ଜଗନ୍ନାଥ ମନ୍ଦିର, ପୁରୀରେ ଥିବା କାଳୀ ପୀଠ ତାଲିକା

ଉଇକିପିଡ଼ିଆ‌ରୁ

ଜଗନ୍ନାଥ ମନ୍ଦିରରେ ବୈଷ୍ଣବ, ତନ୍ତ୍ର, ଶୈବର ସମାହାର ଦେଖିବାକୁ ମିଳେ । ବୈଷ୍ଣବଙ୍କ ବିଷ୍ଣୁ, ଶୈବଙ୍କ ମହାରେଭିରବ ଓ ତନ୍ତ୍ରଦେବୀ ଭାବେ ବିମଳା ବା ଭୈରବୀ ଏଠାରେ ବିରାଜିତ ଅଛନ୍ତି । ଜଗନ୍ନାଥ ମନ୍ଦିରରେ ୧୪ଟି କାଳିକା ବିଗ୍ରହ ରହିଛନ୍ତି, ଯେଉଁମାନେ ତନ୍ତ୍ର ଦେବୀ ଭାବେ ଗ୍ରହଣୀୟ ।

ଅବସ୍ଥିତି[ସମ୍ପାଦନା]

  • ଜଗନ୍ନାଥ ମନ୍ଦିର ଜଗମୋହନରେ ଥିବା ଗରୁଡ଼ ସ୍ତମ୍ଭ ନିକଟସ୍ଥ ଚତୁର୍ଦଶ ଖମ୍ବର ଦକ୍ଷିଣ ଦିଗ କାନ୍ଥରେ ଏକ କ୍ଷୁଦ୍ର ମନ୍ଦିର ଭିତରେ 'ଦକ୍ଷିଣକାଳୀ' ବା 'ସ୍ତମ୍ବକାଳୀ' ଅବସ୍ଥିତା ।
  • ଭୋଗମଣ୍ଡପର ବାହାରପଟ କାନ୍ଥ (ଦକ୍ଷିଣ ଭାଗସ୍ଥ ରୋଷ ବାଟ)ରେ ଏକ କାଳିକା ମୂର୍ତ୍ତି ରହିଛନ୍ତି ।
  • ଲକ୍ଷ୍ମୀ ମନ୍ଦିର ଏବଂ ନୀଳମାଧବ ମନ୍ଦିର ମଧ୍ୟ ସ୍ଥଳରେ ଏକ ସ୍ୱତନ୍ତ୍ର ମନ୍ଦିର ଭିତରେ 'ବେଢ଼ା କାଳୀ' ମୂର୍ତ୍ତି ପ୍ରତିଷ୍ଠିତା ।
  • ମୁକ୍ତିମଣ୍ଡପରେ ଅବା ଏକ ଖମ୍ବ (ନୃସିଂହ ମନ୍ଦିର ସମ୍ମୁଖ)ର ଉପରି ଭାଗ କାନ୍ଥ ଗାତ୍ରରେ ଶ୍ୟାମାକାଳୀଙ୍କ ଏକ ଚିତ୍ର ରହିଛି ।
  • ଜଗମୋହନର ଚତୁର୍ଦ୍ଦଶ ସ୍ତମ୍ବର ପଶ୍ଚିମ ପାର୍ଶ୍ୱରେ ଏକ କାଳିକା ବିଗ୍ରହ ଏବଂ ଏହି ମନ୍ଦିର ଜଗମୋହନରେ ଅବା ଦଶମହାବିଦ୍ୟା ମଧ୍ୟରେ କାଳିକା ମୂର୍ତ୍ତି ରହିଛି ।
  • ଦକ୍ଷିଣଦ୍ୱାର ବାହାର ବେଢ଼ାରେ ଅବସ୍ଥିତ ବୁଢ଼ୀମା ଠାକୁରାଣୀ ମନ୍ଦିର ଭିତରେ ଏକ ଚିତ୍ର ମୂର୍ତ୍ତି ଅବା ସ୍ଥଳେ ଏହି ମନ୍ଦିର ଜଗମୋହନ କାନ୍ଥରେ ଏକ ବେଢ଼ାକାଳୀ ଏବଂ ୨୦ ଭୂଜାବିଶିଷ୍ଟ କାଳୀଙ୍କ ଚିତ୍ର ରହିଛି ।
  • ମୁକ୍ତିମଣ୍ଡପ ନିକଟରେ ଅବା କ୍ଷେତ୍ରପାଳ ମହାଦେବଙ୍କ ମନ୍ଦିରର ପଶ୍ଚାଦ୍‌ଭାଗ କାନ୍ଥରେ ପାର୍ଶ୍ୱଦେବତା ବିଗ୍ରହ ରୂପେ କାଳିକା ଦେବୀଙ୍କର ପ୍ରସ୍ତର ନିର୍ମିତ ଏକ ଦଣ୍ଡାୟମାନ ମୂର୍ତ୍ତି ରହିଛନ୍ତି ।
  • ଦକ୍ଷିଣ ଘର ବାରଣ୍ଡାର ଏକ ସ୍ତମ୍ବରେ ଷଡ଼ଭୂଜା ଭୈରବୀ କାଳୀଙ୍କର ଚିତ୍ର ରହିଛି ।
  • ବିମଳାଙ୍କ ମନ୍ଦିର ଜଗମୋହନ ଭିତରେ ଶ୍ୟାମାକାଳୀ ଓ ଭଦ୍ରକାଳୀଙ୍କ ଚିତ୍ର ରହିଛି ।
  • ସୂର୍ଯ୍ୟମନ୍ଦିର ଭିତରେ ଏକ ପ୍ରସ୍ତର ପ୍ରଭାରେ ଶ୍ୟାମାକାଳୀଙ୍କ ଚିତ୍ର ଖୋଦିତ ହୋଇଛି ।
  • ସୂର୍ଯ୍ୟମନ୍ଦିର ପାର୍ଶ୍ୱରେ ଅବା ରାଧାବଲ୍ଲଭ (ପ୍ରଚଳିତ ବଦ୍ରିନାରାୟଣ) ମନ୍ଦିର ଭିତର କାନ୍ଥରେ କାଳୀଙ୍କର ଏକ ଚିତ୍ର ରହିଛି ।
  • ଉତ୍ତରଦ୍ୱାର ବାହାର ବେଢ଼ାରେ ଅବସ୍ଥିତ ଶୀତଳାଙ୍କ ମନ୍ଦିର ଭିତରେ କାଳୀଙ୍କର ଏକ ପ୍ରସ୍ତର ନିର୍ମିତ ମୂର୍ତ୍ତି ପରିଦୃଶ୍ୟ ହେଉଛି ।
  • ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ପାଖରେ ଅବା ପ୍ରତିହାରୀ ନିଯୋଗ ଭିତରେ ସିଂହବାହିନୀ କାଳିକା ଦେବୀଙ୍କର ଦୁଇଟି ଚିତ୍ର ମୂର୍ତ୍ତି ରହିଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]