ଚୌଧୁରୀ ହେମକାନ୍ତ ମିଶ୍ର
ଚୌଧୁରୀ ହେମକାନ୍ତ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୩ ଅପ୍ରେଲ ୧୯୩୫ ଭେଡା, କଟକ |
ମୃତ୍ୟୁ | ୩୧ ଅଗଷ୍ଟ ୨୦୦୫ (୭୦ ବର୍ଷ) ବେଙ୍ଗାଳୁରୁ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ମନୋବିଜ୍ଞାନ), ପି.ଏଚ୍.ଡି |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ଵବିଦ୍ୟାଳୟ[୧] |
ପ୍ରସିଦ୍ଧି | ଶିକ୍ଷାବିତ ଓ ସାହିତ୍ୟିକ |
ବାପା ମା | ଚୌଧୁରୀ ରାଧାନାଥ ମିଶ୍ର |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର |
ଚୌଧୁରୀ ହେମକାନ୍ତ ମିଶ୍ର (୧୩ ଅପ୍ରେଲ ୧୯୩୫[୨] - ୩୧ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ[୩] ଥିଲେ । ସେ ଅନୁବାଦ ସାହିତ୍ୟ ରଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୪] ବ୍ୟଙ୍ଗ ବ୍ୟତିତ ସାହିତ୍ୟର ଅନ୍ୟ ବିଭାଗ, ଯଥା କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି ।
ହେମକାନ୍ତ, ୧୯୩୫ମସିହାରେ କଟକ ଜିଲ୍ଲାର ଭେଡା ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଥିଲେ । ମନୋବିଜ୍ଞାନରେ ସ୍ନାତକୋତ୍ତର ପରେ, ହେମକାନ୍ତ ପି.ଏଚ୍.ଡି ମଧ୍ୟ ଲାଭ କରିଥିଲେ । ନିଜ କର୍ମମୟ ଜୀବନ ମଧ୍ୟରେ, ସେ ଆଇ.ଆଇ.ଟି ଖଡ଼ଗପୁର, ଆହ୍ଲାବାଦ ବିଶ୍ଵବିଦ୍ୟାଳୟ, ଭାରତୀୟ ଭାଷା ସଂସ୍ଥାନ ଓ ମାଡ୍ରାସ ଟେକନିକାଲ ଟିଚର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଶିକ୍ଷାଦାନ କରିଥିଲେ । ସେ ଏନ.ସି.ଇ.ଆର.ଟିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ୨୦୦୫ ମସିହା ଅଗଷ୍ଟ ୩୧ତାରିଖରେ,[୬] ବେଙ୍ଗାଳୁରୁଠାରେ ତାଙ୍କର ପରଲୋକ ଘଟିଥିଲା ।[୭]
ସାହିତ୍ୟ ସର୍ଜନା[ସମ୍ପାଦନା]
ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ହେମକାନ୍ତଙ୍କ ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା, ରେଭେନ୍ସା କଲେଜରେ ପଢିବା ସମୟରୁ । ଫତୁରାନନ୍ଦଙ୍କଦ୍ଵାରା ଅନୁପ୍ରାଣିତ ହୋଇ, ସେ ବ୍ୟଙ୍ଗସାହିତ୍ୟକୁ ପ୍ରାଧାନ୍ୟ ଦେଇଥିଲେ । ସେ ଫତୁରାନନ୍ଦଙ୍କ ଜୀବନୀ "ହାସ୍ୟ ସମ୍ରାଟ ଫତୁରାନନ୍ଦ" ମଧ୍ୟ ରଚନା କରିଥିଲେ ।
ରଚନାବଳୀ[ସମ୍ପାଦନା]
- ଭଲ୍ଲୁକର ପୂରା ପ୍ୟାଣ୍ଟ ଓ ଅନ୍ୟାନ୍ୟ ମଜା ଗଳ୍ପ
- ନିଷିଦ୍ଧ ପୁସ୍ତକ
- ହେମକାନ୍ତଙ୍କ ହସଗୋଲା[୮]
- ବାରବୁଲା ଦେବଦୁତ[୯]
- କୁରୁଳିଆ ଗଳ୍ପ
- ହାସ୍ୟ ସମ୍ରାଟ ଫତୁରାନନ୍ଦ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୪ (ବାରବୁଲା ଦେବଦୁତ) [୧୦] [୧୧]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ନିଷିଦ୍ଧ ପୁସ୍ତକ)[୧୨]
- ରସରାଜ ଉପାଧୀ (ସରତ ସାହିତ୍ୟ ସମିତି ପକ୍ଷରୁ ପ୍ରଦତ୍ତ)[୧୩]
ଆଧାର[ସମ୍ପାଦନା]
- ↑ http://www.telegraphindia.com/1140616/jsp/odisha/story_18516801.jsp#.VeQXaH0wDSg
- ↑ International Union of Psychological Science. Committee on Publication and Communication; Hubertus Carl Johannes Duijker; National Research Council (U.S.) Committee on an International Directory of Psychologists (୧୯୬୬). International directory of psychologists: exclusive of the U. S. A., prepared by the Committee on Publication and Communication of the International Union of Psychological Science. Editors: Hubert C. J. Duijker &#୯୧;and&#୯୩; Eugene H. Jacobson. Van Gorcum.
- ↑ K. M. George (୧୯୯୨). Modern Indian Literature, an Anthology: Surveys and poems. Sahitya Akademi. pp. ୩୧୬–. ISBN ୯୭୮-୮୧-୭୨୦୧-୩୨୪-୦.
- ↑ Indian Horizons. Indian Council for Cultural Relations. ୧୯୯୯.
- ↑ "ଚୌଧୁରୀ ହେମକାନ୍ତ ମିଶ୍ର". ସମ୍ବାଦ. Retrieved 13 April 2017.
- ↑ "ଚୌଧୁରୀ ହେମକାନ୍ତ". ସମ୍ବାଦ ୩୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୬. 31 August 2015. http://sambadepaper.com/Details.aspx?id=189786&boxid=3452129. Retrieved 31 August 2015.
- ↑ http://www.odisha.com/20050901/fullstory/Eminent%20Oriya%20writer%20Hemakanta%20Mishra%20dies.html
- ↑ National Book Trust (୧୯୯୩). Books recommended for translation. National Book Trust, India.
- ↑ http://www.odisha.com/arts.html
- ↑ "AKADEMI TRANSLATION PRIZES (1989-2015)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 April 2017.
- ↑ "Bhasha Samman' awards given". The Hindu. http://www.thehindu.com/2005/08/24/stories/2005082414750300.htm. Retrieved 31 August 2015.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 April 2017.
- ↑ "ଆଜି ଜନ୍ମଦିନ". ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. http://www.sambadepaper.com/Details.aspx?id=346866&boxid=316688. Retrieved 13 April 2017.