ଜଗନ୍ନାଥ ମନ୍ଦିର, ପୁରୀରେ ଥିବା ଶିବ ମନ୍ଦିର ତାଲିକା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜଗନ୍ନାଥ ମନ୍ଦିର ଭିତରେ ୨୫ଟି ଶିବ ମନ୍ଦିର ରହିଛି ।[୧]

ଅବସ୍ଥିତି[ସମ୍ପାଦନା]

  • ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ବାଇଶି ପାହାଚର ୩ୟ ପାହାଚରେ ରହିଛି କାଶୀ ବିଶ୍ଵନାଥ ମନ୍ଦିର ।
  • ଭିତର ବେଢ଼ାରୁ ଉତ୍ତରଦ୍ଵାରକୁ ଯିବା ରାସ୍ତାରେ ଭିତର ବେଢ଼ାର ବାମପଟେ ରହିଛନ୍ତି ପାତାଳେଶ୍ଵର ମହାଦେବ
  • ବଳିପାତାଳ ମନ୍ଦିରର ଉତ୍ତରପାଖରେ ଅବା ଏକ ସରଘରେ ତାଣ୍ଡବେଶ୍ଵର ମହାଦେବ ରହିଛନ୍ତି । ସେ ତାଣ୍ଡବ ନୃତ୍ୟ କରୁଥବା ମୁଦ୍ରାରେ ବିରାଜିତ ।
  • ମୁକ୍ତିମଣ୍ଡପର ପଛପଟେ ବି ରାଜମାନ କରିଛନ୍ତି ମୁକ୍ତେଶ୍ଵର ମହାଦେବ । ବିଶ୍ୱାସ ରହିଛି ସେ ମୁକ୍ତିଦାତା ।
  • ମୁକ୍ତେଶ୍ଵର ମନ୍ଦିରକୁ ଲାଗି ରହିଛି କ୍ଷେତ୍ରପାଳ ମହାଦେବ ମନ୍ଦିର । ଏହି କ୍ଷେତ୍ରର ସେ ପାଳକ ଭାବେ ଅଧୁଷ୍ଠିତ ।
  • ବଡ଼ ଗଣେଶଙ୍କଠାରୁ ସର୍ବମଙ୍ଗଳାଙ୍କ ନିଟକୁ ଆସିବା ରାସ୍ତାର ବାମପଟେ ଲୋକନାଥ, ନୀଳକଣେଶ୍ଵର, ମାର୍କଣ୍ଡେଶ୍ଵର, କପାଳମୋଚନ, କମେଶ୍ଵର ଇତ୍ୟାଦି ପଞ୍ଚୁପାଣ୍ଡବ ମହାଦେବ ଅଛନ୍ତି ।[୧]
  • ବଟଗଣେଶଙ୍କ ନିକଟକୁ ଯିବା ବେଳେ ବାମପଟେ ଅବା ବିମାନ ସରଘରକୁ ଲାଗି ରହି ସହଦେବ ମହାଦେବଙ୍କ ମନ୍ଦିର ରହିଅଛି ।
  • ଭିତର ବେଢ଼ା ଭୋଗବାଟକୁ ଲାଗି ରହିଛନ୍ତି ଅଗ୍ନିଶ୍ଵର ମହାଦେବ । ରୋଷଘରକୁ ପ୍ରବେଶ କରିବାବେଳେ ଏହି ମହାଦେବ ତଳେ ଅଛନ୍ତି ।
  • ପଥର ଦକ୍ଷିଣ ପାର୍ଶ୍ଵରେ ଇଶାଣେଶ୍ୱର ମହାଦେବ ବିରାଜିତ । ଏହି ବିଗ୍ରହ ଚଟାଣର ବହୁ ନିମ୍ନରେ ଅଧୁଷ୍ଠିତ ହୋଇଛନ୍ତି । ଏଠାକୁ ଯିବାକୁ ହେଲେ ସୁଡ଼ଙ୍ଗ ଭଳି କେତେକ ପାହାଚ ଦେଇ ଅତିକ୍ରମ କରିବାକୁ ପଡିଥାଏ ।
  • ଉତ୍ତର ଦ୍ଵାର ବାହାରବେଢାରେ ଆନନ୍ଦବଜାରକୁ ଯିବା ରାସ୍ତାର ବାମରେ ରହିଛନ୍ତି ଧବଳେଶ୍ଵର ମହାଦେବ
  • ଧବଳେଶ୍ଵର ମନ୍ଦିର ନିକଟରେ ରହିଛି ଯୋଡ଼ାଲିଙ୍ଗ ମହାଦେବ
  • ଉତ୍ତରଦ୍ଵାର ବାହାର ବେଢ଼ା ବାମପାର୍ଶ୍ଵରେ ଉତ୍ତରାୟଣୀ ମନ୍ଦିର ସାମ୍ନାରେ ବେଢ଼ା ଲୋକନାଥ ମନ୍ଦିର ରହିଅଛି ।
  • ଉତ୍ତରପାଖ ବାହାରବେଢ଼ାରେ ରହିଛନ୍ତି 'ପର୍ଶୁରାମ' ବା କାଶୀନାଥ ମହାଦେବ ମନ୍ଦିର ।
  • ନୀଳାଚଳ ଉପବନରେ ପ୍ରବେଶ କଲାପରେ ବାମ ପାଖରେ ରହିଛି ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିର।
  • ସିକେଦ୍ଧଶ୍ଵର ମହାଦେବ ମନ୍ଦିରର ବିପରୀତ ଦିଗରେ ଅବା ଚକ୍ରନାରାୟଣଙ୍କ ମନ୍ଦିରରେ ଏକାଦଶ ରୁଦ୍ର ବିଦ୍ୟମାନ ।
  • ଦକ୍ଷିଣଦ୍ଵାର ବାହାରବେଢ଼ାରୁ ରୋଷ ଆଡ଼କୁ ଯିବା ବେଳେ ରାସ୍ତାର ଦକ୍ଷିଣ ପାଖରେ ରହିଛନ୍ତି ଦକ୍ଷିଣେଶ୍ଵର ମହାଦେବ । ସେହି ନିକଟରେ ଅଛନ୍ତି ଜୟନ୍ତେଶ୍ଵର ମହାଦେବ[୧]
  • ପଶ୍ଚିମଦ୍ଵାର ବାହାର ବେଢ଼ାରେ ଅବା ଚାରିଧାମ ମନ୍ଦିରରେ ରାମେଶ୍ଵର ମହାଦେବ ବିରାଜମାନ ହୋଇଛନ୍ତି ।
  • ନୀଳାଦ୍ରୀବିହାର ମଧ୍ୟରେ ଅବସ୍ନାନ କରିଛନ୍ତି ଧବଳେଶ୍ଵର ମହାଦେବ
  • କୋଇଲି ବୈକୁଣ୍ଠ ପ୍ରବେଶ ପଥର ଦକ୍ଷିଣ ପାଖରେ ବିରାଜିଛନ୍ତି ବୈକୁଣ୍ଠ ନାଥ ମହାଦେବ
  • ବିମଳାମନ୍ଦିରକୁ ଲାଗି ଅବା ମଣ୍ଡଣୀମନ୍ଦିର ମଧ୍ୟରେ ଗୋପେଶ୍ଵର ମହାଦେବ ବିରାଜିଛନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]