ଅହମଦାବାଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅହମଦାବାଦ
અમદાવાદ
ମହାନଗର ନିଗମ
ସବରାମତୀ ଆଶ୍ରମ , ଅହମଦାବାଦ
ସବରାମତୀ ଆଶ୍ରମ , ଅହମଦାବାଦ
Nickname: 
Amdavad /Manchester of the East / Ahmad-aabad
ଦେଶଭାରତ
ରାଜ୍ୟଗୁଜରାଟ
ଜିଲ୍ଲାଅହମଦାବାଦ
Government
 • Bodyଅହମଦାବାଦ ମହାନଗର ନିଗମ
 • Mayorଅସିତ ବୋରା
 • Deputy Mayorଦର୍ଶନ ବାଘେଲା
 • Municipal commissionerଗୁରୁପ୍ରସାଦ ମହାପାତ୍ର
Area
 • ମହାନଗର ନିଗମ464 km2 (179 sq mi)
Elevation
53 m (174 ft)
Population
 (2011)
 • ମହାନଗର ନିଗମ୫୫,୭୦,୫୮୫
 • Density22,473/km2 (58,200/sq mi)
 • Metro
୬୩,୫୨,୨୫୪
 [୧]
ଭାଷା
 • ସରକାରୀଗୁଜରାଟି, ହିନ୍ଦୀ ଇଂରାଜୀ
Time zoneUTC+5:30 (IST)
ପିନ କୋଡ଼
380 0XX
Telephone code079
ଯାନବାହାନ ପଞ୍ଚୀକରଣGJ-1 & GJ-27
Sex ratio1.11[୨] /
ସାକ୍ଷରତା86.65%[୩]
Civic agencyAhmedabad Municipal Corporation
Source: Census of India

ଅହମଦାବାଦ ଭାରତର ଏକ ପ୍ରମୂଖ ସହର ତଥା ଗୁଜରାଟ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଅଟେ । ଏହାର ପୁରୁଣା ନାମ କର୍ଣ୍ଣାବତୀ ଥିଲା । ସାବରମତୀ ନଦୀ କୂଳରେ ଅବସ୍ଥିତ ଏହି ମହାନଗରଟି ଭାରତର ୫ମ ବୃହତ୍ତମ ନଗର । ଅହମଦାବାଦ ଗୁଜରାଟର ପୁରୁଣା ରାଜଧାନୀ ଥିଲା , ଯାହା ଏବେ ୩୨କିମି ଦୂର ଗାନ୍ଧୀନଗରକୁ ସ୍ଥାନାନ୍ତରିତ ହେଇଯାଇଛି । ପୂର୍ବରୁ ଏହି ସହରଟି ବହୁ ଲୁଗାକଳ ଓ ବୟନଶିଳ୍ପ ପାଇଁ ପ୍ରସିଦ୍ଧ ଥିଲା, ତେଣୁ ବ୍ରିଟିଶମାନେ ଏହାକୁ "ମାଞ୍ଚେଷ୍ଟର ଅଫ ଈଷ୍ଟ" ବୋଲି ନା ଦେଇଥିଲେ । ସ୍ୱାଧୀନତା ସମୟରେ ଏହା ମହାତ୍ମା ଗାନ୍ଧୀସରଦାର ପଟେଲଙ୍କ କର୍ମଭୂମି ଥିଲା । ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଅହମଦାବାଦର ଅନ୍ୟ ମୁଖ୍ୟ ପରିଚୟ ଅଟେ । ଅଧୁନା ଏହି ସହରଟି ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଗଢ଼ି ଉଠିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଅହମ୍ମଦାବାଦ ସହରର ନାମ ପରିବର୍ତ୍ତନ କରାଯାଇ କର୍ନବତୀ ରଖାଯିବ ବୋଲି ବିଚାର କରୁଛନ୍ତି ।[୪]


ଭୂଗୋଳ[ସମ୍ପାଦନା]

ପଶ୍ଚିମ ଭାରତରେ ଅବସ୍ଥିତ ଏହି ସହର, ସମୁଦ୍ରପତନଠାରୁ ୧୭୪ଫୁଟ ଉର୍ଦ୍ଧରେ ରହିଛି । ସହରରେ ଦୁଇଟି ମୁଖ୍ୟ ହ୍ରଦ ଅଛି - କାଙ୍କରିଆ ଏବଂ ବସ୍ତ୍ରାପୁରସାବରମତୀ ନଦୀ ଗ୍ରୀଷ୍ମ ଋତୁରେ ଶୁଖି ଯାଉଥିବାରୁ ନଦୀରେ ଧଳା ରଙ୍ଗର ମାଟି ରହିଯାଏ । ବର୍ଷା କାଳକୁ ଛାଡ଼ିଦେଲେ ବାକି ଦିନ ଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହୁଏ । ଗ୍ରୀଷ୍ମ କାଳରେ ସହରର ଉଚ୍ଚତମ ତାପମାତ୍ରା ୪୭ ଡିଗ୍ରୀ ପହଞ୍ଚିଯାଏ ଏବଂ ଶୀତ ଋତୁରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଯାଏ ।

ଇତିହାସ[ସମ୍ପାଦନା]

