ଅଳେଇଚ

ଉଇକିପିଡ଼ିଆ‌ରୁ
(ଗୁଜୁରାତିରୁ ଲେଉଟି ଆସିଛି)


ଅଳେଇଚ
True cardamom
(Elettaria cardamomum)
1896 illustration[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ଏକବୀଜପତ୍ରୀ
ଗୋଷ୍ଠୀ: କମେଲିନିଡ
ଗଣ: ଜିଞ୍ଜିବରେଲ
କୁଳ: ଜିଞ୍ଜିବରାସି
Genus: Elettaria
ଜାତି: E. cardamomum
ବାଇନୋମିଆଲ ନାମ
Elettaria cardamomum
Synonyms[୨]
  • Amomum cardamomum L.
  • Amomum repens Sonn., illegitimate superfluous name
  • Amomum racemosum Lam., illegitimate superfluous name
  • Alpinia cardamomum (L.) Roxb.
  • Cardamomum officinale Salisb.
  • Zingiber cardamomum (L.) Stokes
  • Matonia cardamomum (L.) Stephenson & J.M.Churchill
  • Cardamomum verum Oken, illegitimate superfluous name
  • Elettaria repens Baill., illegitimate superfluous name
  • Elettaria cardamomum var. minor Watt, not validly published
  • Cardamomum elletari Garsault, rejected name
  • Zingiber minus Gaertn.
  • Amomum ensal Raeusch.
  • Amomum uncinatum Stokes
  • Cardamomum malabaricum Pritz.
  • Cardamomum minus (Gaertn.) Kuntze
  • Elettaria cardamomum var. minuscula Burkill, without description


ଅଳେଇଚ ଏକ ଭାରତୀୟ ମସଲା । ଅଳେଇଚର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ୱେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରା ଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।[୩]

କିସମ[ସମ୍ପାଦନା]

ଗୁଜୁରାତି ଓ ଅଳେଇଚ

ସାଧାରଣତଃ ଦୁଇ କିସମର ଅଳେଇଚ ଦେଖିବାକୁ ମିଳିଥାଏ- ସବୁଜ (ଛୋଟ) ଓ କଳା (ବଡ଼) । ଓଡ଼ିଆରେ ଏହି ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ ।[୪]

ଅଳେଇଚର ବ୍ୟବହାର[ସମ୍ପାଦନା]

ଭାରତୀୟ, ଉତ୍ତର ଆଫ୍ରିକା ଓ ଆରବୀୟ ଖାଦ୍ୟରେ ଅଳେଇଚର ବହୁଳ ଭାବରେ ଉପଯୋଗ କରାଯାଏ । ଭାରତରେ ଏହା ଗରମ ମସଲାର ସମୂହରେ ତରକାରୀରେ ବ୍ୟବହୃତ ହୁଏ ଓ ମଧୂର ବ୍ୟଞ୍ଜନମାନଙ୍କରେ ସ୍ୱାଦ ଓ ସୁଗନ୍ଧ ବଢେଇବା ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବହାର କରାଯାଏ । ଆରବ ଦେଶ ମାନଙ୍କରେ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚ୍ଚା କରିବା ଏକ ପରମ୍ପରା ଅଟେ । ସେହିପରି ଭାରତୀୟ ପରମ୍ପରାରେ ପାନ ମଧ୍ୟରେ ଅଳେଇଚ ଦେଇ ଖିଆଯାଏ । ପୂରାକାଳରୁ ଏହିପରି ଭାରତରେ ଅଳେଇଚକୁ ମୁଖବାସ ଭାବରେ ବ୍ୟବହାର କରାଯାଇ ଆସୁଛି ।

ଔଷଧୀୟ ବ୍ୟବହାର[ସମ୍ପାଦନା]

ନିମ୍ନ ତାଲିକାରେ ଦିଆଯାଇଥିବା ରୋଗଗୁଡ଼ିକ ପାଇଁ ଅଳେଇଚ ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ

