ଗଣେଶ୍ୱର ମିଶ୍ର
ଗଣେଶ୍ୱର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୁଷୋତ୍ତମପୁର, ପୁରୀ ଜିଲ୍ଲା | ୨୮ ଅକ୍ଟୋବର ୧୯୪୨
ମୃତ୍ୟୁ | ୧୦ ଅଗଷ୍ଟ ୨୦୧୫ | (ବୟସ ୭୨)
ବୃତ୍ତି | ପ୍ରାଧ୍ୟାପକ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ଡକ୍ଟରେଟ, (ଇଂରାଜୀ ଭାଷା) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ସୁରଙ୍ଗିଣୀ ମିଶ୍ର |
ସନ୍ତାନ | ସୁବ୍ରତ, ସୁନନ୍ଦ, ସନ୍ଦୀପ ଓ ସିଦ୍ଧାର୍ଥ |
ପିତାମାତା | ବାନାମ୍ବର ମିଶ୍ର, ଗୌରୀ ଦେବୀ |
ଗଣେଶ୍ୱର ମିଶ୍ର (୨୮ ଅକ୍ଟୋବର ୧୯୪୨ - ୧୦ ଅଗଷ୍ଟ ୨୦୧୫) ଜଣେ ଓଡ଼ିଆ ଲେଖକ, ଅନୁବାଦକ ଓ ଶିକ୍ଷାବିଦ ଥିଲେ ।[୧] ସେ ତାଙ୍କ ଶିଶୁ ସାହିତ୍ୟ ପୁସ୍ତକ "ବିଲାତରେ ବାବୁ ଓ ପପୁ" ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୨] ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ମଧ୍ୟ ଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ, କେଣ୍ଟ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । [୩]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ଗଣେଶ୍ୱର ମିଶ୍ର, ୨୮ ଅକ୍ଟୋବର ୧୯୪୨ମସିହାରେ ପୁରୀ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ଥିଲେ ବାନାମ୍ବର ମିଶ୍ର ଓ ମାତା ଗୌରୀ ଦେବୀ । ପୁରୀ ଜିଲ୍ଲାର ଦଇତାପଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଶିକ୍ଷାରମ୍ଭ ହୋଇଥିଲା । ତାପରେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଥିଲେ । ଏହିଠାରୁ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସ୍କୁଲ ପତ୍ରିକା "ମହୋଦଧୀ"ରେ ତାଙ୍କର କବିତା ପ୍ରକାଶିତ ହୋଇଥିଲା । ୧୯୫୯ରୁ ୧୯୬୩ ମସିହା ମଧ୍ୟରେ, ସେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୫] ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ନିଜ ପ୍ରଥମ ଉପନ୍ୟାସ "ସାମୁଦ୍ରିକ" ଲେଖିବା ଆରମ୍ଭ କରିଥିଲେ ।[୬]
ପାରିବାରିକ ଜୀବନ
[ସମ୍ପାଦନା]ଅର୍ଥନୀତି ରିଡ଼ର ସୁରଙ୍ଗିଣୀ ମିଶ୍ର ତାଙ୍କର ଧର୍ମପତ୍ନୀ ଓ ଫୋକସ ଓଡ଼ିଶା ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର ତଥା ଖେଳ-ସାମ୍ବାଦିକ ସିଦ୍ଧାର୍ଥ ମିଶ୍ର[୭] ତାଙ୍କର ପୁଅ । [୮] କ୍ୟାନସରରେ ପୀଡ଼ିତ ଥାଇ ୨୦୧୫ ମସିହାରେ ଅଗଷ୍ଟ ୧୦ ତାରିଖରେ ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୯]
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୬୫ ମସିହାରେ ସେ ନୟାଗଡ଼ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ସେ ରାଜସ୍ଥାନ କଲେଜ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୬୯ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ୧୯୭୮ମସିହାରେ ସେ ଆମେରିକାନ ଇଂରାଜୀ ସାହିତ୍ୟରେ ଗବେଷଣା କରି କେଣ୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ୨୦୦୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୨୦୦୫-୦୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରୂପେ ମନୋନୀତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକ ଥିଲେ । ସେ ୨୦୧୦ ଜୁଲାଇରୁ ଦୈନିକ ସମ୍ବାଦପତ୍ର "ପ୍ରମେୟ"ର ମୁଖ୍ୟସମ୍ପାଦକ ଭାବରେ କାମ କରୁଥିଲେ ।[୫]
