ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

ଉଇକିପିଡ଼ିଆ‌ରୁ

ଓଡ଼ିଆ ଭାଷାରେ +୨[୧] ଏବଂ +୩ ସ୍ତରର ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନର ଲକ୍ଷ୍ୟ[୨] ନେଇ, ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା କାର୍ଯ୍ୟରତ । ଏହି ଅନୁଷ୍ଠାନଟି ବର୍ତ୍ତମାନ ଭୁବନେଶ୍ୱରର ଶୁକବିହାରଠାରେ କାର୍ଯ୍ୟକ୍ଷମ । ଅନୁଷ୍ଠାନଟି ଏଯାବତ ୬୦୦ରୁ ଅଧିକ ପାଠ୍ୟପୁସ୍ତକ ଏବଂ ବହୁ ଅନ୍ୟାନ୍ୟ ପୁସ୍ତକ ପ୍ରକାଶନ କରିସାଇଛି ।[୩] ଡଃ ଗୀତିକା ତ୍ରିପାଠୀ ଅନୁଷ୍ଠାନଟିର ବର୍ତ୍ତମାନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ।

ଇତିହାସ[ସମ୍ପାଦନା]

ସ୍ୱାଧୀନତା ପରେ, ଦେଶରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ସରକାରଙ୍କଦ୍ୱାରା ନିଯୁକ୍ତ କୋଠାରୀ କମିଶନ ଆଞ୍ଚଳିକ ଭାଷାଗୁଡିକୁ ଉଚ୍ଚଶିକ୍ଷାର ମାଧ୍ୟମ କରିବାପାଇଁ ସୁପାରିସ କରିଥିଲେ । ୧୯୬୮ମସିହାରେ ସରକାର ଏହି ସୁପାରିସକୁ ଗ୍ରହଣ କରି ଜାତୀୟ ଶିକ୍ଷାନୀତିର ଅନ୍ତର୍ଭୁକ୍ତ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାର ଓଡ଼ିଆ ସମେତ ୧୪ଟି ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହି ଅର୍ଥକୁ ଉପଯୋଗ କରି ଓଡ଼ିଶା ସରକାର ୧୯୭୦ ମସିହା ମାର୍ଚ୍ଚ ୧୧ ତାରିଖରେ 'ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା' ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ପ୍ରତିଷ୍ଠା କରିଥିଲେ । ଡଃ.ଗୋକୁଳାନନ୍ଦ ମହାପାତ୍ର ଏହି ଅନୁଷ୍ଠାନଟିର ପ୍ରଥମ ନିର୍ଦ୍ଦେଶକ(୦୧ ଅଗଷ୍ଟ ୧୯୭୦ଠାରୁ ୧୦ ଜୁନ ୧୯୭୨ ପର୍ଯ୍ୟନ୍ତ) ଭାବରେ ନିଯୁକ୍ତ ହୋଇଥିଲେ । [୪]

ଆଧାର[ସମ୍ପାଦନା]

  1. http://dheorissa.in/DHE/OSBTextBook.aspx
  2. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2013-07-11. {{cite web}}: Cite has empty unknown parameter: |1= (help)
  3. http://rtiodisha.gov.in/dept_home.php?id=12&oid=251&sid=2[permanent dead link]
  4. ଧରିତ୍ରୀ ୧୧/୦୩/୨୦୧୫ ପୃଷ୍ଠା ୬

ଅଧିକ ତଥ୍ୟ[ସମ୍ପାଦନା]