୍ତୁକାରକ
- ୨୦୧୨ ଭିତରେ []
Rank Country Production
(metric
tonnes)
1  ଚୀନ ୧,୫୮୦,୦୦୦
2  Turkey ୧,୦୧୦,୦୦୭
3  Syria ୭୦୩,୦୦୮
4  Greece ୬୯୯,୫୦୦
5  Romania ୬୫୦,୯୧୨
6  Somalia ୬୧୫,୦୦୦
7  Spain ୫୫୨,୫୧୭
8  ଇରାନ ୪୬୫,୦୦୦
9  Italy ୪୦୬,୧୭୭
10  Algeria ୩୩୬,୦୦୦
ସର୍ବଶ୍ରେଷ୍ଠ ୧୦ ଛେଳି କ୍ଷୀର ପ୍ରସ୍ତୁକାରକ
- ୨୦୧୨ ଭିତରେ []
Rank Country Production
(metric
tonnes)
1  ଭାରତ ୪,୮୫୦,୦୦୦
2  ବଙ୍ଗଳାଦେଶ ୨,୬୦୮,୦୦୦
3  ପାକିସ୍ଥାନ ୭୭୯,୦୦୦
4  Mali ୭୧୫,୦୦୦
5  France ୬୨୪,୦୧୬
6  Somalia ୫୦୦,୦୦୦
7  Spain ୪୪୩,୬୨୫
8  Greece ୪୦୭,୦୦୦
9  Turkey ୩୬୯,୪୨୯
10  Niger ୨୮୮,୯୭୪
ସର୍ବଶ୍ରେଷ୍ଠ ୧୦ ମଇଁଷି କ୍ଷୀର ପ୍ରସ୍ତୁକାରକ
- ୨୦୧୨ ଭିତରେ []
Rank Country Production
(metric
tonnes)
1  ଭାରତ ୬୬,୦୦୦,୦୦୦
2  ପାକିସ୍ଥାନ ୨୩,୬୫୨,୦୦୦
3  ଚୀନ ୩,୦୮୦,୦୦୦
4  Egypt ୨,୬୫୦,୦୦୦
5  Nepal ୧,୧୫୩,୮୩୮
6  ମ୍ୟାନମାର ୩୦୭,୦୦୦
7  Italy ୧୯୨,୪୫୫
8  ଇରାନ ୧୪୫,୦୦୦
9  ଶ୍ରୀଲଙ୍କା ୬୧,୭୧୦
10  Turkey ୪୬,୯୮୯

୨୦୧୨ ମସିହାରେ , କ୍ଷୀରର ପ୍ରସ୍ତୁତିକାରକ ଏବଂ କ୍ଷୀରର ଉତ୍ପନ୍ନ ପ୍ରଣାଳୀକୁ ଆମେରିକା , ଚାଇନା , ପାକିସ୍ଥାନ ଏବଂ ବ୍ରାଜିଲ ଅନ୍ତର୍ଗତ ରାଜ୍ୟ ମାନଙ୍କରୁ ଭାରତ ସାଧାରଣତଃ ଭାବେ ଅନୁସରଣ କରିଥିଲା ।[] ୨୦୧୩ ମସିହାରେ ସମସ୍ତ ୨୮ ୟୁରୋପିଆନ ସଂଘର ସଦସ୍ୟମାନେ ଏକସଙ୍ଗରେ ୧୫୩.୮ ମିଲିଅନ ଟନ୍ସ କ୍ଷୀର ଉପୁଜାଇ ଥିଲେ , ସବୁଠାରୁ ବୃହତ୍ତର ସଂଘ ଭାବେ ରାଜନୀତିଜ୍ଞ-ଅର୍ଥନୈତିକ ସଂଘ[]

ଗାଈର କ୍ଷୀର

[ସମ୍ପାଦନା]

