ଜଗନ୍ନାଥ ମନ୍ଦିର, ପୁରୀରେ ଥିବା ଶିବ ମନ୍ଦିର ତାଲିକା
ଦେଖଣା
(ଶ୍ରୀମନ୍ଦିରରେ ଥିବା ଶିବ ମନ୍ଦିରରୁ ଲେଉଟି ଆସିଛି)
ଜଗନ୍ନାଥ ମନ୍ଦିର ଭିତରେ ୨୫ଟି ଶିବ ମନ୍ଦିର ରହିଛି ।[୧]
ଅବସ୍ଥିତି
[ସମ୍ପାଦନା]- ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ବାଇଶି ପାହାଚର ୩ୟ ପାହାଚରେ ରହିଛି କାଶୀ ବିଶ୍ୱନାଥ ମନ୍ଦିର ।
- ଭିତର ବେଢ଼ାରୁ ଉତ୍ତରଦ୍ୱାରକୁ ଯିବା ରାସ୍ତାରେ ଭିତର ବେଢ଼ାର ବାମପଟେ ରହିଛନ୍ତି ପାତାଳେଶ୍ୱର ମହାଦେବ ।
- ବଳିପାତାଳ ମନ୍ଦିରର ଉତ୍ତରପାଖରେ ଅବା ଏକ ସରଘରେ ତାଣ୍ଡବେଶ୍ୱର ମହାଦେବ ରହିଛନ୍ତି । ସେ ତାଣ୍ଡବ ନୃତ୍ୟ କରୁଥବା ମୁଦ୍ରାରେ ବିରାଜିତ ।
- ମୁକ୍ତିମଣ୍ଡପର ପଛପଟେ ବି ରାଜମାନ କରିଛନ୍ତି ମୁକ୍ତେଶ୍ୱର ମହାଦେବ । ବିଶ୍ୱାସ ରହିଛି ସେ ମୁକ୍ତିଦାତା ।
- ମୁକ୍ତେଶ୍ୱର ମନ୍ଦିରକୁ ଲାଗି ରହିଛି କ୍ଷେତ୍ରପାଳ ମହାଦେବ ମନ୍ଦିର । ଏହି କ୍ଷେତ୍ରର ସେ ପାଳକ ଭାବେ ଅଧୁଷ୍ଠିତ ।
- ବଟ ଗଣେଶଙ୍କଠାରୁ ସର୍ବମଙ୍ଗଳାଙ୍କ ନିଟକୁ ଆସିବା ରାସ୍ତାର ବାମପଟେ ଲୋକନାଥ, ନୀଳକଣ୍ଠେଶ୍ୱର, ମାର୍କଣ୍ଡେଶ୍ୱର, କପାଳମୋଚନ, କମେଶ୍ୱର ଇତ୍ୟାଦି ପଞ୍ଚୁପାଣ୍ଡବ ମହାଦେବ ଅଛନ୍ତି ।[୧]
- ବଟଗଣେଶଙ୍କ ନିକଟକୁ ଯିବା ବେଳେ ବାମପଟେ ଅବା ବିମାନ ସରଘରକୁ ଲାଗି ରହି ସହଦେବ ମହାଦେବଙ୍କ ମନ୍ଦିର ରହିଛି ।
- ଭିତର ବେଢ଼ା ଭୋଗବାଟକୁ ଲାଗି ରହିଛନ୍ତି ଅଗ୍ନୀଶ୍ୱର ମହାଦେବ । ରୋଷଘରକୁ ପ୍ରବେଶ କରିବାବେଳେ ଏହି ମହାଦେବ ତଳେ ଅଛନ୍ତି ।
- ପଥର ଦକ୍ଷିଣ ପାର୍ଶ୍ୱରେ ଇଶାଣେଶ୍ୱର ମହାଦେବ ବିରାଜିତ । ଏହି ବିଗ୍ରହ ଚଟାଣର ବହୁ ନିମ୍ନରେ ଅଧିଷ୍ଠିତ ହୋଇଛନ୍ତି । ଏଠାକୁ ଯିବାକୁ ହେଲେ ସୁଡ଼ଙ୍ଗ ଭଳି କେତେକ ପାହାଚ ଦେଇ ଅତିକ୍ରମ କରିବାକୁ ପଡିଥାଏ ।
