ଦଳିତ

ଉଇକିପିଡ଼ିଆ ରୁ
Jump to navigation Jump to search

ଦଳିତ (ଆକ୍ଷରିକ ଅର୍ଥ "ଭଙ୍ଗା/ବିକ୍ଷିପ୍ତ") "ଅସ୍ପୃଶ୍ୟ" ଭାବରେ ବର୍ଣ୍ଣିତ ହୋଇଥିବା[୧] ଭାରତର ସର୍ବନିମ୍ନ ଜାତିର ଲୋକମାନଙ୍କ ପାଇଁ ବ୍ୟବହାର ହେଉଥିବା ଏକ ନାମ । ଦଳିତମାନଙ୍କୁ ହିନ୍ଦୁ ଧର୍ମର ଚତୁର୍ବର୍ଣ୍ଣ ବ୍ୟବସ୍ଥାରୁ ବାଦ ଦିଆଯାଇଥିଲା ଏବଂ ପଞ୍ଚମ ବର୍ଣ୍ଣ ଗଠନ କରିବା ଭାବେ ଦେଖାଯାଉଥିଲା । ଏଣୁ ଦଳିତମାନେ ପଞ୍ଚମା ନାମରେ ନାମିତ ।ଦଳିତମାନେ ବର୍ତ୍ତମାନ ହିନ୍ଦୁ ଧର୍ମ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ, ଇସଲାମ ଏବଂ ଅନ୍ୟାନ୍ୟ ଧର୍ମବିଶ୍ୱାସ ସମେତ ବିଭିନ୍ନ ଧାର୍ମିକ ବିଶ୍ୱାସକୁ ପାଳନ କରନ୍ତି ।

ଇତିହାସ[ସମ୍ପାଦନା]

ଦଳିତ ଶବ୍ଦ ପାରମ୍ପାରିକ ହିନ୍ଦୁ ଜାତିପ୍ରଥା ବାହାରେ ଥିବା ଅସ୍ପୃଶ୍ୟ ଏବଂ ଅନ୍ୟମାନଙ୍କୁ ଚିହ୍ନାଇବା ପାଇଁ ଏକ ଆତ୍ମ-ପ୍ରୟୋଗ ଧାରା ।[୨][୩] ଦଳିତମାନେ କେବେ ଭାରତୀୟ ଉପମହାଦେଶର ଅଂଶ ହୋଇଥିଲେ ତାହା ସହଜରେ ନିର୍ଣ୍ଣୟ କରାଯାଇପାରିବ ନାହିଁ । ଭୀମରାଓ ଆମ୍ବେଦକର କହିଥିଲେ ଯେ ବୌଦ୍ଧ ଧର୍ମ ଏବଂ ବ୍ରାହ୍ମଣବାଦ (ବ୍ରାହ୍ମଣପ୍ରଧାନ ହିନ୍ଦୁ ଧର୍ମ ପାଇଁ ଏକ ପ୍ରାଚୀନ ଶବ୍ଦ) ମଧ୍ୟରେ ସର୍ବୋଚ୍ଚତା ପାଇଁ ସଂଘର୍ଷ ହେତୁ ପ୍ରାୟ ଖ୍ରୀ.ପୂ. ୪୦୦ କାଳରେ ଭାରତୀୟ ସମାଜରେ ଅସ୍ପୃଶ୍ୟତା ଆରମ୍ଭ ହୋଇଥିଲା ।[୪] କିଛି ହିନ୍ଦୁ ପୁରୋହିତ ଅସ୍ପୃଶ୍ୟ ଭାବେ ଚିହ୍ନିତ ଲୋକଙ୍କ ସହ ବନ୍ଧୁତା କରିଥିଲେ ଏବଂ ସେମାନଙ୍କୁ ନିମ୍ନ ଜାତିର ପଦବୀରେ ନିଯୁକ୍ତ କରିଥିଲେ । ବ୍ରାହ୍ମଣ ଜାତି ହରାଇଥିବା ଏକନାଥ ଭକ୍ତିବାଦ କାଳରେ ଅସ୍ପୃଶ୍ୟମାନଙ୍କ ଅଧିକାର ପାଇଁ ଲଢ଼ିଥିଲେ ।