ଗାଈ କ୍ଷୀରରେ ପ୍ରତି ଗ୍ରାମ ୩.୧୪ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ଆୟୁର୍ବେଦ ଅନୁସାରେ ଗାଈର ସତେଜ କ୍ଷୀରକୁ ଉତ୍ତମ କୁହାଯାଏ । (ବତ୍ରା ହସ୍ପିଟାଲ ଏଣ୍ଡ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର)ର ଆୟୁର୍ବେଦିକ ବିଭାଗର "ମେହର ସିଂ"ଙ୍କ ଅନୁସାରେ ଗାଈର କ୍ଷୀର ମଇଁଷିର କ୍ଷୀର ତୁଳନାରେ ମସ୍ତିଷ୍କ ପାଇଁ ଅଧିକ ଲାଭଦାୟକ ଅଟେ ।

ସର୍ବୋଚ୍ଚ ପ୍ରତି-ବ୍ୟକ୍ତି ଗାଈ କ୍ଷୀର ଉପୟୋକ୍ତା (୨୦୦୬)[]
ଦେଶ
କ୍ଷୀର
(ଲିଟର)
ପନିର
(କି.ଗ୍ରା.)
ଲହୁଣୀ
(କି.ଗ୍ରା.)
 Finland183.919.15.3
 Sweden145.518.51.0
 Ireland129.810.52.9
 Netherlands122.920.43.3
 Norway116.716.04.3
 Spain119.19.61.0
 Switzerland112.522.25.6
 United Kingdom111.212.23.7
 Australia106.311.73.7
 Canada94.712.23.3
Holstein cattle, the dominant breed in industrialized dairying today

ମଇଁଷିର କ୍ଷୀର

[ସମ୍ପାଦନା]
ସର୍ବୋଚ୍ଚ ମଇଁଷି କ୍ଷୀର ଉତ୍ପାଦକ - ୨୦୦୭[୧୦]
ଦେଶ ଉତ୍ପାଦନ
(ଟନ)
ଟିପ୍ପଣୀ
 ଭାରତ59,210,000*
 ପାକିସ୍ଥାନ20,372,000
 People's Republic of China2,900,000F
 Egypt2,300,000F
 Nepal958,603
 ଇରାନ241,500F
 ମ୍ୟାନମାର220,462
 Italy200,000F
 ଭିଏତନାମ32,000F
 Turkey30,375
 ବିଶ୍ୱ 86,574,539 A
No symbol = official figure,
F = FAO estimate,
* = Unofficial/Semi-official/mirror data,
A = Aggregate

ମଇଁଷି କ୍ଷୀରରେ ପ୍ରତି ଗ୍ରାମ ୦.୬୫ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ମଇଁଷି କ୍ଷୀରରେ ଗାଈର କ୍ଷୀର ତୁଳନାରେ ୯୨ ପ୍ରତିଶତ କ୍ୟାଲସିୟମ , ୩୭ ପ୍ରତିଶତ ଲୌହ ଏବଂ ୧୧୮ ପ୍ରତିଶତ ଅଧିକ ଫସଫରସ ରହିଥାଏ । (ଇଣ୍ଡିଆନ ସ୍ପାଇନଲ ଇଂରାଜୀ ସେଣ୍ଟର)ର ମେଡ଼ିକାଲ ଡାଇରେକ୍ଟର "ଏଚ୍. ଏସ୍. ଛାବଡ଼ା"ଙ୍କ ଅନୁସାରେ ଗାଈର କ୍ଷୀରଠାରୁ ମଇଁଷିର କ୍ଷୀର ଅଧିକ ଭଲ ହୋଇଥାଏ । ସେଥିରେ କମ କୋଲେଷ୍ଟ୍ରୋଲ ରହିଥାଏ ଏବଂ ମିନେରାଲ ଅଧିକ ରହିଥାଏ ।

