ହରପ୍ରସାଦ ପରିଛା ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ହରପ୍ରସାଦ ପରିଛା ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1953-10-19)୧୯ ଅକ୍ଟୋବର ୧୯୫୩
ଖଲ୍ଲିକୋଟ ବିକ୍ରମପୁର, ଗଞ୍ଜାମ ଜିଲ୍ଲା
ମୃତ୍ୟୁ୧୬ ଫେବୃଆରୀ ୨୦୨୨(2022-02-16) (ବୟସ ୬୮)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିନଷ୍ଟ ହୋଇଯିବାର ମୋହ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜ୍ୟୋତ୍ସ୍ନାମଞ୍ଜରୀ ପଟ୍ଟନାୟକ
ସନ୍ତାନଶ୍ୱେତପଦ୍ମ, ଶ୍ୱେତସ୍ୱପ୍ନ
ପିତାମାତାଶିବରାମ ପରିଚ୍ଛା, ଗୋଲକମଣୀ ଦେବୀ

ହରପ୍ରସାଦ ପରିଛା ପଟ୍ଟନାୟକ (୧୯ ଅକ୍ଟୋବର ୧୯୫୩- ୧୬ ଫେବୃଆରୀ ୨୦୨୨) ଜଣେ ଭାରତୀୟ ଶିକ୍ଷାବିତ ଓ ଓଡ଼ିଆ ଆଧୁନିକ ସାହିତ୍ୟ ରଚୟିତା ତଥା ସମ୍ପାଦକ ଥିଲେ ।[୧] ସେ ସର୍ବସାଧାରଣ ସମ୍ବାଦପତ୍ରର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ[୨] ଏବଂ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଥିଲେ ।[୩][୪] ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର[୫] ଏବଂ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ [୬] ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହରପ୍ରସାଦ ପରିଛା ପଟ୍ଟନାୟକ ୧୯୫୩ ଅକ୍ଟୋବର ୧୯ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ବିକ୍ରମପୁର ଗାଁରେ ଜନ୍ମନେଇଥିଲେ ।[୭] ତାଙ୍କ ପିତାଙ୍କ ନାମ ଶିବରାମ ପରିଛା ଓ ମାତାଙ୍କ ନାମ ଗୋଲକମଣୀ ଦେବୀ ଥିଲା । ସେ ଜ୍ୟୋତ୍ସ୍ନାମଞ୍ଜରୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଶ୍ୱେତପଦ୍ମ ଓ ଶ୍ୱେତସ୍ୱପ୍ନ ନାମରେ ଦୁଇ ପୁଅ ଅଛନ୍ତି ।

ଶିକ୍ଷା[ସମ୍ପାଦନା]

ସେ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି. ଲାଭ କରିଥିଲେ । ୧୯୭୫ରେ ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ କାମ ଆରମ୍ଭ କରି ସେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟବିଜେବି କଲେଜ ସମେତ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।

ବୃତ୍ତି[ସମ୍ପାଦନା]

ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବେ ୧୯୯୬ ଅକ୍ଟୋବର ୧ରୁ ୧୯୯୯ ସେପ୍ଟେମ୍ବର ୧୯ ତଥା ୨୦୦୭ରୁ ସେପ୍ଟେମ୍ବର ୪ରୁ ୨୦୧୦ ସେପ୍ଟେମ୍ବର ୩ ଯାଏ କାର୍ଯ୍ୟ କରିଥିଲେ ।[୩][୪] ୨୦୧୧ ଜାନୁଆରୀ ୫ରୁ ୨୦୧୧ ଅକ୍ଟୋବର ୩୧ ଯାଏ ସେ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଥିଲେ । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମଧ୍ୟ ଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ୧୬ ଫେବୃଆରୀ ୨୦୨୨ (ବୁଧବାର) ଅପରାହ୍ଣରେ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୮]

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ପିଙ୍କି କଥା (୧୯୭୬)
  • ଏକା ଏକା ସନ୍ୟାସୀ (୧୯୮୧)
  • ଅଥୟ ସୂର୍ଯ୍ୟ (୧୯୯୦)
  • ଆୟୁଷ୍ମାନ ସମୟ (୧୯୯୫)
  • ସବୁଅନ୍ଧାର ଆଜି ରାତିରେ (୧୯୯୬)
  • ଜୀବନ ଜଙ୍ଘା (୨୦୦୪)
  • ଅରଣ୍ୟରେ ଯେତେ ଦିନ (୨୦୦୭)
  • ନଷ୍ଟ ହୋଇଯିବାର ମୋହ
  • ସବୁଦିନର କବିତା

