Jump to content

ଏଣ୍ଡୁରି ପିଠା

ଉଇକିପିଡ଼ିଆ‌ରୁ
ଏଣ୍ଡୁରି ପିଠା
ଏଣ୍ଡୁରି ପିଠା
ଆରମ୍ଭ
ଅଲଗା ନାଆଁଏଣ୍ଡୁରି
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ
ମୂଳ ଉପାଦାନଚାଉଳ ଚୂନା ଓ ବିରି

ଏଣ୍ଡୁରି ପିଠା ଏକ ଓଡ଼ିଆ ଖାଦ୍ୟ[] ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ପ୍ରଥମାଷ୍ଟମୀରେ ଏହି ପିଠା ଓଡ଼ିଶାର ଘରେ ଘରେ ପ୍ରସ୍ତୁତ କରାଯାଏ ।[]

ଫାଇଲ:EnduriPitha.jpg
ଏଣ୍ଡୁରି ପିଠା

ଉପାଦାନ

[ସମ୍ପାଦନା]
ପ୍ରଥମାଷ୍ଟମୀରେ ତିଆରି ଏଣ୍ଡୁରି ପିଠା ।
ଏଣ୍ଡୁରି ପିଠାର ଅନ୍ୟ ଏକ ରୂପ ।

ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ ।[] ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହିହାଣ୍ଡିକୁ ଚୁଲି ଉପରେ ରଖାଯାଏ । ଏହାକୁ ‘ ଅଥରା ହାଣ୍ଡି ’ କହନ୍ତି । ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କାଢି ଅଣାଯାଏ ଏବଂ ଏହା ହିଁ ଏଣ୍ଡୁରି ପିଠା । ଏହା ଦେଖିବାକୁ ଲମ୍ବା ଓ ନରମ ହୋଇଥାଏ । ପୁର ଏଣ୍ଡୁରି ଓଡ଼ିଶାର ଗ୍ରାମାଞ୍ଚଳରେ ବନାହେଉଥିବା ଏଣ୍ଡୁରି ପିଠାର ଏକ ଅନ୍ୟରୂପ ।

  1. KRISHNA GOPAL DUBEY (27 September 2010). THE INDIAN CUISINE. PHI Learning Pvt. Ltd. pp. 151–. ISBN 978-81-203-4170-8.
  2. "The Hindu: Oriyas prefer 'Enduri Pitha' on 'Prathamashtami'". thehindu.com. Retrieved 3 December 2012. 'Enduri Pitha' a traditional delicacy of Orissa to showcase the medicinal properties of turmeric plant was prepared in most Oriya households on Monday to mark the celebration of 'Prathamashtami'
  3. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.