ପ୍ୟାକେଟ କ୍ଷୀର

[ସମ୍ପାଦନା]
ଘର-ଘର ବୁଲି ବିକ୍ରୟ କରାଯାଉଥିବା , କ୍ଷୀର ବୋତଲ ପ୍ୟାକେଟ

ଏହି ପ୍ରକାରର କ୍ଷୀର ମଦର-ଡେୟରୀ , ଅମୁଲ , ପରାଗ , ଆଞ୍ଚଲ ଜୌସୀ କମ୍ପାନୀଗୁଡ଼ିକ ଯୋଗାଣ କରନ୍ତି । ଏଥିରେ ଭିଟାମିନ ଏ , ଲୌହ ଏବଂ କ୍ୟାଲସିୟମ ମିଶିକରି ରହିଥାଏ । ଏଥିରେ ବହୁପ୍ରକାର ତଥା , ଫୁଲ୍ କ୍ରିମ , ଟୋଣ୍ଡ , ଯୋଡ଼ା ଟୋଣ୍ଡ ଏବଂ ଫ୍ଲେବର୍ଡ କ୍ଷୀର ମିଶ୍ରଣ ହୋଇଥାଏ । ଫୁଲ୍ କ୍ରିମରେ ପୂର୍ଣ୍ଣ ମେଲାଇ ରହିଥାଏ , ଏଣୁ ଅଧିକ ବହଳିଆ ରହିଥାଏ । ଏହି ସବୁର ନିଜ ଉପଯୋଗିତା ରହିଥାଏ , କିନ୍ତୁ ଚିକିତ୍ସକ ମାନଙ୍କ ରାୟ ଅନୁସାରେ , ପିଲାମାନଙ୍କ ପାଇଁ ଫୁଲ୍ କ୍ରିମ କ୍ଷୀର ବହୁତ ଭଲ ଅଟେ ତ ବଡ଼ ଲୋକମାନଙ୍କ ପାଇଁ କମ କ୍ରିମର ମିଶ୍ରିତ କ୍ଷୀର ଉପଯୋଗ୍ୟ ।

କ୍ଷୀରର ପ୍ରସ୍ତୁତିକରଣ ବିଭିନ୍ନ କିସମରେ ବିକ୍ରୟ କରାଯାଏ - ନିମ୍ନକ୍ତ ପ୍ରକାର/ମାପକ୍ରମ ଉପରେ ଆଧାରିତ:

  • ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ଅଳ୍ପ ମିଶ୍ରିତ ପଦାର୍ଥ (ଏ.ଜି , ଭିଟାମିନ) ,
  • ବୟସ (ଏ.ଜି. , ଚେଦ୍ଦାର) ,
  • ଘନୀକରଣ (ଏ.ଜି. , କ୍ଷୁଦ୍ର ସରଳ ଛେନା) ,
  • କୃଷିକର୍ମ ପ୍ରକ୍ରିୟା (ଏ.ଜି. , ଜୈବ , ତୃଣୀୟ ପ୍ରକ୍ରିୟା କରଣ) ,
  • ମୋଟାପଣ ଆଧେୟ (ଏ.ଜି. , ଦୁଇ ପଦାର୍ଥର ଅଧେ ଅଧେ) ,
  • ଅମ୍ଳୀଭବନ (ଏ.ଜି. , ଲହୁଣୀ-କ୍ଷୀର) ,
  • ଆସ୍ୱାଦ (ଏ.ଜି. , ଚକୋଲେଟ ଏବଂ ସ୍ଟ୍ରବେରୀ) ,
  • ସମଜାତୀୟ (ଏ.ଜି. , କ୍ରିମ ଟପ୍) ,
  • ଦୁଗ୍ଧ ଶର୍କରାର ହ୍ରାସକରଣ ଏବଂ ନିରାକରଣ ,
  • ସ୍ତନ୍ୟପାୟୀ ପ୍ରାଣୀ (ଏ.ଜି. , ଗାଈ , ଛେଳି , ମେଣ୍ଢା , ମଇଁଷି) ,
  • ପ୍ୟାକିଙ୍ଗ (ଏ.ଜି. , ବୋତଲ , ଜରି) ,
  • ଉତ୍ତାପଦ୍ୱାରା ଦୁଗ୍ଧର ଜୀବାଣୁ ନାଶନ (ଏ.ଜି. , କଞ୍ଚା କ୍ଷୀର)
  • ଜଳର ଆଧେୟ (ଏ.ଜି. , ଶୁଷ୍କ କ୍ଷୀର)