- ଉତ୍ତର ଦ୍ୱାର ବାହାରବେଢାରେ ଆନନ୍ଦବଜାରକୁ ଯିବା ରାସ୍ତାର ବାମରେ ରହିଛନ୍ତି ଧବଳେଶ୍ୱର ମହାଦେବ ।
- ଧବଳେଶ୍ୱର ମନ୍ଦିର ନିକଟରେ ରହିଛି ଯୋଡ଼ାଲିଙ୍ଗ ମହାଦେବ ।
- ଉତ୍ତରଦ୍ୱାର ବାହାର ବେଢ଼ା ବାମପାର୍ଶ୍ୱରେ ଉତ୍ତରାୟଣୀ ମନ୍ଦିର ସାମ୍ନାରେ ବେଢ଼ା ଲୋକନାଥ ମନ୍ଦିର ରହିଛି ।
- ଉତ୍ତରପାଖ ବାହାରବେଢ଼ାରେ ରହିଛନ୍ତି 'ପର୍ଶୁରାମ' ବା କାଶୀନାଥ ମହାଦେବ ମନ୍ଦିର ।
- ନୀଳାଚଳ ଉପବନରେ ପ୍ରବେଶ କଲାପରେ ବାମ ପାଖରେ ରହିଛି ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର।
- ସିଦ୍ଧେଶ୍ୱର ମହାଦେବ ମନ୍ଦିରର ବିପରୀତ ଦିଗରେ ଅବା ଚକ୍ରନାରାୟଣଙ୍କ ମନ୍ଦିରରେ ଏକାଦଶ ରୁଦ୍ର ବିଦ୍ୟମାନ ।
- ଦକ୍ଷିଣଦ୍ୱାର ବାହାରବେଢ଼ାରୁ ରୋଷ ଆଡ଼କୁ ଯିବା ବେଳେ ରାସ୍ତାର ଦକ୍ଷିଣ ପାଖରେ ରହିଛନ୍ତି ଦକ୍ଷିଣେଶ୍ୱର ମହାଦେବ । ସେହି ନିକଟରେ ଅଛନ୍ତି ଜୟନ୍ତେଶ୍ୱର ମହାଦେବ ।[୧]
- ପଶ୍ଚିମଦ୍ୱାର ବାହାର ବେଢ଼ାରେ ଅବା ଚାରିଧାମ ମନ୍ଦିରରେ ରାମେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି ।
- ନୀଳାଦ୍ରୀବିହାର ମଧ୍ୟରେ ଅବସ୍ଥାନ କରିଛନ୍ତି ଧବଳେଶ୍ୱର ମହାଦେବ ।
- କୋଇଲି ବୈକୁଣ୍ଠ ପ୍ରବେଶ ପଥର ଦକ୍ଷିଣ ପାଖରେ ବିରାଜିଛନ୍ତି ବୈକୁଣ୍ଠନାଥ ମହାଦେବ ।
- ବିମଳାମନ୍ଦିରକୁ ଲାଗି ଅବା ମଣ୍ଡଣୀ ମନ୍ଦିର ମଧ୍ୟରେ ଗୋପେଶ୍ୱର ମହାଦେବ ବିରାଜିଛନ୍ତି ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଶ୍ରୀମନ୍ଦିରରେ ୨୫ ଶିବ ମନ୍ଦିର". ପ୍ରମେୟ. ୪ ଜୁନ ୨୦୧୫. p. ୨. Archived from the original on 5 March 2016. Retrieved 12 September 2015.
{{cite news}}
: Check date values in:|date=
(help)