ଚକା ଅପସରା ସେବକ

ଉଇକିପିଡ଼ିଆ‌ରୁ

ଚକା ଅପସରା ସେବକ, ଜଗନ୍ନାଥ ମନ୍ଦିରରେ ଥିବା ଏକ ସ୍ୱତନ୍ତ୍ର ସେବକ[୧] ଜଗନ୍ନାଥ, ବଳଭଦ୍ରସୁଭଦ୍ରା ବିଜେ ଆସ୍ଥାନରେ ସର୍ବଦା ଚକା ରହିଥାଏ ।[୨] ରତ୍ନବେଦୀ, ଅଣସର ପିଣ୍ଡି, କେ।ଇଲି ବୈକୁଣ୍ଠର ନିର୍ମାଣ ମଣ୍ଡପର ପିଣ୍ଡି, ସ୍ନାନବେଦୀର ପିଣ୍ଡି ଆଦି ସ୍ଥାନରେ ଚକା ରହିଥାଏ । ଚକା ବିଜେ ଓ ଅପସାରଣ କ।ର୍ଯ୍ୟ ଏହି ଚକା ଅପସରା ସେବକମାନେ କରିଥାନ୍ତି ।[୩][୧] ଏମାନେ ଶାଢ଼ୀବନ୍ଧା ସେବକ ।[୪]

ନାମକରଣ[ସମ୍ପାଦନା]

ଦେଉଳିଆ ଭାଷାରେ ଚକାର ଅର୍ଥ "ମୁଚୁଳା" ବା "ତକିଆ" । ଏହା ଅପସାରଣ ବା ବିଜେ କାମ କରୁଥିବାରୁ ଏହି ସେବକମାନେ ଚକା ଅପସରା ସେବକ ନାମରେ ଜଣା ।[୫] ଆହୁରି ମଧ୍ୟ ଜଗନ୍ନାଥ ତଥା ଜଗନ୍ନାଥ ମନ୍ଦିରର ବାକି ଦେବଦେବୀ ସ୍ନାନମଣ୍ଡପରେ ଯେଉଁ ଗୋଲ ପଥରରେ ବସି ସ୍ନାନ କରନ୍ତି ତାହା ଚକା ନାମରେ ଜଣାଥିବାରୁ[୬] ଏହି ସେବାକାରୀ ସେବକ ଚକା ଅପସରା ସେବକ ନାମରେ ଜଣା ।

ସେବକଙ୍କ କାର୍ଯ୍ୟ[ସମ୍ପାଦନା]

  • ଏହି ସେବକମାନେ ଅଣସର ପିଣ୍ଡିରେ ଚକା ବିଜେ କରାଇବା ସହ ବିଗ୍ରହ ଉଠିବା ପରେ ଚକା ଅପସରା କରିଥାନ୍ତି ।
  • ଏହି ସେବକମାନେ ଜଗନାଥଙ୍କ ଯାତ୍ରା କାଳରେ 'ମାଣ୍ଡି', 'ମୁଚୁଳା' ନେବା ଆଣିବା କରିଥାନ୍ତି ।
  • ସ୍ନାନ ଯାତ୍ରାରେ ଦେବ ବିଗ୍ରହଙ୍କ ସ୍ନାନମଣ୍ଡପକୁ ଯାତ୍ରା ପରେ ଓ ଅଣସର ପିଣ୍ଡିରେ ସେଠାରେ ଚକା ମାଣ୍ଡି ଓ ମୁଚୁଳା ନେଇ ବିଜେ କରାଇଥାନ୍ତି ।
  • ରଥଯାତ୍ରା ବେଳେ ଦେବ ବିଗ୍ରହମାନଙ୍କର ମାଣ୍ଡି ମୁଚୁଳା ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଏବଂ ସେଠାରୁ ଜଗନ୍ନାଥ ମନ୍ଦିରକୁ ଏହି ସେବକମାନଙ୍କଦ୍ୱାରା ନେବା ଆଣିବା କରାଯାଇଥାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ପ୍ରମେୟ. ୧୩ ଜୁନ୍ ୨୦୧୫ https://web.archive.org/web/20160305052252/http://epaper.prameyanews.com/34287-1731441-1-article.html. Archived from the original on 2016-03-05. Retrieved ୫ ଜୁଲାଇ ୨୦୧୫. {{cite news}}: Check date values in: |accessdate= and |date= (help); Missing or empty |title= (help)
  2. "Role of mutts during Odisha's Nabakalebara festival". OdishaSunTimes.com. Retrieved 23 December 2015.
  3. Surendra Mahanty (1982). Lord Jagannatha: The Microcosm of Indian Spiritual Culture. Orissa Sahitya Akademi.
  4. N. Patnaik (2000). Sacred Complex in Orissa: Study of Three Major Aspects of the Sacred Complex. Gyan Publishing House. ISBN 978-81-212-0680-8.
  5. N. Patnaik (2005). Pilgrimage and Puri. Gyan Publishing House. ISBN 978-81-212-0865-9.
  6. "Purnnachandra Ordia Bhashakosha". Retrieved 23 December 2015.[permanent dead link]