କ୍ଷୀରର ମୂଲ୍ୟବର୍ଦ୍ଧନ

[ସମ୍ପାଦନା]

କ୍ଷୀର ଏକ ପୂର୍ଣ୍ଣ , ସ୍ୱଚ୍ଛ , ସ୍ତନ ଗ୍ରନ୍ଥିୟର ଧାରଣ ଅଟେ । ପୌଷ୍ଟିକତାର ଦୃଷ୍ଟିରେ କ୍ଷୀର ଏକ ମାତ୍ର ସମ୍ପୁର୍ଣ୍ଣ ଆହାର ଅଟେ ଯାହା ଆମପାଇଁ ପ୍ରକୃତିର ଦାନ ଅଟେ । ଆମ ଶରୀରକୁ ସାଧାରଣତଃ ପାଖାପାଖି ୩୦ରୁ ଅଧିକ ତତ୍ତ୍ୱର ଆବଶ୍ୟକତା ହୋଇଥାଏ । କିଛିବି ପ୍ରକୃତ ଭୋଯ୍ୟ ପଦାର୍ଥ ପ୍ରକୃତିରେ ଉପଲବ୍ଧ ହୋଇନାହିଁ ଯାହାଦ୍ୱାରା ଏ ସବୁର ପ୍ରାପ୍ତ କରାଯାଇପାରେ । କିନ୍ତୁ କ୍ଷୀରରେ ପାଖାପାଖି ସମସ୍ତ ପୋଷକ ତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଏଥିପାଇଁ ପିଲାମାନଙ୍କ ପାଇଁ କ୍ଷୀରକୁ ସନ୍ତୁଳିତ ପୂର୍ଣ୍ଣ ଭୋଜନର ସ୍ତର ଦିଆଯାଇଛି । କ୍ଷୀରରେ ରହିଥିବା ସଂଘଟକ ହେଉଛି ପାଣି , ପ୍ରକୃତ ପଦାର୍ଥ , ବସା , ପ୍ରୋଟିନ , ଖଣିଜ ବସବିହିନ ପଦାର୍ଥ ରହିଥାଏ । ଯଦି ଆମେ କ୍ଷୀରରେ ରହିଥିବା ପାଣିର କଥା କୁହାଯାଏ ତ, ସବୁଠାରୁ ଅଧିକ ପାଣି ଗଧୀର କ୍ଷୀରରେ ୯୧.୫% ହୋଇଥାଏ , ଘୋଡ଼ିର କ୍ଷୀରରେ ୯୦.୧% , ମନୁଷ୍ୟରେ ୮୭.୪% , ଗାଈରେ ୮୭.୨% , ଓଟଣୀରେ ୮୬.୫% ଏବଂ ଛେଳି କ୍ଷୀରରେ ୮୬.୯% ରହିଥାଏ ।

କ୍ଷୀରର ଉତ୍ପାଦନ ଲକ୍ଷ୍ୟ ହିସାବରେ ୧୨ତମ ପଞ୍ଚବର୍ଷିୟା ଯୋଜନା (୨୦୧୦-୨୦୧୭)ରେ ବଢିକରି ୨୬.୯୫ ଲକ୍ଷ ମେଟ୍ରିକ ଟନ କରିବାର ଅଛି ଯେମିତିକି (୨୦୧୦-୨୦୧୧)ରେ ଆମ କ୍ଷୀରର ଆବଶ୍ୟକତା ୩୩.୬୯ ଲକ୍ଷ ମେଟ୍ରିକ ଟନ ରହିଥିଲା । ଏଠାରେ ଏହା ଦର୍ଶାଯାଇଛି କି , ଆମ ପୃତି ମାର୍ଗରେ ବହୁ କାମ ଅଛି ଯାହା ପାଇଁ ଆମକୁ ନିଜ ଖାଦ୍ୟପେୟକୁ ସୁଧାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କ ପାଇଁ ଚାରା , ପାଣି ଏବଂ ପ୍ରବନ୍ଧନ ଉପରେ ବହୁତ ଅଧିକ କଷ୍ଟ କରିବାର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ରହିଛି ।

