ଚିତଉ
ଦେଖଣା
(Chitauରୁ ଲେଉଟି ଆସିଛି)
ଚିତଉ ପିଠା | |
| ଆରମ୍ଭ | |
|---|---|
| ଅଲଗା ନାଆଁ | ଚିତଉ |
| ମୂଳ ଜାଗା | |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ବାଢ଼ିବାର ତାତି | ଗରମ, ଥଣ୍ଡା |
| ମୂଳ ଉପାଦାନ | ଚାଉଳ, ଗୁଡ଼, ଘିଅ |
ଚିତଉ ଓଡ଼ିଶାରେ ତିଆରି ହେଉଥିବା ଏକ ପ୍ରକାରର ପିଠା । ଏହା ଶ୍ରାବଣ ମାସରେ ପାଳିତ ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ମଧ୍ୟ ଲାଗି ହୋଇଥାଏ ଓ ଏହା ଛପନ ଭୋଗ ମଧ୍ୟରୁ ଅନ୍ୟତମ ।[୧] ଏହା ଗେଣ୍ଡେଇକଟା ଓଷା ନାମରେ ଉତ୍ତର ଓଡ଼ିଶାରେ ପାଳିତ ହୋଇଥାଏ ।ଓଡ଼ିଶାର ଚାଷୀ ଲୋକ ସେହି ଦିନ ଧାନ କିଆରୀରେ ଚିତଉ ପିଠା ପୋତିଥାନ୍ତି କାରଣ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି ।[୨][୩]
ପ୍ରସ୍ତୁତି
[ସମ୍ପାଦନା]ଏହା ତିଆରି କରିବା ଆଗରୁ ଅଧ କେଜି ବତୁରା ଅରୁଆ ଚାଉଳରେ ଗୋଟେ କୋରା ନଡ଼ିଆ ମିଶାଇ ବାଟି ୨-୩ ଘଣ୍ଟା ରଖିଦିଆଯାଏ । ପରେ ସେଥିରେ ଲୁଣ ମିଶାଇ ପାଣି ଦେଇ ଗୋଳାଇ କଡ଼ାଇରେ ଡଙ୍କିଏ ପିଠଉ ଦେଇ ଢାଙ୍କିଦେଇ ସରା/ଢାଙ୍କୁଣି ଚାରିକଡ଼େ ପାଣିକନା ଦେଇ ଗୁଡ଼ାଇ ଦିଆଯାଏ । ସିଝିଗଲା ପରେ ପିଠା କାଢ଼ି ଆଉଥରେ ସମାନ ପ୍ରଣାଳୀରେ ଆଉ ପିଠାଟିଏ ତିଆରି କରାଯାଏ ।
ଅଧିକ ପଠନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Archived from the original (PDF) on 28 June 2023. Retrieved 24 June 2023.
- ↑ Nab Kishore Behura (1978). Peasant potters of Orissa: a sociological study. Sterling.
- ↑ Jagannath Mohanty; Sudhansu Mohanty (1 January 2006). In Quest of Quality Education and Literature: An Autobiography. Deep & Deep Publications. pp. 100–. ISBN 978-81-7629-764-6.
ଉଇକିମିଡ଼ିଆ କମନ୍ସରେ ଚିତଉ
ବାବଦରେ ମାଧ୍ୟମ ରହିଛି ।