ନନ୍ଦିଘୋଷ

ଉଇକିପିଡ଼ିଆ ରୁ
Jump to navigation Jump to search
ନନ୍ଦିଘୋଷ
Nandighosha Ratho.png
ପ୍ରଭୁ ଜଗନ୍ନାଥଙ୍କ ରଥ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭଆଷାଢ଼ ଶୁକ୍ଳ ଦ୍ୱିତୀୟା
ଶେଷଆଷାଢ଼ ଶୁକ୍ଳ ଦଶମୀ
୨୦୨୦ ତାରିଖ୨୩ ଜୁନ- ୧ ଜୁଲାଇ
ପୌନଃପୁନିକତାବାର୍ଷିକ
ନନ୍ଦିଘୋଷ ରଥ ନିର୍ମାଣ

ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ ।[୧] ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ[୨]

ନନ୍ଦିଘୋଷ ରଥ-ସବିଶେଷ ବିବରଣୀ[ସମ୍ପାଦନା]

'ନନ୍ଦିଘୋଷ' ରଥ 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ନାମରେ ମଧ୍ୟ ପରିଚିତ । ଜଗନ୍ନାଥଙ୍କ ସହ ମଦନମୋହନ ଏହି ରଥରେ ବିଜେ କରିଥାନ୍ତି ।[୩]

ରଥର ନାମ ନନ୍ଦିଘୋଷ/ ଗରୁଡ଼ଧ୍ୱଜ/ କପିଳଧ୍ୱଜ
ମୋଟ ବ୍ୟବହାର କାଠ ୭୪୨
ମୋଟ ଚକ ସଂଖ୍ୟା ୧୬
୧୬ଟି ଚକର ନାମ ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ
ପ୍ରତି ଚକର ବ୍ୟାସ ୬'୦୦"
ରଥର ଉଚ୍ଚତା ୪୫'୬"
ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୪'୬" x ୩୪'୬"
ରଥ ରକ୍ଷକ ଗରୁଡ/ ନୃସିଂହ
ଦ୍ୱାରପାଳ ଜୟ ଓ ବିଜୟ
ସାରଥୀ ଦାରୁକ
ରଥ ପତାକାର ନାମ ତ୍ରୀଲୋକମୋହିନି
ରଥର ଅସ୍ତ୍ର ଶଂଖ, ଚକ୍ର
ରଥର ଘୋଡା ସଂଖ୍ୟା
ଘୋଡା ମାନଙ୍କ ନାମ ଶଂଖ, ସ୍ୱେତ, ବଳାହକ ଓ ହରିଦ୍ୱାଶ
ଘୋଡାର ରଙ୍ଗ ସ୍ୱେତ
ରଥ ଦଉଡି ଶଙ୍ଖଚୂଡ଼
ରଥର ଶକ୍ତି ବିମଳା ଓ ବିରଜା
ରଥ ମୁଖର ନାମ ନନ୍ଦି ମୁଖ
ରଥାବରଣ କପଡା ରଙ୍ଗ ନାଲି ଓ ହଳଦିଆ
ଧ୍ୱଜପମୂର୍ତ୍ତି ପଞ୍ଚମୁଖୀ ହନୁମାନ
ପତାକା ଚିହ୍ନ ଗରୁଡ଼
ପାର୍ଶ୍ୱ ଦେବା/ଦେବୀ ପଣ୍ଡୁ ନୃସିଂହ , ନାରାୟଣ , ମଧୁସୂଦନ , ହରିହର , ଚିନ୍ତାମଣି କୃଷ୍ଣ , ଗୋବର୍ଦ୍ଧନଧାରୀ , ପଞ୍ଚମୁଖୀ ହନୁମାନ , ରାମ , ରାବଣ ଛତ୍ର ଭଙ୍ଗ
ୠଷି ସମୂହ ନାରଦ, ଦେବାଳ, ବ୍ୟାସ, ଶୁକ, ପରାସାର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର

ନିର୍ମାଣ ଶୈଳୀ[ସମ୍ପାଦନା]

ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ନନ୍ଦିଘୋଷ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।

ନନ୍ଦିଘୋଷ ରଥର ମାହତ୍ମ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ରଥ ଶ୍ରେଣୀ ସମୂହ". Tour Bbsr. Retrieved 27 August 2015.
  2. "ନନ୍ଦିଘୋଷ ରଥ". shreekhetra.com. Retrieved 26 August 2015.
  3. "ରଥଯାତ୍ରା, ପୁରୀ". Ratha Yatra.net. Retrieved 27 August 2015.