କ୍ଷୀର ସମ୍ପୁର୍ଣ୍ଣ ଆହାର ସହିତ ଜଲ୍ଦି ଖରାପ ହୋଇଯାଉଥିବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ କ୍ଷୀରର ସ୍ୱରୂପକୁ ବଦଳ କରି ଆମେ ବହୁ ଦିନ ପର୍ଯ୍ୟନ୍ତ ରଖିପାରିବା , ଏହା ସହ କ୍ଷୀରର ମୂଲ୍ୟବର୍ଦ୍ଧନଦ୍ୱାରା ବହୁ ଆମଦାନୀ ତିଆରି କରି ପାରିବା । କ୍ଷୀରରୁ ଉତ୍ପାଦିତ ପଦାର୍ଥ ପୂର୍ବରୁ ଆମକୁ ଏହା ମୁଖ୍ୟତଃ ଜାଣିବାର ଅଛି ଯେ , କ୍ଷୀରର ମାଙ୍ଗ କେଉଁ ରୂପରେ ଅଧିକ ରହିଥାଏ ।

କ୍ଷୀରରୁ ପ୍ରସ୍ତୁତ ଦ୍ରବ୍ୟ

[ସମ୍ପାଦନା]

ସଂଘନିତ ପୂର୍ଣ୍ଣ କ୍ଷୀର ଦ୍ରବ୍ୟ

ଖୁଆ, ରାବିଡୀ, କୁଲ୍ଫୀ, ଆଇସ୍କ୍ରିମ୍

ପୂର୍ଣ୍ଣ କ୍ଷୀର ଜମେଇ ପ୍ରସ୍ତୁତ ଦ୍ରବ୍ୟ

ଦହି, ପନିର, ଛେନା, ଶ୍ରୀଖଣ୍ଡ, ଚୀଜ୍

କ୍ଷୀର ମନ୍ଥନରୁ ପ୍ରସ୍ତୁତ ଦ୍ରବ୍ୟ

ଲହୁଣୀ, ଘିଅ, ଲସ୍ସୀ


କ୍ଷୀରରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ


  • ଖୁଆ - କ୍ଷୀରରୁ ଜଳକୁ ତୀବ୍ର ଗତିରେ ବାଷ୍ଫିତ କରିବାକୁ ଆମେ ଖୁଆ କହିଥାଉ । ଏଥିରେ ତାପକୁ ଅଧିକ ଗରମରେ ରଖି ଫୁଟାଯାଏ , ତଥା କ୍ଷୀରକୁ ସବୁସମୟରେ ଘାଣ୍ଟିବାକୁ ପଡିଥାଏ । କ୍ଷୀର ଗରମ କରିବାର ବାସନର ମୁହଁ ଚୌଡା ହେବା ଦରକାର । ଅନ୍ତିମ ସମୟରେ ତାପର କ୍ରମ କମାଇଦେବ ଉଚିତ ନ ହେଲେ ଖୁଆ ଖୁଆ ଜଳିଯିବାର ଅଧିକ ସମ୍ଭାବନା ରହିଛି । ଯଦି ଏହାକୁ ପ୍ୟାକିଙ୍ଗ କରି ବଜାରରେ ବିକ୍ରୟ କରାଯାଏ ତେବେ ନମୀ ଅବରୋଧକ ବଟର ପେପରରେ ପ୍ୟାକିଙ୍ଗ କରାଯିବା ଆବଶ୍ୟକ ।
  • ଶ୍ରୀଖଣ୍ଡ - ଖୁଆକୁ କପଡ଼ାରେ ଛାଣିକରି ଏହାର ପାଣି ବାହାର କରିଦିଆଯାଏ କିମ୍ବା ଖାଣ୍ଟି ଶ୍ରୀଖଣ୍ଡ ପ୍ରସ୍ତୁତି ହୋଇଯାଏ । ଏଥିରେ ପେସା ଯାଇଥିବା ଚିନି (୪୫%) ମିଶ୍ରଣ ହୁଏ ଏବଂ ୫ ଡିଗ୍ରୀ ସେଲ୍ସିୟସରେ ଥଣ୍ଡା କରିବା ପାଇଁ ରଖାଯାଏ ।