ଅନୁବାଦ[ସମ୍ପାଦନା]

  • ନିରବତାର ସ୍ୱର (ଗ୍ରୀକ୍ କବିତାଗୁଡ଼ିକର ଓଡ଼ିଆ ଅନୁବାଦ) (୧୯୭୮)
  • Solder in Exile (ରମାକାନ୍ତ ରଥଙ୍କ କିଛି କବିତାର ଇଂରାଜୀ ଅନୁବାଦ) (୧୯୮୯)
  • Hawk and Other Stories (ହୃଷୀକେଶ ପଣ୍ଡାଙ୍କ ଗପର ଇଂରାଜୀ ଅନୁବାଦ ଓ ସମ୍ପାଦନା) (୧୯୯୦)
  • Selected Oriya Poems (ସୀତାକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ସହ ଓଡ଼ିଆ କବିତାର ଇଂରାଜୀ ଅନୁବାଦ)
  • ସୂର୍ଯ୍ୟତୃଷ୍ଣା (ସୀତାକାନ୍ତ ମହାପାତ୍ରଙ୍କ ସମ୍ପାଦନାରେ ଅନ୍ୟମାନଙ୍କ ସହ ମେସିଡୋନିଆ କବିତାର ଓଡ଼ିଆ ଅନୁବାଦ)

ସମ୍ପାଦନା[ସମ୍ପାଦନା]

  • Probitas & Vortex (ଇଂରାଜୀ ପତ୍ରିକା)[୯]
  • ଆବର୍ତ୍ତ (ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା) - ୧୯୮୮-୮୪
  • Sun Times (ଇଂରାଜୀ ଖବରକାଗଜର ସାହିତ୍ୟ ପୃଷ୍ଠା)
  • Songs for Kanha (ସ୍ୱାମୀ ଅରୁପାନନ୍ଦଙ୍କ କବିତା ପୁସ୍ତକ)
  • Corals of Time (ସ୍ୱାମୀ ଅରୁପାନନ୍ଦଙ୍କ କବିତା ପୁସ୍ତକ)
  • Sorrow of Cosmos (ଗବେଷଣାଧର୍ମୀ ପୁସ୍ତକ)[୧୦]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨ ("ନଷ୍ଟ ହୋଇଯିବାର ମୋହ" ନିମନ୍ତେ)[୧୧]
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୨୦ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)[୧୨]
  • ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୧୩]
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୧୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  2. "ମାନବ ଶକ୍ତି – Sarbasadharana Odia Daily" (in ଆମେରିକୀୟ ଇଂରାଜୀ). Retrieved 2022-02-17.
  3. ୩.୦ ୩.୧ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 216–. ISBN 978-81-8450-151-3.
  4. ୪.୦ ୪.୧ "Odisha Sahitya Akademi". odishasahityaakademi.org. Retrieved 2022-02-17.
  5. ୫.୦ ୫.୧ http://www.thehindu.com/todays-paper/tp-national/tp-otherstates/Appointed-Sahitya-Akademi-secretary/article16147903.ece
  6. http://www.textbookbureauodisha.in/DirectorList.aspx
  7. "ହରପ୍ରସାଦ ପରିଚ୍ଛା". ଧରିତ୍ରୀ. ୧୭ ଫେବୃଆରୀ ୨୦୨୨. p. ୬. Retrieved 17 February 2022. {{cite web}}: Check date values in: |date= (help)
  8. "'ଅଥୟ ସୂର୍ଯ୍ୟ' ଅସ୍ତ". No. ସର୍ବସାଧାରଣ ୧୭/୨/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ସର୍ବସାଧାରଣ ଖବର କାଗଜ. Archived from the original on 17 February 2022. Retrieved 17 February 2022.
  9. The Indian P.E.N. P.E.N. All-India Centre. 1974.
  10. http://www.odiasahitya.com/featured/haraprasad-parichha-patnaik/
  11. http://odishasahityaakademi.org/sahitya-award13.php
  12. "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.
  13. "ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ 'ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ'". ସମ୍ବାଦ. p. ୩. Archived from the original on ୮ ନଭେମ୍ବର ୨୦୨୧. Retrieved 8 November 2021. {{cite web}}: Check date values in: |archivedate= (help)