Jump to content

ଦେବବ୍ରତ ମଦନରାୟ

ଉଇକିପିଡ଼ିଆ‌ରୁ
ଦେବବ୍ରତ ମଦନରାୟ
ଜନ୍ମ୧୯୫୭
ବୃତ୍ତିବ୍ୟାଙ୍କ ଚାକିରି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫

ଦେବବ୍ରତ ମଦନରାୟ, (୧୨ ଜୁନ୍ ୧୯୫୭) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ । ଗଳ୍ପ, ଉପନ୍ୟାସ ଆଦିରେ ମଦନରାୟ ଲେଖନି ଚାଳନା କରିଥାନ୍ତି । ଏଯାବତ ତାଙ୍କର ୧୫ଟିରୁ ଅଧିକ ଗଳ୍ପ ସଂକଳନ ଓ ଏକାଧିକ ଉପନ୍ୟାସ ପ୍ରକାଶ ପାଇସାରିଛି । 'ନବଲିପି' ପତ୍ରିକା ତାଙ୍କ ସଂପାଦନାରେ ପ୍ରକାଶ ପାଇଛି ।

ଜୀବନୀ

[ସମ୍ପାଦନା]

ଦେବବ୍ରତ ୧୯୫୭ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଡ଼ କରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ଚୌଧୁରୀ ତ୍ରିଲୋଚନ ମଦନରାୟ ଓ ମାତା ହେଲେ ସାବିତ୍ରୀ ଦେବୀ ।[] ରେଭେନସାରୁ ଅର୍ଥନୀତିରେ ସ୍ନାତକୋତ୍ତର (୧୯୭୯) ଶିକ୍ଷା ପ୍ରାପ୍ତି ପରେ କିଛି ସମୟ ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିବା ପରେ, ସେ ୧୯୮୪ମସିହାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟରତ ।

ରଚନାବଳି

[ସମ୍ପାଦନା]

ଗଳ୍ପଗ୍ରନ୍ଥ

[ସମ୍ପାଦନା]
  • ଆଲୁଅର ଛାଇ (୧୯୮୬)
  • ସୂର୍ଯ୍ୟର ଅନେକ ରଙ୍ଗ (୧୯୯୨)
  • ଦୁଃଖ ଅରଣ୍ୟ (୧୯୯୩)
  • କହ୍ନେଇର ବଂଶୀ (୧୯୯୪)
  • ଦୃଶ୍ୟ (୧୯୯୫)
  • ସ୍ୱର୍ଗାରୋହଣ (୧୯୯୬)
  • ସପ୍ତଲୋକ (୧୯୯୭)
  • ସାରାରାତି ଜହ୍ନରାତି (୨୦୦୦)
  • ଜଳପରୀ
  • ସହଯାତ୍ରୀ
  • ଅସୁନ୍ଦରୀ
  • ପ୍ରିୟ ସଖୀ (୨୦୦୬)
  • ଚିତ୍ରମାଟି
  • ବର୍ଣ୍ଣମାଳା, ୨୦୦୯ ଏଥେନା, ଭୁବନେଶ୍ୱର
  • ମହାଦେବୀ
  • ଚିତ୍ରବାଘ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
  • ବାଟଘର
  • ମୋକ୍ଷପଥ, ୨୦୨୦ ବିଦ୍ୟାପୁରୀ, କଟକ
  • ମନପୁରୁଷ, ଟାଇମ୍ ପାସ୍, ଭୁବନେଶ୍ୱର
  • ପ୍ରିୟଙ୍କରୀ ୨୦୨୧

ଉପନ୍ୟାସ

[ସମ୍ପାଦନା]
  • କ୍ରୂଶବିଦ୍ଧ (୧୯୮୯)
  • ନିର୍ବାଣ (୧୯୯୮)

ଅନୁବାଦ

  • ସୁନିତା, ଜାତୀୟ ପୁସ୍ତକ ନ୍ୟାସ, ନୂଆଦିଲ୍ଲୀ ୨୦୦୭

ସଂପାଦନା

  • ଆମ ସମୟର ସୁନିର୍ବାଚିତ ଶ୍ରେଷ୍ଠ କଥା (୨୦୦୧)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫[] (ଗଳ୍ପ ସଂକଳନ 'ସହଯାତ୍ରୀ' ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଅଖିଳମୋହନ କଥା ସମ୍ମାନ, ୨୦୦୭[]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୮
  • ପ୍ରଜାତନ୍ତ୍ର ପୁରସ୍କାର
  1. "ରେଫରେନ୍‌ସ୍-୪ | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-04.
  2. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମେ ୧୩-୨୬, ୨୦୧୭ ପୃଷ୍ଠା ୪-୫. Retrieved 15 May 2017.
  3. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧. {{cite web}}: Check date values in: |accessdate= (help)
  4. "ଦେବବ୍ରତ ମଦନରାୟ, ବିହାରୀବାଗ, କଟକ". odiasahitya.com. Retrieved 15 May 2017.