ଖଗେଶ୍ୱର ମହାପାତ୍ର

ଉଇକିପିଡ଼ିଆ‌ରୁ
ଖଗେଶ୍ୱର ମହାପାତ୍ର
Born(1933-11-27)୨୭ ନଭେମ୍ବର ୧୯୩୩
ଖୋସଲପୁର, ବଳଦା, ଯାଜପୁର
Died୧୯ ଜୁଲାଇ ୨୦୧୭(2017-07-19) (ବୟସ ୮୩)
ଭୁବନେଶ୍ୱର
Cause of deathନିମୋନିଆ
Nationality ଭାରତୀୟ
Educationପିଏଚଡ଼ି
Known forସାହିତ୍ୟିକ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫

ଖଗେଶ୍ୱର ମହାପାତ୍ର (୨୭ ନଭେମ୍ବର ୧୯୩୩ - ୧୯ ଜୁଲାଇ ୨୦୧୭), ଜଣେ ଓଡ଼ିଆ ସାହିତ୍ୟିକ, ସମାଲୋଚକ, ଭାଷାତତ୍ତ୍ୱବିତ ଏବଂ ଆଦିବାସୀ ସଂସ୍କୃତିର ଗବେଷକ ଥିଲେ ।[୧] ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।

ଜୀବନୀ[ସମ୍ପାଦନା]

ଖଗେଶ୍ୱର ୧୯୩୩ ମସିହା ନଭେମ୍ବର ୨୭ ତାରିଖରେ ଯାଜପୁର ଜିଲାର ବଲଦା ନିକଟସ୍ଥ ଖୋସଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ହାସଲ କରିଥିଲେ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।[୩] ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟରେ ପ୍ରଥମସ୍ଥାନ ଅଧିକାରକରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ବିଶ୍ୱଭାରତୀ ଶାନ୍ତିନିକେତନରେ ସେ ଅଧ୍ୟାପନା କରିବା[୪] ସହ, ଓଡ଼ିଆ ଭାଷା ବିଭାଗ ଆରମ୍ଭ କରିଥିଲେ ।[୫] ମୁଣ୍ଡା, କିଶାନ ପ୍ରଭୃତି ଭାଷା ଉପରେ ସେ ଗବେଷଣା କରି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ତାଙ୍କ ଉଦ୍ୟମରେ ଆଦିବାସୀଙ୍କ ଜୀବନଧାରା ଉପରେ ପର୍ଯ୍ୟବସିତ ପ୍ରାମାଣିକ ଚଳଚ୍ଚିତ୍ର "ଅନ୍ତର୍ନିହିତ ଜ୍ୟୋତିଧାରା" ଓ "ବଣମଲ୍ଲୀର ମହକ" ନିର୍ମାଣ କରାଯାଇଥିଲା । ଓଡ଼ିଆ ଭାଷା ପ୍ରତିଷ୍ଠାନଦ୍ୱାରା ପ୍ରକାଶିତ ପୁସ୍ତକ ‘ଓଡ଼ିଆ ଭାଷାର ଇତିବୃତି’ ତାଙ୍କ ଅଧ୍ୟକ୍ଷତାରେ ସଂକଳିତ ହୋଇଥିଲା । ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଭିନ୍ନ ଓଡ଼ିଆ ଭାଷାର ଗୁଣାତ୍ମକ ମୂଲ୍ୟବୃଦ୍ଧି ସମ୍ପର୍କିତ ପ୍ରକଳ୍ପରେ ସେ ଅଧ୍ୟକ୍ଷତା କରିଥିଲେ । ଭୁବନେଶ୍ୱରସ୍ଥିତ ଜନଜାତି ସଂଗ୍ରହାଳୟ ଓ ଆଦିବାସୀ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।

୨୦୧୭ ମସିହା ଜୁଲାଇ ୧୯ତାରିଖରେ ଖଗେଶ୍ୱର ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା ।[୬]

ରଚନାବଳୀ[ସମ୍ପାଦନା]

ସମାଲୋଚନା ଓ ଗବେଷଣାତ୍ମକ[ସମ୍ପାଦନା]

  • ସମାଲୋଚନାର ଦିଗ ଦିଗନ୍ତ
  • ଓଡ଼ିଆ ଲିପି ଓ ଓଡ଼ିଆ ଭାଷା
  • ଚର୍ଯ୍ୟାଗୀତିକା[୭]
  • କାବ୍ୟିକ ଭାଷା
  • ପ୍ରତ୍ନ-ଓଡ଼ିଆ
  • ଦକ୍ଷିଣାଞ୍ଚଳ ଓଡ଼ିଆ[୮]

ଅନୁବାଦ[ସମ୍ପାଦନା]

  • ରାଗ ଦରବାରୀ(ହିନ୍ଦୀ)
  • ସ୍ୱାଧୀନତା ସଂଗ୍ରାମର ଇତିହାସ (ଇଂରାଜୀ)
  • ଚିତ୍ରପ୍ରିୟା (ତାମିଲ)
  • ଗ୍ରାମାୟାନ (ମାଲୟାଲାମ)
  • ନୀଳକଣ୍ଠ ପାକ ସିର ସନ୍ଧାନେ (ବଙ୍ଗଳା)
  • ତୁକାରାମ (ମରାଠୀ)

ସମ୍ପାଦିତ[ସମ୍ପାଦନା]

  • ପ୍ରେମଲତା
  • ଗୀତାଞ୍ଜଳି[୯]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୮୫ (ସମାଲୋଚନାର ଦିଗ ଦିଗନ୍ତ ପାଇଁ)[୧୦]
  • ଗୋକର୍ଣ୍ଣିକା ପୁରସ୍କାର, ୧୯୮୮[୧୧]
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଝଙ୍କାର ପୁରସ୍କାର, ୧୯୮୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୨]

ଆଧାର[ସମ୍ପାଦନା]

  1. Syed Amanur Rahman; Balraj Verma (6 December 2005). The Beautiful India - Orissa. Reference Press. ISBN 978-81-8405-005-9.
  2. Orissa reference: glimpses of Orissa. TechnoCAD Systems. 2001.
  3. "Noted writer passes away". The New Indian Express. Retrieved 27 November 2020.[permanent dead link]
  4. Orissa (India); Nilamani Senapati; N. K. Sahu. Orissa District Gazetteers: Baleshwar. Superintendent, Orissa Government Press.
  5. http://sarbasadharana.com/?p=39990[permanent dead link]
  6. "ପରଲୋକରେ ସାହିତ୍ୟିକ ଖଗେଶ୍ୱର ମହାପାତ୍ର". ଧରିତ୍ରୀ. Retrieved 27 November 2020.
  7. Rabindra Nath Chakraborty (1985). National Integration in Historical Perspective: A Cultural Regeneration in Eastern India. Mittal Publications. pp. 182–. GGKEY:CNFHULBK119.
  8. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୯-୦୭-୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 19 July 2018.[permanent dead link]
  9. Khageśvara Mahāpātra; Kailash Patnaik, Bikash Panda; Saurībandhu Kara (1998). A man without mask: Professor Khageswar Mahapatra felicitation volume. Prof. Khageswar Mahapatra Felicitation Committee.
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 27 November 2020.
  11. "Prof. Khageswar Mohapatra". scstrti.in. Retrieved 17 March 2021.
  12. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.