ରକ୍ତବାହୁ

ଉଇକିପିଡ଼ିଆ‌ରୁ
ରକ୍ତବାହୁ
ଶାସନକାଳ 793 - 814 CE
Poetic Old Kannada inscription (left-800AD, right-797 AD) of Rashtrakuta King Govinda III at Mavali, Dharwad district

ମାଦଳା ପାଞ୍ଜିର ତଥ୍ୟ ଅନୁଯାୟୀ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିବାରେ ରକ୍ତବାହୁ ହେଉଛି ପ୍ରଥମ ଯବନ ଆକ୍ରମଣକାରୀ ।[୧] ଏଥିରେ ଇପଲବ୍ଧ ତଥ୍ୟ ଅନୁଯାୟୀ ସେ ଓଡ଼ିଶାର ତତ୍‌କାଳୀନ ରାଜା ସୁବର୍ଣ୍ଣଦେବଙ୍କୁ ପରାସ୍ତ କରିବା ପରେ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିବାକୁ ସମର୍ଥ ହୋଇଥିଲେ ।[୧]

ମାଦଳା ପାଞ୍ଜିରେ ଉପଲବ୍ଧ ତଥ୍ୟ ଅନୁଯାୟୀ ରକ୍ତବାହୁଙ୍କ ଆକ୍ରମଣ ସମୟରେ ଓଡ଼ିଶାର ସୋଭନଦେବ ନାମକ ଜଣେ ରାଜା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିକୁ ଉଦ୍ଧାର କରି ଅନ୍ୟତ୍ର ନେବାକୁ ସମର୍ଥ ହେଲେ । [୨] ଯବନ ଆକ୍ରମଣରୁ ରକ୍ଷା କରିବା ପାଇଁ ସୋନପୁର ନିକଟସ୍ଥ ଏକ ଗୁମ୍ଫାରେ ଚତୁର୍ଧା ମୂର୍ତ୍ତିକୁ ଲୁଚାଇ ରଖାଯାଇଥିଲା ।[୩] ଏହି ସମୟରେ ଚତୁର୍ଧା ମୁରତି ପାତାଳୀ ହୋଇଥିବାରୁ ଏହା ପାତାଳୀ ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି ।

ପରିଚୟ[ସମ୍ପାଦନା]

ରାଜା ଶୋଭନ ଦେବଙ୍କ ୨ୟ ଅଙ୍କରେ ରକ୍ତବାହୁ ନାମକ ଜଣେ ବିଦେଶୀ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ରକ୍ତବାହୁଙ୍କ ପରିଚୟ ନେଇ ବିଭିନ୍ନ ଐତିହାସିକ ଭିନ୍ନ ଭିନ୍ନ ମତ ପ୍ରଦାନ କରିଛନ୍ତି । ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ରକ୍ତବାହୁଙ୍କୁ ରାଷ୍ଟ୍ରକୂଟ ରାଜା ଗୋବିନ୍ଦ-୩ୟ (Govinda III)ଭାବେ ଚିହ୍ନଟ କରିଛନ୍ତି । ତାଙ୍କ ମତରେ ମାଦଳା ପାଞ୍ଜିରେ ବର୍ଣ୍ଣିତ ଶୋଭନଦେବ ହେଉଛନ୍ତି ଭୌମକର ରାଜା ଶୁଭଙ୍କର ଦେବ-ପ୍ରଥମ । ଐତିହାସିକ ଆର୍ ଡି ବାନାର୍ଜୀଙ୍କ ମତରେ ରକ୍ତବାହୁ କୁଶାଣ ରାଜ୍ୟର ଏକ ଯବନ ସେନାପତି । ଅନ୍ୟ କେତେକ ଐତିହାସିକମାନେ ମତ ଦେଇଛନ୍ତି ଯେ ରକ୍ତବାହୁ ଶ୍ରୀଲଙ୍କାରୁ ସମୁଦ୍ର ପଥରେ ଆସିଥିବା ଏକ ଆକ୍ରମଣକାରୀ, ଯିଏ ସମୁଦ୍ର ପଥରେ ପୁରୀକୁ ଆସିଥିଲେ ଏବଂ ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଶ୍ରୀକ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲେ । ଅନ୍ୟ କେତେକଙ୍କ ମତରେ ରକ୍ତବାହୁ ଏକ କାଳ୍ପନିକ ଚରିତ୍ର ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଦାଶ, ଅଭିମନ୍ୟୁ. "Orissa Review JULY 2011..." magazines.odisha.gov.in. Retrieved 22 June 2023.
  2. Service, Pragativadi News (4 July 2022). "Patali Srikhetra: The Hidden Abode Of Lord Jagannath And His Siblings". Pragativadi. Retrieved 22 June 2023.
  3. "Raktabahu invasion and self-exile of Jagannath, siblings in Sonepur district". Argus News (in ଇଂରାଜୀ). Retrieved 22 June 2023.
  4. Mahapatra, Dr. hemanta. "Navakalebar : Ritual and History" (PDF). magazines.odisha.gov.in. Retrieved 22 June 2023.