ଅହମଦାବାଦର ଇତିହାସ ଅଣହିଲବାଡ଼(ଆଧୁନିକ ପାଟନ)ର ଶାସକ ସୋଲଂକୀରାଜା କର୍ଣଦେବ ପ୍ରଥମଙ୍କ ସହ ଏଗାରଶହ ଶତାବ୍ଦୀରେ ଆରମ୍ଭ ହେଲା । ସେ ଭୀଲ ରାଜା ଅଶପଲ୍ଲ ବା ଆଶାପାଲଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ତାଙ୍କ ବିଜୟ ପରେ ସାବରମତୀ ନଦୀ କୂଳରେ ଆଜିର ଆଧୁନିକ ଅହମଦାବାଦ ଥିବା ସ୍ଥାନରେ କର୍ଣାବତୀ ନାମକ ସହର ସ୍ଥାପନା କରାଗଲା । ସୋଲଂକୀ ଶାସନ ତେରଶହ ଶତାବ୍ଦୀ ଯାଏଁ ହୋଇଥିଲା , ମୋଗଲମାନେ ତେରଶହ ଶତାବ୍ଦୀର ଶେଷ ଭାଗରେ ଗୁଜରାଟ ଉପରେ ନିଜର ଆଧିପତ୍ୟ ବିସ୍ତାର କଲେ । ପନ୍ଦରଶହ ଶତାବ୍ଦୀର ଆରମ୍ଭରେ ମୁସଲିମ୍ ମୁଜ଼ଫ୍ଫରିଦ ରାଜବଂଶଦ୍ୱାରା ଏକ ସ୍ୱତନ୍ତ୍ର ସଲତନତର ଶାସନ ଗୁଜରାଟରେ ସ୍ଥାପିତ କରାଗଲା ଏବଂ ୧୪୧୧ରେ ସୁଲତାନ ଅହମଦ ଶାହଙ୍କଦ୍ୱାରା କର୍ଣାବତୀ ନଗରକୁ ଅହମଦାବାଦ ନାମରେ ନାମିତ କରାଗଲା । ୧୪୮୭ରେ ଅହମଦ ଶାହଙ୍କ ପୌତ୍ର ମହମୂଦ ବେଗଡ଼ାଙ୍କଦ୍ୱାରା ଛଅମିଲ ପରିଧିରେ ସହର ଚାରିପାଖେ ପାଚେରୀ ନିର୍ମାଣ କରାଯାଇଥିଲା ଏଥିରେ ୧୨ଟି ପ୍ରବେଶ ପଥ, ୧୮୯ଟି ଗଡ଼ ଏବଂ ୬୦୦୦ରୁ ଅଧିକ ସୈନ ଦଳ ବାହରର ଆକ୍ରମଣକାରୀଙ୍କଠାରୁ ସହର ରକ୍ଷା ନିମନ୍ତେ ରଖାଯାଇଥିଲା । ଅନ୍ତିମ ସୁଲତାନ ମୁଜ଼ଫ୍ଫ଼ର ତୃତୀୟଙ୍କ ସମୟରେ ସହରରେ ଅରାଜକତା ବଢ଼ି ଯାଇଥିଲା ଏବଂ ଗୁଜରାଟକୁ ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ୧୫୭୩ରେ ଜିତା ଯାଇଥିଲା । ମୋଗଲ ଶାସନକାଲରେ ଅହମଦାବାଦ ବେପାର କେନ୍ଦ୍ର ରୂପେ, ବିଶେଷ କରି ବସ୍ତ୍ର ଉଦ୍ୟୋଗର କେନ୍ଦ୍ର ହେଲା, ଏଠାକାର କପଡ଼ା ୟୁରୋପ ଆଦି ଦୂର ଦେଶଗୁଡ଼ିକୁ ରପ୍ତାନୀ କରାଯାଉଥିଲା । ୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା । ୧୭୫୩ରେ ମରାଠା ଜେନେରାଲ ରଘୁନାଥ ରାଓ ଏବଂ ଦାମଜୀ ଗାୟକବାଡ଼ଙ୍କ ସେନା ସହର ଉପରେ ଆକ୍ରମଣ କରି କବଜା କଲା ଏବଂ ଅହମଦାବାଦରେ ମୋଗଲ ଶାସନ ସମାପ୍ତ ହୋଇଥିଲା । ଭାରତୀୟ ସ୍ୱତନ୍ତ୍ରତା ସଂଘର୍ଷ ସମୟରେ ଅହମଦାବାଦ ଆନ୍ଦୋଳନର ପେଁଠସ୍ଥଳି ରହିଥିଲା । ଏହି ସହରରେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ସାବରମତୀ ଆଶ୍ରମ ସ୍ଥାପନା କରାଯାଇ ଥିଲା ଏବଂ ସ୍ୱତନ୍ତ୍ରତା ସଂଘର୍ଷ ସହିତ ସମ୍ବନ୍ଧିତ ଅନେକ ଆନ୍ଦୋଲନ ଏହିଠାରୁ ଆରମ୍ଭ ହୋଇଥିଲା । ଇଂରେଜ ରାଜତ୍ୱକାଳରେ ,ଏହି ସହରକୁ ସୈନିକମାନଙ୍କ ପାଇଁ ବ୍ୟବହାର କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "Provisional Population Totals, Census of India 2011" (PDF). World Gazetteer. Census of India. Retrieved 3 September 2010.
  2. "Distrubution of Population, Decadal Growth Rate, Sex-Ratio and Population Density". 2011 census of India. Government of India. Retrieved 21 March 2012.
  3. "Literacy Rates by Sext for State and District". 2011 census of India. Government of India. Retrieved 25 June 2012.
  4. http://www.dharitri.com/main/news/82651

ବାହାର ଆଧାର[ସମ୍ପାଦନା]

.