Jump to content

ଶଙ୍କରାଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
Adi shankara
ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ଚାରିଜଣ ଶିଷ୍ୟ - ପଦ୍ମପାଦାଚାର୍ଯ୍ୟ, ସୁରେଶ୍ୱରାଚାର୍ଯ୍ୟ, ହସ୍ତାମଳକାଚାର୍ଯ୍ୟ ଏବଂ ତତ୍ତ୍ୱକାଚାର୍ଯ୍ୟ ।

ଶଙ୍କରାଚାର୍ଯ୍ୟ (ସଂସ୍କୃତ: शङ्कराचार्य, IAST: Śaṅkarācārya, "ଶଙ୍କର-ଆଚାର୍ଯ୍ୟ") ହେଉଛି ଏକ ଧାର୍ମିକ ପଦବୀ ଯେଉଁଥିରେ ସନାତନ ଧର୍ମର ରକ୍ଷା ନିମନ୍ତେ ଆଦିଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ମଠର ମଠାଧୀଶମାନେ ଜଣାଯାଆନ୍ତି । ଅଦୈତ ବେଦାନ୍ତର ସଂସ୍ଥାପକ ଆଦି ଶଙ୍କରାଙ୍କଠାରୁ ଏହି ପଦବୀଟି ଆସିଛି ।

ପରମ୍ପରାର ପ୍ରତିଷ୍ଠା

[ସମ୍ପାଦନା]

ଆଦି ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ରକ୍ଷା ନିମନ୍ତେ ଭାରତର ଚାରି ଦିଗରେ ଚାରୋଟି ମଠ ସ୍ଥାପନ କରିଥିଲେ ଏବଂ ଏହି ମଠର ମଠାଧୀଶଙ୍କୁ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ କରିବା ସହିତ ମଠର ଦାୟିତ୍ୱ ଦେଇଥିଲେ । ମଠ ପ୍ରତିଷ୍ଠା ପରେ ତାଙ୍କର ଚାରି ପ୍ରମୁଖ ଶିଷ୍ୟଙ୍କୁ ସେ ଶଙ୍କରାଚାର୍ଯ୍ୟ ଭାବରେ ପ୍ରତିଷ୍ଠିତ କରିଥିଲେ । ଶଙ୍କରାଚାର୍ଯ୍ୟ ପଦବୀରେ ଥିବା ସନ୍ଥଙ୍କର ମୁଖ୍ୟ କାମ ଥିଲା ଅଦୈତ ବେଦାନ୍ତର ପ୍ରଚାର କରିବ ଏବଂ ସନାତନ ଧର୍ମର ରକ୍ଷା ନିମନ୍ତେ ଆବଶ୍ୟକୀୟ ପନ୍ଥାମାନ ଗ୍ରହଣ କରିଥିବା ।[][] ଦକ୍ଷିଣ ଭାରତର ଅନ୍ୟ ଏକ ମଠ କାଞ୍ଚି କାମକୋଟି ପୀଠର ଇତିହାସ ଆଦି ଶଙ୍କରାଚାର୍ଯ୍ୟଙ୍କ ସହିତ ଜଡ଼ିଥିଲେ ଥିଲେ ମଧ୍ୟ ଏହାର ମୁଖ୍ୟକୁ "ଶଙ୍କରାଚାର୍ଯ୍ୟ" ପରିବର୍ତ୍ତେ "ଆଚାର୍ଯ୍ୟ" କିମ୍ବା "ଜଗଦଗୁରୁ" କୁହାଯାଏ ।

ନିମ୍ନରେ ଥିବା ସାରଣୀରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରୋଟି ମଠର ପ୍ରଥମ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।[]