୧୮୮୦ ଦଶକର ଶେଷ ଭାଗରେ ପୁଣେସ୍ଥିତ ସାମାଜିକ ସଂସ୍କାରକ ଜୋତିରାଓ ଫୁଲେ ମରାଠୀ ଶବ୍ଦ 'ଦଳିତ' ହିନ୍ଦୁ ସମାଜରେ ଅତ୍ୟାଚାର ଭୋଗୁଥିବା, ବହିଷ୍କୃତ ହୋଇଥିବା ଅସ୍ପୃଶ୍ୟମାନଙ୍କ ପାଇଁ ବ୍ୟବହାର କରିଥିଲେ ।[୫] ଦଳିତ ସଂସ୍କୃତ "दलित"ର (ଦଳିତ) ଏକ ଭାଷାରୂପ । ଶାସ୍ତ୍ରୀୟ ସଂସ୍କୃତରେ ଏହାର ଅର୍ଥ ହେଉଛି "ବିଭାଜିତ, ବିଭାଜିତ, ଭଙ୍ଗା ଓ ବିକ୍ଷିପ୍ତ" । ଉନବିଂଶ ଶତାବ୍ଦୀରେ ଏହି ସଂସ୍କୃତ ଶବ୍ଦକୁ ପୁନଃନିର୍ମାଣ କରାଯାଇଥିଲା । ଏହାର ଅର୍ଥ ହେଉଛି "ଚାରି ବ୍ରାହ୍ମଣବାଦୀ ଜାତି ମଧ୍ୟରୁ ଗୋଟିଏ ନୁହେଁ (ବ୍ୟକ୍ତି)" ।[୬] ଏହା ଅନ୍ୟ ହିନ୍ଦୁମାନଙ୍କଦ୍ୱାରା ପୂର୍ବର "ଅସ୍ପୃଶ୍ୟ" ଜାତିମାନେ ଭୋଗୁଥିବା ଅତ୍ୟାଚାର ଅର୍ଥରେ ଫୁଲେ ବୋଧହୁଏ ପ୍ରଥମ କରି ବ୍ୟବହାର କରିଥିଲେ ।[୭] ଦଳିତ ଶବ୍ଦଟି ବ୍ରିଟିଶ ଶାସନ କାଳରେ ୧୯୩୫ ପୂର୍ବରୁ ନିଷ୍ପୀଡ଼ିତ ଶ୍ରେଣୀର ଲୋକଙ୍କ ନିମନ୍ତେ ଜନଗଣନା ବର୍ଗୀକରଣ ବ୍ୟବହୃତ ହେଉଥିଲା । ଏହାର ବ୍ୟବହାରକୁ ଅର୍ଥନୀତିଜ୍ଞ, ସଂସ୍କାରକ ଓ ନିଜେ ଜଣେ ଦଳିତ ବି. ଆର. ଆମ୍ବେଦକର (୧୮୯୧-୧୯୫୬) ଲୋକପ୍ରିୟ କରିଥିଲେ । ସେ ଜାତି ନିର୍ବିଶେଷରେ ସମସ୍ତ ନୀଷ୍ପୀଡ଼ିତ ଲୋକଙ୍କୁ ଦଳିତ ସଂଜ୍ଞାବଦ୍ଧ କରିଥିଲେ ।[୮] ଏହା ହିନ୍ଦୁ ଧର୍ମର ଚାରିଜାତି ବର୍ଣ୍ଣ ବ୍ୟବସ୍ଥାରୁ ବାଦ ପଡ଼ି ନିଜକୁ ପଞ୍ଚମ ବର୍ଣ୍ଣ ଭାବୁଥିବା ଓ ନିଜକୁ "ପଞ୍ଚମ" ବୋଲି ପରିଚୟ ଦେଉଥିବା ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିଥିଲା ।[୯] ୧୯୭୦ ଦଶକରେ ଦଳିତ ପାନ୍ଥର୍ସ କାର୍ଯ୍ୟକର୍ତ୍ତା ଗୋଷ୍ଠୀଦ୍ୱାରା ଏହାକୁ ଗ୍ରହଣ କରାଯିବା ପରେ ଏହାର ବ୍ୟବହାର ଆହୁରି ବଢ଼ିଥିଲା ।[୨]

ଆଧାର[ସମ୍ପାଦନା]

  1. "From Buddhist texts to East India Company to now, 'Dalit' has come a long way". The Times of India.
  2. ୨.୦ ୨.୧ Kaminsky; Long, Roger D. (2011). India Today: An Encyclopedia of Life in the Republic. ABC-CLIO. p. 156. ISBN 978-0-313-37463-0.
  3. Kanmony, Jebagnanam Cyril (2010). Dalits and Tribes of India. Mittal Publications. p. 198. ISBN 978-81-8324-348-3.
  4. "Top RSS leader misquotes Ambedkar on untouchability". Hindustan Times.
  5. Robinson, Rowena (2003), Christians of India, New Delhi: Sage Publications, pp. 193–96, ISBN 0761998225
  6. "Dalit, n." OED Online. Oxford University Press, June 2016. Web. 23 August 2016.
  7. Mendelsohn, Oliver; Vicziany, Marika (1998). [ଦଳିତ at Google Books The Untouchables: Subordination, Poverty and the State in Modern India] Check |url= value (help). Cambridge University Press. p. 4. ISBN 978-0-521-55671-2.
  8. "Independent labour party: 19th July (1937) in Dalit History – Dr. Ambedkar took oath as the member of Bombay Legislative Council". drambedkarbooks.com/. Dr. Ambedkar Books. Retrieved 9 November 2018.
  9. Sagar, S.; Bhargava, V. (2017). "Dalit Women in India: Crafting Narratives of Success". In Chaudhary, Nandita; Hviid, Pernille; Marsico, Giuseppina; Villadsen, Jakob Waag (eds.). Resistance in Everyday Life: Constructing Cultural Experiences. Springer. p. 22. ISBN 978-9-81103-581-4.