ସାହିତ୍ୟିକ ଜୀବନ
[ସମ୍ପାଦନା]ଗଣେଶ୍ୱର ମିଶ୍ର ଓଡ଼ିଆ, ଇଂରାଜୀ ବ୍ୟତିତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ସାହିତ୍ୟରେ ପାରଦର୍ଶୀ ଥିଲେ । ସେ ୮ଟି ଉପନ୍ୟାସ, ୫ଟି ଗଳ୍ପ ସଂକଳନ, ୫ଟି ଭ୍ରମଣ କାହାଣୀ, ୩ଟି ଫିଚର ସଂକଳନ, ୫ଟି ଅନୁବାଦ ପୁସ୍ତକ, ୧୦ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି । ସେ ନିଜ ଆତ୍ମଜୀବନୀ ଓ 'ଗାନ୍ଧିବାଦୀ ଶିକ୍ଷାବିତ ସର୍ବେଶ୍ୱର ଦାଶ' ଶୀର୍ଷକ ଜୀବନୀ ପୁସ୍ତକ ରଚନା କରିଛନ୍ତି । ବହୁ ଇଂରାଜୀ ପତ୍ରିକାର ସମ୍ପାଦନା ସହ, କିଛିଦିନ ପାଇଁ ସମାଜର ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ପ୍ରମେୟର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୧୦]
ରଚନାବଳୀ
[ସମ୍ପାଦନା]ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୩
- ଧରିତ୍ରୀ ସମ୍ମାନ
- ଉତ୍କଳ ସମ୍ମାନ
- ବାଗଦେବୀ ସମ୍ମାନ
- ଆର୍ତ୍ତତ୍ରାଣ ସ୍ମୃତି ସମ୍ମାନ
- ପ୍ରଜାତନ୍ତ୍ର ପ୍ରଚାର ସମିତି ସମ୍ମାନ
ଆଧାର
[ସମ୍ପାଦନା]- ↑ http://www.uniindia.com/news/other/noted-academician-ganeswar-mishra-passes-away/159181.html
- ↑ http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/
- ↑ "Eminent Odisha litterateur Ganeswar Mishra passes away". OdishaSunTimes. Retrieved 10 August 2015.
- ↑ "ପରଲୋକର ସାହିତ୍ୟିକ ଗଣେଶ୍ୱର". ଧରିତ୍ରୀ ୧୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. 11 August 2015. Retrieved 6 December 2020.
- ↑ ୫.୦ ୫.୧ "ସାହିତ୍ୟିକ ଗଣେଶ୍ୱର ମିଶ୍ରଙ୍କ ପରଲୋକ". ସମାଜ. ୧୧ ଅଗଷ୍ଟ ୨୦୧୫.
{{cite news}}
:|access-date=
requires|url=
(help); Check date values in:|accessdate=
and|date=
(help) - ↑ "ଡ଼ ଗଣେଶ୍ୱର ମିଶ୍ର". ସମ୍ବାଦ ୧୦/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 10 August 2016.[permanent dead link]
- ↑ "Rich tribute paid to Siddhartha Mishra". Times of India. 31 October 2014. Retrieved 10 August 2015.
- ↑ "Ganeswar Mishra passes away". Odishachannel.com. Retrieved 10 August 2015.
- ↑ "Renowned Litterateur Prof. Ganeswar Mishra dies at 72". Retrieved 10 August 2015.
- ↑ "ଗଣେଶ୍ୱରଙ୍କ ପରଲୋକ". ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. 11 August 2015. Archived from the original on 4 March 2016. Retrieved 11 August 2015.
- ↑ http://www.dharitri.com/sahityayan/140516/p8.htm
- ↑ "ଆର୍କାଇଭ୍ କପି". Archived from the original on 2015-08-17. Retrieved 2015-08-10.
{{cite web}}
: Cite has empty unknown parameter:|1=
(help)