ଶିଶ୍ୟ ଦିଗ ମଠ ମହାବାକ୍ୟ ବେଦ ସମ୍ପ୍ରଦାୟ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ
ପଦ୍ମପାଦ ପୂର୍ବ ଗୋବର୍ଦ୍ଧନ ପୀଠ, ପୁରୀ ପ୍ରଜ୍ଞାନଂ ବ୍ରହ୍ମ (ଚେତନା ହିଁ ସର୍ବୋଚ୍ଚ ପ୍ରାଣୀ) ଋଗ ବେଦ ଭୋଗବଳା ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
ସୁରେଶ୍ୱର[] ଦକ୍ଷିଣ ଶୃଙ୍ଗେରୀ ଶାରଦା ପୀଠ ଅହଂ ବ୍ରହ୍ମାଶ୍ମି (ମୁଁ ହିଁ ଶ୍ରେଷ୍ଠ) ଯଜୁର ବେଦ ଭୂରିବଳା ଶ୍ରୀ ଭାରତୀ ତୀର୍ଥ
ହସ୍ତାମଳକାଚାର୍ଯ୍ୟ ପଶ୍ଚିମ ଦ୍ୱାରକା ଶାରଦା ପୀଠ ତତ୍ତ୍ୱମସି (ତାହା ତୁମ୍ଭେ ଅଟ) ସାମା ବେଦ କିତବଳା ସ୍ୱାମୀ ସଦାନନ୍ଦ ସରସ୍ୱତୀ[]
ତତ୍ତ୍ୱକାଚାର୍ଯ୍ୟ ଉତ୍ତର ଜ୍ୟୋତିର୍ମଠ, ବଦ୍ରିନାଥ ଅୟମାତ୍ମାନଂ ବ୍ରହ୍ମ (ଏହି ଆତ୍ମା ହେଉଛନ୍ତି ସର୍ବୋଚ୍ଚ ବ୍ୟକ୍ତି) ଅଥର୍ବ ବେଦ ନନ୍ଦବଳା ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ (ପ୍ରତିଦ୍ୱନ୍ଦ୍ୱିତା) /

ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀ (ବିବାଦୀୟ)[]

ବ୍ୟୁତ୍ପତ୍ତି

[ସମ୍ପାଦନା]

ଶଙ୍କରାଚାର୍ଯ୍ୟ ଶବ୍ଦ ଶଙ୍କର ଏବଂ ଆଚାର୍ଯ୍ୟ ନାମକ ଦୁଇଟି ଶବ୍ଦକୁ ନେଇ ଗଠିତ । ଆଚାର୍ଯ୍ୟ ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ଗୁରୁ ବା ଶିକ୍ଷକ, ତେଣୁ ଶଙ୍କରାଚାର୍ଯ୍ୟର ଅର୍ଥ ହେଉଛି ଶଙ୍କରଙ୍କ ମାର୍ଗରେ ପରିଚାଳିତ କରୁଥିବା । []

  1. Waite, Dennis, 1948- (2010). The book of one : the ancient wisdom of Advaita ([2nd ed.] ed.). Winchester, UK: O Books. ISBN 9781846943478. OCLC 573397586.{{cite book}}: CS1 maint: multiple names: authors list (link) CS1 maint: numeric names: authors list (link)
  2. Barrett, David V. (2001). The new believers : a survey of sects, cults, and alternative religions. Barrett, David V. London: Cassell. ISBN 0304355925. OCLC 44933824.
  3. "Adi Shankara's four Amnaya Peethams". Archived from the original on 26 June 2006. Retrieved 2006-08-20.
  4. "Sri Sureshwaracharya". www.sringeri.net (in ଇଂରାଜୀ). Retrieved 2025-11-19.
  5. "Swami Swaroopanand Saraswati's successors: TWO Shankaracharyas of two different Peeths now - DETAILS here". Zee News (in ଇଂରାଜୀ). Retrieved 2023-05-06.
  6. "Swami Swaroopanand Saraswati's successors: TWO Shankaracharyas of two different Peeths now - DETAILS here". Zee News (in ଇଂରାଜୀ). Retrieved 2023-05-06.
  7. Snow, Michael J. (October 2018). Mindful philosophy. Milton Keynes. ISBN 9781546292388. OCLC 1063750429.{{cite book}}: CS1 maint: location missing publisher (link)

ବାହାର ଲିଙ୍କ୍

[ସମ୍ପାଦନା]