  • ଲହୁଣୀ - ଲହୁଣୀ ଏକ କ୍ଷୀର ଦ୍ରବ୍ୟ ଅଟେ , ଯାହା ଦହିର ମନ୍ଥନରେ ପ୍ରାପ୍ତ ହୋଇଥାଏ । ଯେଉଁଥିରେ ବଞ୍ଚିଥିବା ୮୦% କିମ୍ବା ଜଳ ୧୦%ରୁ ଅଧିକ ନ ହେବା ଆବଶ୍ୟକ ।
  • ଘିଅ- ଯେତେବେଳେ ଆମେ ଦହିରୁ ଲହୁଣୀ ବାହାରିଥାଏ ଏବଂ ସେହି ଲହୁଣୀକୁ କଢ଼ାଇରେ ଗରମ କରାଯାଏ ତ , ଲହୁଣୀ ଖେଳିଯାଏ । ଖେଳିବା ପରେ ଲହୁଣୀ ତରଳରେ ପରିବର୍ତ୍ତନ ହୋଇଯାଏ । ତାପରେ ପତଳା ନରମ କପଡ଼ାରେ ଛାଣି କରି ଘିଅ ବାହାର କରାଯାଏ ।
  • ଲସ୍ସୀ- ଦହିରେ ପାଣି ତଥା ଲହୁଣୀ ମିଶ୍ରଣକରି ମନ୍ଥନିରେ ଘାଣ୍ଟି ଦିଆଯାଏ । ଏହା ପରେ ସେଥିରେ ଚିନି ମିଶାଇଦିଆଯାଏ ଏବଂ ନିଜ ପସନ୍ଦର ଅନୁରୂପ ସେଥିରେ ସୁଖା ମେବେ , ଚକୋଲେଟ ଗୁଣ୍ଡ ପକାଇ ଲସ୍ସୀ ତିଆରି ହୁଏ ।
  • ରାବିଡୀ- ଏହା ଏକ ମିଠା ସଂଘନିତ ପୂର୍ଣ୍ଣ କ୍ଷୀର ଅଟେ । ଏହାକୁ ତିଆରି କରିବା ପାଇଁ ଚଉଡା ମୁହଁ ଥିବା ବାସନରେ ଗରମ କରାଯାଏ । ଫୁଟନ୍ତା କ୍ଷୀର ଉପରେ ପତଳା ପରସ୍ତ ଜମା ହୋଇଯାଏ , ଯାହାକୁ ଆମେ 'ସର' କହିଥାଉ । ସେହି ସରକୁ ଏକତ୍ର କରି ରଖାଯାଏ ଏବଂ ଏହି ପ୍ରକ୍ରିୟା ଚାଲୁ ରହିଥାଏ ; ଯେ ପର୍ଯ୍ୟନ୍ତ କ୍ଷୀର ବାସନରେ ବହଳିଆ ନ ହୋଇଯାଏ । ଯେତେବେଳେ ବାସନରେ କ୍ଷୀରର ମାତ୍ରା ୧/୬ ହୋଇଯାଏ ସେତେବେଳ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ । ଏବେ ସବୁ ଜମା ହୋଇଥିବା ପରସ୍ତରେ ଚିନି ପକାଇ ଦିଆଯାଏ । ପରେ ରାବିଡୀର ପ୍ରସ୍ତୁତି ହୋଇଯାଏ ।
  • ଆଇସ୍କ୍ରିମ୍- କ୍ଷୀରକୁ ଗାଢା କରି ସେଥିରେ କଷ୍ଟାର୍ଡ ପାଉଡର , ଚିନି , କାଜୁ , କିସମିସ , ବାଦାମ କିମ୍ବା ପିସ୍ତା ବି ମିଶାଇ ଦିଆଯାଏ । ଏହି ତିଆରି ମିଶ୍ରଣକୁ ଫ୍ରିଜରେ ୪-୫ ଡିଗ୍ରୀ ସେଲସିୟସରେ ଜମିବା ପାଇଁ ନିଜ ମନପସନ୍ଦର ବାସନରେ ରଖି ଦିଆଯାଏ । ଏହା ପରେ ଆଇସ୍କ୍ରିମ୍ ତିଆରି ହୋଇଯାଏ ।

