ଶ୍ରୀଚରଣ ମହାନ୍ତି
ଦେଖଣା
ଶ୍ରୀଚରଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗଜପୀଠ, ପାଟକୁରା, କେନ୍ଦ୍ରାପଡ଼ା | ୬ ଡିସେମ୍ବର ୧୯୫୩
ବୃତ୍ତି | ଲେଖକ, ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଆମେ ସବୁ ସରଗର ଫୁଲରେ, କଥାଟିଏ କହୁଁ କଥାଟିଏ |
ପୁରସ୍କାର | ଜାତୀୟ ପୁରସ୍କାର ୩ଥର |
ପିତାମାତା | ପରିକ୍ଷିତ ମହାନ୍ତି (ପିତା), ଗଜି ଦେବୀ (ମାତା) |
ଶ୍ରୀଚରଣ ମହାନ୍ତି (ଜନ୍ମ: ୬ ଡିସେମ୍ବର ୧୯୫୩) ଜଣେ ଓଡ଼ିଆ ପ୍ରାବନ୍ଧିକ, ଗୀତିକାର, ଶିଶୁ ସାହିତ୍ୟିକ ଓ ସମାଲୋଚକ । ସେ ନିଜର ଶିଶୁ ସାହିତ୍ୟ କୃତି କଥାଟିଏ କହୁଁ କଥାଟିଏ ପାଇଁ ୩ଥର ଜାତୀୟ ପୁରସ୍କାର ପାଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶ୍ରୀଚରଣ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଅନ୍ତର୍ଗତ ଗଜପୀଠ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବିଶ୍ୱଭାରତୀ, ଶାନ୍ତିନିକେତନରୁ ଓଡ଼ିଆରେ ସ୍ନାତକୋତ୍ତର, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ୍ ଓ ଡି ଲିଟ୍ ଡିଗ୍ରୀ ଲାଭ କରିଥିଲେ । ଅଧ୍ୟାପନା ବୃତ୍ତିକୁ ଆପଣେଇ ନେଇଥିବା ଶ୍ରୀଚରଣ ଜଣେ କବି, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁ ସାହିତ୍ୟିକ, ଗୀତିକବି ଓ ସମାଲୋଚକ ଭାବେ ଜଣାଶୁଣା । ସେ ମାୟାଧର ମାନସିଂହଙ୍କ ସମଗ୍ର ରଚନାବଳୀକୁ ୮ଖଣ୍ଡ ଗ୍ରନ୍ଥାବଳୀରେ ସମ୍ପାଦନା କରିଛନ୍ତି ।[୧][୨] ସେ ସାପ୍ତାହିକ ପତ୍ରିକା ''ଚରମ ପତ୍ର'', ବାଲେଶ୍ୱରର ସମ୍ପାଦନା କରୁଥିଲେ ।
ରଚନାବଳୀ
[ସମ୍ପାଦନା]କବିତା ଓ ଗୀତିକବିତା
[ସମ୍ପାଦନା]- ଅପ୍ରିୟ ଶତକ
- ମୂର୍ଚ୍ଛନା
ଶିଶୁ ସାହିତ୍ୟ
[ସମ୍ପାଦନା]- ଆମେ ସବୁ ସରଗର ଫୁଲରେ
- କଥାଟିଏ କହୁଁ କଥାଟିଏ
- ଯେଣେ ଇଚ୍ଛା ତେଣେ ଯା
- ଏବେ ବାଟ ମିଳିଗଲା
ସମାଲୋଚନା
[ସମ୍ପାଦନା]- ଭିକାରୀ ଚରଣ ପଟ୍ଟନାୟକ
- ଚିନ୍ତାନାୟକ ମାନସିଂହ
- ମାନସିଂହ ମାନସ ଭାଗ ୧ମ
- ମାନସିଂହଙ୍କ ବିଚାରଧାରା
- କବିବର ରାଧାନାଥ
- ବିପ୍ଳବୀ ଦ୍ୱିବେଦୀ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ)
- କଥାଟିଏ କହୁଁ କଥାଟିଏ ପାଇଁ ୩ଥର ଜାତୀୟ ପୁରସ୍କାର, ୧୯୮୬, ୧୯୯୨
- ମାୟାଧର ମାନସିଂହ ସ୍ମୃତି ପୁରସ୍କାର ୧୯୭୫, ୧୯୭୮
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୯, ୮୩୧. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୧୯-୨୦.