ଆଶୁତୋଷ ପରିଡ଼ା
Appearance
(Ashutosh Paridaରୁ ଲେଉଟି ଆସିଛି)
ଆଶୁତୋଷ ପରିଡ଼ା | |
---|---|
ଜନ୍ମ | ଫେବୃଆରୀ ୧୯୪୬ |
ଜାତୀୟତା | ଭାରତୀୟ |
ଚାକିରିକ୍ଷେତ୍ର | ଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୦ |
ଆଶୁତୋଷ ପରିଡ଼ା (ଜନ୍ମ : ୧୯୪୬) ଜଣେ ଭାରତୀୟ ବୈଜ୍ଞାନିକ ଓ ଓଡ଼ିଆ ଭାଷୀ ସାହିତ୍ୟିକ । ସେ ୧୯୯୦ ମସିହାରେ ତାଙ୍କ କବିତା ସଂକଳନ ଇପସିତ କ୍ରୋଧ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ତାଙ୍କ କବିତା ଅନ୍ୟ ଭାରତୀୟ ଭାଷାମାନଙ୍କରେ ଅନୂଦିତ ହୋଇଛି ।[୨] ସେ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଯୋଗିକୀ ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।[୩]
ଜୀବନୀ
[ସମ୍ପାଦନା]ଆଶୁତୋଷ ୧୯୪୬ ମସିହା ଫେବୃଆରୀ ମାସରେ କେନ୍ଦ୍ରାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆରଇସି ରାଉରକେଲାରୁ ଇଞ୍ଜିନିୟରିଂରେ ସ୍ନାତକ ଓ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଛନ୍ତି । ସେ ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ ।[୪]
ରଚନାବଳୀ
[ସମ୍ପାଦନା]- ଅଂଗାର ଗାର - ୨୦୦୩ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ଆକ୍ରାନ୍ତ ଅକ୍ଷର - ୨୦୧୪ (ପ୍ରଗତି)
- ଅନ୍ତରାଳ - ୨୦୦୮ (ପ୍ରଗତି)
- ଚଂଡ଼ାଳ - ୧୯୯୧ (ବିଜୟ ଶଙ୍କର ପାତ୍ର)
- ଦେଶ ନଥିବା ଲୋକ - ୨୦୧୦ (ପଶ୍ଚିମା ପବ୍ଲିକେଶନସ)
- ଈପସିତ କ୍ରୋଧ - ୧୯୯୬ (ପାଇନ୍ ବୁକ୍ସ)
- କାଳଧ୍ୱନି - ୨୦୧୧ (ପ୍ରଗତି)
- ରକ୍ତବର୍ଣ୍ଣ ବାଲି - ୨୦୦୦ (ଚିତ୍ରୋତ୍ପଳା ପବ୍ଲିକେସନ୍)ଚିତ୍ରୋତ୍ପଳା ପବ୍ଲିକେଶନ୍ସ
- କଳାତ୍ମକ ବାସ୍ତବତା: ଭିତ୍ତି ଓ ଅଙ୍ଗୀକାର - ୨୦୧୧ (ସୁବର୍ଣ୍ଣଶ୍ରୀ ପ୍ରକାଶିନୀ)[୫]
- ଅପ୍ରସ୍ତୁତ ମୃତ୍ୟୁ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩ (ଅପ୍ରସ୍ତୁତ ମୃତ୍ୟୁ)[୬]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା) - ୧୯୯୦[୭]
- ସତ୍ୟବାଦି ସାହିତ୍ୟ ସମ୍ମାନ (କବିତା) - ୨୦୧୮[୮]
ଆଧାର
[ସମ୍ପାଦନା]- ↑ Indian Literature. Sahitya Akademi. 2006.
- ↑ "All-India Radio celebrates poetry in different languages - Times of India". The Times of India. Retrieved 2019-02-21.
- ↑ Cuttack Review of Literature, Criticiscm & Ideas. S. Patnaik. 1982.
- ↑ Ojha, Sibasankar (20 December 2023). "ବିଶିଷ୍ଟ କବି ଆଶୁତୋଷ ପରିଡ଼ା ୨୦୨୩ ମସିହା ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Sambad. Retrieved 20 December 2023.
- ↑ "National Library Online Catalogue". opac.nationallibrary.gov.in. National Library of India. Retrieved 21 February 2019.
- ↑ (PM), Samaja Digital (20 December 2023). "ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Samaja Live. Retrieved 20 December 2023.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Archived from the original on 13 June 2016. Retrieved 21 February 2019.
- ↑ "ସତ୍ୟବାଦି ସାରସ୍ୱତ ଓ ସାହିତ୍ୟ ସମ୍ମାନ୍ ୨୦୧୮". samajalive.in. The Samaja. Retrieved 21 February 2019.