କ୍ଷୀରର ଆବଶ୍ୟକତା

[ସମ୍ପାଦନା]

ଇଣ୍ଟରନ୍ୟାଶନାଲ ଡିଆରୀ ଜର୍ଣ୍ଣାଲଙ୍କ ରିପୋର୍ଟ ଅନୁସାରେ ୟୁନିଭର୍ଷିଟି ଆକାରରେ କରାଯାଇଥିବା ଏକ ଘୋଷଣାରେ ଏହା ପ୍ରମାଣିତ କରାଯାଇଛି କି , ଯେଉଁ ଲୋକ ପ୍ରତ୍ୟେକଦିନ ଅତି କମରେ ଗୋଟେ ଗ୍ଲାସ କ୍ଷୀର ପିଅନ୍ତି , ସେମାନେ ଅନ୍ୟ ଲୋକ ତୁଳନାରେ ସବୁଦିନ ମାନସିକ ଏବଂ ବୌଦ୍ଧିକ ସ୍ତରରେ ଅଧିକ ସ୍ଥିତିରେ ଉପଲବ୍ଧ ହୋଇଥା'ନ୍ତି ; ଯେଉଁମାନେ କଦାପି କ୍ଷୀର ପିଅନ୍ତି ନାହିଁ ।[୧୧]

କ୍ଷୀରର ମହତ୍ତ୍ୱ

[ସମ୍ପାଦନା]

କ୍ଷୀର ଏକ ପୁଷ୍ଟିକର ପାନୀୟ ପଦାର୍ଥ । ଏଥିରେ କ୍ୟାଲ୍ସିୟମ୍‍, ଫସ୍‍ଫରସ୍‍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ । କ୍ଷୀରର ନିୟମିତ ଓ ସଠିକ୍‍ ସେବନ ଆମକୁ ଶକ୍ତିଶାଳୀ କରିବା ସହିତ ସୁସ୍ଥ ରଖିଥାଏ । ଜ୍ୟୋତିଷ ଶାସ୍ତ୍ରରେ କ୍ଷୀରର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଛି ।[୧୨]

କ୍ଷୀରର ଧାର୍ମିକ ମହତ୍ତ୍ୱ :

[ସମ୍ପାଦନା]

– ସମସ୍ତ କ୍ଷୀର ମଧ୍ୟରୁ ଗାଈ କ୍ଷୀର ସବୁଠାରୁ ପବିତ୍ର ଓ ଭଲ ହୋଇଥାଏ।

– ପ୍ରଭୁ ଶିବଙ୍କ ରୁଦ୍ରାଭିଷେକରେ କ୍ଷୀରର ବିଶେଷ ବ୍ୟବହାର ହୋଇଥାଏ।

– କ୍ଷୀରରେ ରୁଦ୍ରାଭିଷେକ କରିବାଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

– ସୋମବାର କ୍ଷୀର ଦାନ କରିବାଦ୍ୱାରା ଚନ୍ଦ୍ରମା ଭଲ ସ୍ଥିତରେ ରହିଥାଆନ୍ତି ଓ ଶୁଭଫଳ ମିଳିଥାଏ।

– ଜଳରେ କିଛି କ୍ଷୀର ମିଶାଇ ସ୍ନାନ କରିବାଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ ଓ ଚିନ୍ତା କମ୍‍ ହୋଇଥାଏ।

କ୍ଷୀରର ବୈଜ୍ଞାନିକ ମହତ୍ତ୍ୱ :

