ହରିଶୟନ ଏକାଦଶୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହରିଶୟନ ଏକାଦଶୀ
Shesh shaiya Vishnu.jpg
ଶେଷ ନାଗ ଉପରେ ଶୟନରତ ବିଷ୍ଣୁ
ଅନ୍ୟ ନାମ ପଦ୍ମା ଏକାଦଶୀ,
ଦେବଶୟନି ଏକାଦଶୀ
ପାଳନକାରୀ ହିନ୍ଦୁ (ମୁଖ୍ୟତଃ ବୈଷ୍ଣବଙ୍କ ଦ୍ଵାରା)
ପ୍ରକାର ଧାର୍ମିକ
ବିଶେଷତା ଚତୁର୍ମାସ୍ୟା ଆରମ୍ଭ
ଧର୍ମାନୁଷ୍ଠାନ ବ୍ରତ, ପୂଜା
ତାରିଖ ଆଷାଢ଼ ଶୁକ୍ଳ ଏକାଦଶୀ
୨୦୧୬ ତାରିଖ ୧୫ ଜୁଲାଇ (ଶୁକ୍ରବାର)
୨୦୧୭ ତାରିଖ ୪ ଜୁଲାଇ (ମଙ୍ଗଳବାର)
୨୦୧୮ ତାରିଖ ୨୩ ଜୁଲାଇ (ସୋମବାର)

ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ହରି ଶୟନୀ’ ବା ପଦ୍ମା ଏକାଦଶୀ । ଆଷାଢ଼ ମାସ ଶୁକ୍ଳପକ୍ଷରେ ‘ହରି ଶୟନୀ ଏକାଦଶୀ’ ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ଉତ୍ତମ ଏକାଦଶୀ ବ୍ରତ କରେ, ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ । ‘ହରିଶୟନୀ ଏକାଦଶୀ’ ଦିନ ମୋର ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରେ । ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ । ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ । ଏକାଦଶୀ ରାତିରେ ଜାଗରଣ କରି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ । ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ । ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ମୋର\ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ । ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ମୋର\ବିଷ୍ଣୁଙ୍କର ଅତି ପ୍ରିୟ । ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ । ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । ‘ଶୟନୀ’ ଓ ‘ବୋଧିନୀ’ ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ । ଅନ୍ୟ ମାସର କୃଷ୍ଣପକ୍ଷୀୟ ଏକାଦଶୀ ଗୃହସ୍ଥ ପାଇଁ ବ୍ରତ ରଖିବା ଯୋଗ୍ୟ ନୁହେଁ । ଶୁକ୍ଳପକ୍ଷର ସମସ୍ତ ଏକାଦଶୀ କରିବା ଉଚିତ୍ । [୧]

ଆଧାର[ସମ୍ପାଦନା]

  1. ଏକାଦଶୀ ମହାତ୍ମ୍ୟ, ପୃଷ୍ଠା-