ସିଦ୍ଧାର୍ଥ ମିଶ୍ର

ଉଇକିପିଡ଼ିଆ‌ରୁ
ସିଦ୍ଧାର୍ଥ ମିଶ୍ର
ଜନ୍ମ
ସିଦ୍ଧାର୍ଥ ମିଶ୍ର

(1970-06-14)୧୪ ଜୁନ ୧୯୭୦
ମୃତ୍ୟୁ୩୦ ଅକ୍ଟୋବର ୨୦୧୨(2012-10-30) (ବୟସ ୪୨)
ଜାତୀୟତା ଭାରତୀୟ
ଶିକ୍ଷାଏମଫିଲ(ଇଂରାଜୀ)
ଶିକ୍ଷାନୁଷ୍ଠାନଷ୍ଟୁଆର୍ଟ ସ୍କୁଲ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସାମ୍ବାଦିକ
ବୈବାହିକ-ସାଥୀପ୍ରାଚୀ ତାରା ମିଶ୍ର
ସନ୍ତାନସୁମିତ, ମାମାଲୀ
ପିତାମାତା(s)ଗଣେଶ୍ୱର ମିଶ୍ର,ସୁରଙ୍ଗିଣୀ ମିଶ୍ର
ୱେବସାଇଟOfficial website

ସିଦ୍ଧାର୍ଥ ମିଶ୍ର, ଜଣେ ସାମ୍ବାଦିକ ଥିଲେ । ସେ 'ଟାଇମ୍ସ ଅଫ ଇଣ୍ଡିଆ'[୧], 'ନ୍ୟୁଜ-ଏକ୍ସ' ଓ 'ଇଣ୍ଡିଆନ ଏକ୍ସପ୍ରେସ' ଭଳି ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଏକ୍ସପ୍ରେସର ସେ ଜାତୀୟ କ୍ରୀଡ଼ା ସମ୍ପାଦକ ଥିଲେ ।[୨][୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସିଦ୍ଧାର୍ଥଙ୍କ ପିତା ଗଣେଶ୍ୱର ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ତାଙ୍କ ମାତା ସୁରଙ୍ଗିଣୀ ମିଶ୍ର ମଧ୍ୟ ଜଣେ ଶିକ୍ଷାବିତ । ସେ ଥିଲେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ । ଅନ୍ୟ ତିନି ଭାଇ ସୁବ୍ରତ, ସୁନନ୍ଦ ଓ ସନ୍ଦୀପ । ସେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର 'ଟାଇମ୍ସ ସ୍କୁଲ ଅଫ ଜର୍ଣ୍ଣାଲିଜିମ'ରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରାଚୀ ତାରା ମିଶ୍ର ଓ ସେ ଜଣେ କଥକ । କାହାଣୀ ଶୁଣାଇବା ପ୍ରାଚୀଙ୍କର ବୃତ୍ତି । ତାଙ୍କର ସୁମିତ ଓ ମାମାଲୀ ନାମରେ ଦୁଇ ସନ୍ତାନ ଅଛନ୍ତି । କର୍କଟ ରୋଗରେ ପିଡ଼ୀତ ହୋଇ ୨୦୧୨ ଅକ୍ଟୋବର ମାସ ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୪] ସିଦ୍ଧାର୍ଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପିତା ଗଣେଶ୍ୱର ମିଶ୍ର ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ନାମରେ ଏକ ପୁସ୍ତକ ରଚନା କରିଥିଲେ ।[୫]

ସିଦ୍ଧାର୍ଥଙ୍କ ପୁତ୍ର ସୁମିତ ଜଣେ କ୍ରିକେଟ ଖେଳାଳି[୬], ୨୦୨୧ ମସିହାରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଓଡ଼ିଶା ୧୬ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ ।[୭]

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୯୬ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଟାଇମ୍ସ ଅଫ ଇଣ୍ଡିଆରେ ସାମ୍ବାଦିକତା କରିଥିଲେ । ୨୦୦୭ ମସିହାରେ କିଛି ସମୟ ପାଇଁ ନ୍ୟୁଜ-ଏକ୍ସ ଟେଲିଭିଜନ ଚ୍ୟାନେଲରେ କିଛି ଦିନ କାମ କରିବା ପରେ ଇଣ୍ଡିଆନ ଏକ୍ସପ୍ରେସରେ ଯୋଗଦେଇ ଚେନ୍ନାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ସେ ଜାତୀୟ କ୍ରୀଡ଼ା ସମ୍ପାଦକ ପଦକୁ ଉନ୍ନୀତ ହୋଇଥିଲେ । ସେ ୨୦୦୩ କ୍ରିକେଟ ବିଶ୍ୱକପ, ୨୦୦୬ ଆଇସିସି ଚମ୍ପିୟାନସିପ ଟ୍ରଫି, ୨୦୦୭ ଟି୨୦ ବିଶ୍ୱକପ, ୨୦୧୦ ହକି ବିଶ୍ୱକପ ଓ ରାଷ୍ଟ୍ରମଣ୍ଡଳ ଖେଳ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ସାମ୍ବାଦିକତ କରିଥିଲେ ।[୮] ସେ କ୍ରିକେଟ ସମେତ ବହୁ ଖେଳର ବିଶେଷଜ୍ଞ ଥିଲେ ଓ ଅନେକ କ୍ରୀଡ଼ାବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ନେଇଥିଲେ ।[୯]

ଆଧାର[ସମ୍ପାଦନା]

  1. "Siddhartha Mishra". www.timesofindia.indiatimes.com. The Times of India. Archived from the original on 11 February 2021. Retrieved 11 February 2021.
  2. "Sports journalist Siddhartha Mishra dies". www.zeenews.india.com/. ZEE News. Archived from the original on 11 February 2021. Retrieved 11 February 2021.
  3. "It's a privilege to have known you, Siddhartha Mishra, and there is no goodbye". www.news18.com. news18.com. Archived from the original on 11 February 2021. Retrieved 11 February 2021.
  4. "Siddhartha Mishra cremated". www.newindianexpress.com. The Indian Express. Archived from the original on 11 February 2021. Retrieved 11 February 2021.
  5. "Odisha's Celebrated Sports Journalist Siddhartha Mishra Remembered". www.sambadenglish.com/. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 December 2021. Retrieved 30 December 2021.
  6. "ପ୍ରାଚୀ ଭୂଷଣ କ୍ରିକେଟ୍ ସେମିରେ ଗ୍ରିନ୍‌ସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 December 2021. Retrieved 30 December 2021.
  7. "୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଂଟ ଟ୍ରଫି: ଓଡ଼ିଶା ଦଳ ଘୋଷିତ". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 30 December 2021. Retrieved 30 December 2021.
  8. "Obituary: TNIE Sports Editor Siddhartha Mishra passed away". www.http://hotnhitnews.com/. hot n hit news. Archived from the original on 11 February 2021. Retrieved 11 February 2021. {{cite web}}: External link in |website= (help)
  9. "A Genius Who Moved On Early; Remembering Siddhartha Mishra Fondly". www.odishabytes.com. Odisha Byites. Archived from the original on 11 February 2021. Retrieved 11 February 2021.