[ସମ୍ପାଦନା]

– କ୍ଷୀରକୁ ଫୁଟାଇ ଥଣ୍ଡା କରି ପିଇବା ଉତ୍ତମ ହୋଇଥାଏ।

– କାଚ କିମ୍ବା ଷ୍ଟିଲ୍‍ ପାତ୍ରରେ ପିଇବା ଅଧିକ ଭଲ ହୋଇଥାଏ।

– ରୂପା ପାତ୍ରରେ କ୍ଷୀର ପିଇବା ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ।

– କ୍ଷୀର ସହ ମହୁ ଓ ମିଶ୍ରିର ପ୍ରୟୋଗ ସର୍ବୋତ୍ତମ ହୋଇଥାଏ।

– କ୍ଷୀର ପିଇବାଦ୍ୱାରା ଯଦି ପେଟ ବଢୁଛି ତେବେ ସେଥିରେ ପାନମହୁରୀ ପକାଇ ଫୁଟାଇ ପିଇବା ଆବଶ୍ୟକ।

କ୍ଷୀର ପିଇବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ :

[ସମ୍ପାଦନା]

– କ୍ଷୀରକୁ ନଫୁଟାଇ କଦାପି ପିଅନ୍ତୁ ନାହିଁ।

– ତମ୍ବା ପାତ୍ରରେ କ୍ଷୀର କେବେହେଲେ ପିଅନ୍ତୁ ନାହିଁ କିମ୍ବା ଭଗବାନଙ୍କୁ ଅର୍ପଣ ମଧ୍ୟ କରନ୍ତୁ ନାହିଁ।

– କ୍ଷୀର ସହ ମାଛର ସେବନ ବିପଜ୍ଜନକ ହୋଇଥାଏ।

– ପେଟ କିମ୍ବା ତ୍ୱଚା ସମସ୍ୟା ଥିଲେ କ୍ଷୀର ପିଇବା ଉଚିତ୍‍ ନୁହେଁ।

  1. Jones, Alicia Noelle (2002). "Density of Milk". The Physics Factbook.
  2. କ୍ଷୀର ସମ୍ବନ୍ଧରେ ସବୁକିଛି... Archived 2009-07-05 at the Wayback Machine.। इकॉनोमिक टाइम्स, २२ मार्च २००९
  3. "Milk, whole fresh cow producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
  4. "Milk, whole fresh sheep producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
  5. "Milk, whole fresh goat producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
  6. "Milk, whole fresh buffalo producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
  7. "Dairy production and products: Milk production". www.fao.org. Retrieved 2015-12-03.
  8. "Milk and milk product statistics - Statistics Explained". ec.europa.eu. Retrieved 2015-12-03.
  9. Introduction to Dairy Science and Technology: Milk History, Consumption, Production, and Composition, University of Guelph, foodsci.uoguelph.ca. Retrieved on ୨୧ ଜୁଲାଇ ୨୦୦୯.
  10. Livestock Production statistics Archived 2011-07-26 at the Wayback Machine., FAOSTAT, Food And Agricultural Organization of the United Nations. faostat.fao.org. Retrieved on ୨୧ ଜୁଲାଇ ୨୦୦୯.
  11. http://hindi.webdunia.com/health/%E0%A4%8F%E0%A4%95-%E0%A4%97%E0%A5%8D%E0%A4%B2%E0%A4%BE%E0%A4%B8-%E0%A4%A6%E0%A5%82%E0%A4%A7-%E0%A4%A6%E0%A4%BF%E0%A4%AE%E0%A4%BE%E0%A4%97-%E0%A4%95%E0%A5%8B-%E0%A4%B0%E0%A4%96%E0%A5%87-%E0%A4%9A%E0%A5%81%E0%A4%B8%E0%A5%8D%E0%A4%A4-1120206121_1.htm
  12. http://www.samajalive.in/milk-5/34600.html

ବାହାର ତଥ୍ୟ

[ସମ୍ପାଦନା]