Jump to content

ନନ୍ଦିଘୋଷ

ଉଇକିପିଡ଼ିଆ‌ରୁ
ନନ୍ଦିଘୋଷ
ପ୍ରଭୁ ଜଗନ୍ନାଥଙ୍କ ରଥ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭଆଷାଢ଼ ଶୁକ୍ଳ ଦ୍ୱିତୀୟା
ଶେଷଆଷାଢ଼ ଶୁକ୍ଳ ଦଶମୀ
୨୦୨୬ ତାରିଖdate missing (please add)
ପୁନଃପୌନିକତାବାର୍ଷିକ
ନନ୍ଦିଘୋଷ ରଥ ନିର୍ମାଣ

ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ ।[] ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ[]

ନନ୍ଦିଘୋଷ ରଥ-ସବିଶେଷ ବିବରଣୀ

[ସମ୍ପାଦନା]

'ନନ୍ଦିଘୋଷ' ରଥ 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ନାମରେ ମଧ୍ୟ ପରିଚିତ । ଜଗନ୍ନାଥଙ୍କ ସହ ମଦନମୋହନ ଏହି ରଥରେ ବିଜେ କରିଥାନ୍ତି ।[]

ରଥର ନାମନନ୍ଦିଘୋଷ/ ଗରୁଡ଼ଧ୍ୱଜ/ କପିଳଧ୍ୱଜ
ମୋଟ ବ୍ୟବହାର କାଠ୭୪୨
ମୋଟ ଚକ ସଂଖ୍ୟା୧୬
୧୬ଟି ଚକର ନାମବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ
ପ୍ରତି ଚକର ବ୍ୟାସ୬'୦୦"
ରଥର ଉଚ୍ଚତା୪୫'୬"
ରଥର ଦୈର୍ଘ୍ୟ ଓ ପ୍ରସ୍ଥ୩୪'୬" x ୩୪'୬"
ରଥ ରକ୍ଷକଗରୁଡ/ ନୃସିଂହ
ଦ୍ୱାରପାଳଜୟ ଓ ବିଜୟ
ସାରଥୀଦାରୁକ
ରଥ ପତାକାର ନାମତ୍ରୀଲୋକମୋହିନି
ରଥର ଅସ୍ତ୍ରଶଂଖ, ଚକ୍ର
ରଥର ଘୋଡ଼ା ସଂଖ୍ୟା
ଘୋଡ଼ାମାନଙ୍କ ନାମଶଂଖ, ସ୍ୱେତ, ବଳାହକ ଓ ହରିଦ୍ୱାଶ
ଘୋଡ଼ାର ରଙ୍ଗସ୍ୱେତ
ରଥ ଦଉଡିଶଙ୍ଖଚୂଡ଼
ରଥର ଶକ୍ତିବିମଳା ଓ ବିରଜା
ରଥ ମୁଖର ନାମନନ୍ଦି ମୁଖ
ରଥାବରଣ କପଡ଼ା ରଙ୍ଗନାଲି ଓ ହଳଦିଆ
ଧ୍ୱଜପମୂର୍ତ୍ତିପଞ୍ଚମୁଖୀ ହନୁମାନ
ପତାକା ଚିହ୍ନଗରୁଡ଼
ପାର୍ଶ୍ୱ ଦେବା/ଦେବୀପଣ୍ଡୁ ନୃସିଂହ , ନାରାୟଣ , ମଧୁସୂଦନ , ହରିହର , ଚିନ୍ତାମଣି କୃଷ୍ଣ , ଗୋବର୍ଦ୍ଧନଧାରୀ , ପଞ୍ଚମୁଖୀ ହନୁମାନ , ରାମ , ରାବଣ ଛତ୍ର ଭଙ୍ଗ
ୠଷି ସମୂହନାରଦ, ଦେବାଳ, ବ୍ୟାସ, ଶୁକ, ପରାସାର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର

ନିର୍ମାଣ ଶୈଳୀ

[ସମ୍ପାଦନା]

ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ନନ୍ଦିଘୋଷ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।

ନନ୍ଦିଘୋଷ ରଥର ମାହତ୍ମ୍ୟ

[ସମ୍ପାଦନା]
  1. "ରଥ ଶ୍ରେଣୀ ସମୂହ". Tour Bbsr. Archived from the original on 17 July 2015. Retrieved 27 August 2015.
  2. "ନନ୍ଦିଘୋଷ ରଥ". shreekhetra.com. Retrieved 26 August 2015.
  3. "ରଥଯାତ୍ରା, ପୁରୀ". Ratha Yatra.net. Archived from the original on 30 July 2015. Retrieved 27 August 2015.