Jump to content

ଦେବବ୍ରତ ମଦନରାୟ

ଉଇକିପିଡ଼ିଆ‌ରୁ
(Debabrata Madanrayରୁ ଲେଉଟି ଆସିଛି)
ଦେବବ୍ରତ ମଦନରାୟ
ଜନ୍ମ୧୯୫୭
ବୃତ୍ତିବ୍ୟାଙ୍କ ଚାକିରି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫

ଦେବବ୍ରତ ମଦନରାୟ, (୧୨ ଜୁନ୍ ୧୯୫୭) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ । ଗଳ୍ପ, ଉପନ୍ୟାସ ଆଦିରେ ମଦନରାୟ ଲେଖନି ଚାଳନା କରିଥାନ୍ତି । ଏଯାବତ ତାଙ୍କର ୧୫ଟିରୁ ଅଧିକ ଗଳ୍ପ ସଂକଳନ ଓ ଏକାଧିକ ଉପନ୍ୟାସ ପ୍ରକାଶ ପାଇସାରିଛି । 'ନବଲିପି' ପତ୍ରିକା ତାଙ୍କ ସଂପାଦନାରେ ପ୍ରକାଶ ପାଇଛି ।

ଜୀବନୀ

[ସମ୍ପାଦନା]

ଦେବବ୍ରତ ୧୯୫୭ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଡ଼ କରିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ଚୌଧୁରୀ ତ୍ରିଲୋଚନ ମଦନରାୟ ଓ ମାତା ହେଲେ ସାବିତ୍ରୀ ଦେବୀ ।[] ରେଭେନସାରୁ ଅର୍ଥନୀତିରେ ସ୍ନାତକୋତ୍ତର (୧୯୭୯) ଶିକ୍ଷା ପ୍ରାପ୍ତି ପରେ କିଛି ସମୟ ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବା ପରେ, ସେ ୧୯୮୪ମସିହାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟରତ ।

ରଚନାବଳି

[ସମ୍ପାଦନା]

ଗଳ୍ପଗ୍ରନ୍ଥ

[ସମ୍ପାଦନା]
  • ଆଲୁଅର ଛାଇ (୧୯୮୬)
  • ସୂର୍ଯ୍ୟର ଅନେକ ରଙ୍ଗ (୧୯୯୨)
  • ଦୁଃଖ ଅରଣ୍ୟ (୧୯୯୩)
  • କହ୍ନେଇର ବଂଶୀ (୧୯୯୪)
  • ଦୃଶ୍ୟ (୧୯୯୫)
  • ସ୍ୱର୍ଗାରୋହଣ (୧୯୯୬)
  • ସପ୍ତଲୋକ (୧୯୯୭)
  • ସାରାରାତି ଜହ୍ନରାତି (୨୦୦୦)
  • ଜଳପରୀ
  • ସହଯାତ୍ରୀ
  • ଅସୁନ୍ଦରୀ
  • ପ୍ରିୟ ସଖୀ (୨୦୦୬)
  • ଚିତ୍ରମାଟି
  • ବର୍ଣ୍ଣମାଳା, ୨୦୦୯ ଏଥେନା, ଭୁବନେଶ୍ୱର
  • ମହାଦେବୀ
  • ଚିତ୍ରବାଘ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • ବାଟଘର
  • ମୋକ୍ଷପଥ, ୨୦୨୦ ବିଦ୍ୟାପୁରୀ, କଟକ
  • ମନପୁରୁଷ, ଟାଇମ୍ ପାସ୍, ଭୁବନେଶ୍ୱର
  • ପ୍ରିୟଙ୍କରୀ ୨୦୨୧

ଉପନ୍ୟାସ

[ସମ୍ପାଦନା]
  • କ୍ରୂଶବିଦ୍ଧ (୧୯୮୯)
  • ନିର୍ବାଣ (୧୯୯୮)

ଅନୁବାଦ

  • ସୁନିତା, ଜାତୀୟ ପୁସ୍ତକ ନ୍ୟାସ, ନୂଆଦିଲ୍ଲୀ ୨୦୦୭

ସଂପାଦନା

  • ଆମ ସମୟର ସୁନିର୍ବାଚିତ ଶ୍ରେଷ୍ଠ କଥା (୨୦୦୧)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫[] (ଗଳ୍ପ ସଂକଳନ 'ସହଯାତ୍ରୀ' ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଅଖିଳମୋହନ କଥା ସମ୍ମାନ, ୨୦୦୭[]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୮
  • ପ୍ରଜାତନ୍ତ୍ର ପୁରସ୍କାର
  1. "ରେଫରେନ୍‌ସ୍-୪ | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-04.
  2. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମେ ୧୩-୨୬, ୨୦୧୭ ପୃଷ୍ଠା ୪-୫. Retrieved 15 May 2017.
  3. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧. {{cite web}}: Check date values in: |accessdate= (help)
  4. "ଦେବବ୍ରତ ମଦନରାୟ, ବିହାରୀବାଗ, କଟକ". odiasahitya.com. Archived from the original on 12 October 2019. Retrieved 15 May 2017.