  • ହଜମ ସମ୍ବନ୍ଧିୟ ରୋଗ

ବଦ୍ ହଜମି ଯୋଗୁଁ ମୁଣ୍ଡ ବିନ୍ଧୁ ଥିଲେ ଅଳେଇଚ ପଡ଼ିଥିବା ଚା ପିଇଲେ ଆରାମ୍ ମିଳେ ।

  • ମୁଖ ରୋଗ

ଅଳେଇଚର ବାସ୍ନା ମୁଖର ଦୁର୍ଗନ୍ଧ ଦୁର କରିବାରେ ସାହାଯ୍ୟ କରେ । କିଛି ଅଳେଇଚ ମଞ୍ଜିକୁ ଅଲ୍ପ ସମୟ ପାଇଁ ପାଟିରେ ଚୋବାଇ ରଖିଲେ, ମୁଖ ଗନ୍ଧ ଦୁର ହୋଇଥାଏ । କିଛି ଅଳେଇଚ ଓ ଡାଳଚିନିର ଅର୍କକୁ ମିଶାଇ କୁଳୀ କଲେ ମୁଖ ରୋଗ ଯଥା ଫରେଞ୍ଜାଇଟିସ୍, ଥଣ୍ଡା ଜନିତ ରୋଗ ଯେପରିକି ଗଳା କୁଣ୍ଡାଇବା, ଘଣ୍ଟିକାର ଦରଜ, ଗଳା ବସିଯିବା ଇତ୍ୟାଦି ଉପସମ କରେ ।

  • ଅବସାଦ

ଅଳେଇଚକୁ ପାଣି ଓ ଚାରେ ଫୁଟାଇ ପିଇଲେ,ଏହା ଅବସାଦକୁ କମ କରେ ।

  • ବାରମ୍ବାର ହାକୁଟି ଆସୁଥିଲେ ଦୁଇଟି ଅଳେଇଚକୁ ଚୋପା ସହିତ ପାଣିରେ ଫୁଟାଇ ,ସେହି ପାଣିକୁ ପିଇଲେ ହାକୁଟି ଭଲ ହୋଇଯାଏ ।

ଛପା[ସମ୍ପାଦନା]

ଆଧାର[ସମ୍ପାଦନା]

ଟୀକା[ସମ୍ପାଦନା]

  1. Elettaria cardamomum - Köhler–s Medizinal-Pflanzen - Franz Eugen Köhler, Köhler's Medizinal-Pflanzen
  2. "Kew World Checklist of Selected Plant Families". Apps.kew.org. Retrieved 2018-05-29.
  3. "Cardamom". Archived from the original on 2012-05-11. Retrieved 2012-06-19.
  4. "Garg Dastak - Food & Grocery". gargdastak.com. 2011. Archived from the original on 11 June 2012. Retrieved 19 June 2012. Gujuratie (Oriya)

ଆହୁରି ପଢ଼ନ୍ତୁ[ସମ୍ପାଦନା]

  1. Mabberley, D.J. The Plant-book: A Portable Dictionary of the Higher Plants. Cambridge University Press, 1996.
  2. Gernot Katzer's Spice Pages: Cardamom Archived 2007-09-30 at the Wayback Machine.
  3. Plant Cultures: botany and history of Cardamom Archived 2008-08-27 at the Wayback Machine.
  4. Pham Hoang Ho 1993, Cay Co Vietnam [Plants of Vietnam: in Vietnamese], vols. I, II & III, Montreal.
  5. Buckingham, J.S. & Petheram, R.J. 2004, Cardamom cultivation and forest biodiversity in northwest Vietnam, Agricultural Research and Extension Network, Overseas Development Institute, London UK. Archived 2006-11-21 at the Wayback Machine.
  6. Aubertine, C. 2004, Cardamom (Amomum spp.) in Lao PDR: the hazardous future of an agroforest system product, in 'Forest products, livelihoods and conservation: case studies of non-timber forest products systems vol. 1-Asia, Center for International Forest Research. Jakarta, Indonesia.
  7. Álvarez, L., Gudiel, V. 2008. 'Cardamom prices leads to a re-emergence of the green gold'. [୧] Archived 2011-05-11 at the Wayback Machine.