ପାର୍କିନ୍‌ସନ୍ ରୋଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପାର୍କିନ୍‌ସନ୍ ରୋଗ
ଇଡିଓପାଥିକ ବା ପ୍ରାଇମେରୀ ପାର୍କିନସୋନିଜ୍ମ, ହାଇପୋକାଇନେଟିକ ରିଜିଡ ସିଣ୍ଡ୍ରୋମ ଓ ପାରାଲିସିସ ଏଜିଟାନ୍ସ ।
Two sketches (one from the front and one from the right side) of a man, with an expressionless face. He is stooped forward and is presumably having difficulty walking.
ଉଇଲିଅମ ରିଚାର୍ଡ଼ ଗାୱାରଙ୍କ (en:William Richard Gowers) ଅଙ୍କିତ ଚିତ୍ରରେ (A Manual of Diseases of the Nervous System - 1886) ପାର୍କିନସନ ରୋଗୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି ସ୍ନାୟୁ ବିଜ୍ଞାନ
ଆଇସିଡ଼ି-୧୦ G20., F02.3
ଆଇସିଡ଼ି-୯-ସିଏମ୍ 332
ଓଏମ୍‌ଆଇଏମ୍ 168600 556500
ରୋଗ ଡାଟାବେସ 9651
ମେଡ଼ିସିନ-ପ୍ଲସ 000755
ଇ-ମେଡ଼ିସିନ neuro/304 neuro/635 in young
pmr/99 rehab
MeSH D010300
GeneReviews

ପାର୍କିନ୍‌ସନ୍ ରୋଗ (ପିଡି) ବା ସକମ୍ପ ଅଙ୍ଗ‌ଘାତ, କେନ୍ଦ୍ରୀୟ ସ୍ନାୟୁମଣ୍ଡଳର ଏକ ଦୀର୍ଘକାଳୀନ ବେମାରୀ ଯାହା ମଟର ସିସ୍ଟମକୁ ଆକ୍ରମଣ କରେ ।[୧] ଲକ୍ଷଣ ସମୂହ ସମୟ କ୍ରମେ ଧୀରେ ଧୀରେ ପ୍ରକାଶ ପାଏ । କମ୍ପନ (shaking), ଦୃଢ଼ତା (rigidity), ଧୀର ଚଳନ (slowness of movement) ଓ ଚାଲି ଅସୁବିଧା (difficulty with walking) ଇତ୍ୟାଦି ଲକ୍ଷଣମାନ ପ୍ରଥମରୁ ଦେଖାଯାଏ । [୧] ବୋଧଶକ୍ତି (Thinking) ଓ ବ୍ୟବ‌ହାରିକ ପରିବର୍ତ୍ତନ ମଧ୍ୟ ହୋଇପାରେ । ଅନ୍ତିମ ସମୟରେ ବୁଦ୍ଧି ଭ୍ରଂଶ (en:Dementia) ହୁଏ । ଏକ ତୃତୀୟାଂଶରୁ ଅଧିକ ରୋଗୀଙ୍କର ଅବସାଦ Depression ଓ ଉତ୍କଣ୍ଠା ଜାତ ହୁଏ ।[୨] ଅନ୍ୟ ଲକ୍ଷଣମାନ: ନିଦ୍ରା ସମସ୍ୟା (sleep), ଆବେଗ (en:emotion) ଓ ସ୍ପର୍ଶ (sensory) ସମସ୍ୟାମାନ ଦେଖାଯାଇପାରେ ।[୧][୨] ମୂଖ୍ୟ ମଟର ଲକ୍ଷଣ ଗୁଡ଼ିକୁ ସାମୂହିକ ଭାବରେ ପାର୍କିନସୋନିଜ୍ମ ବା ପାର୍କିନସୋନିଆନ ସିଣ୍ଡ୍ରୋମ କୁହାଯାଏ । [୩][୪]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ କିନ୍ତୁ ପରିବେଶ ଓ ଜେନେଟିକ କାରକମାନଙ୍କର ପ୍ରଭାବ ଥିବା ବିଶ୍ୱାସ କରାଯାଏ । ପରିବାରରେ କେହି ଜଣେ ଏହି ରୋଗରେ ପିଡ଼ିତ ଥିଲେ ଅନ୍ୟମାନଙ୍କ ଏହି ରୋଗ ହେବା ଆଶଙ୍କା ଥାଏ । କେତେକ କୀଟନାଶକ ସଂସ୍ପର୍ଶ ଓ ମୁଣ୍ଡ ଆଘାତ en:head injuries ଏହି ରୋଗ ସଂକଟ ବୃଦ୍ଧି କରାଏ; ଧୂମ୍ରପାୟୀ ଓ କଫି ତ‌ଥା ଚା ପାନ କରୁଥିବା ଲୋକଙ୍କର ଏହି ସଙ୍କଟ କମ ହୁଏ ।[୪][୫] ମଧ୍ୟମସ୍ତିଷ୍କରେ (en:midbrain) ଥିବା ସବସ୍ଟାନ୍‌ସିଆ ନାଇଗ୍ରାରେ (en:substantia nigra) ଜୀବକୋଷମାନଙ୍କ ମୃତ୍ୟୁ ହେଲେ ଏହି ରୋଗରେ ମଟର (ପ୍ରେରକ ସ୍ନାୟୁ) ଲକ୍ଷଣ ଦେଖାଯାଏ । ମଧ୍ୟ ମସ୍ତିଷ୍କସ୍ଥିତ ସ୍ନାୟୁମାନଙ୍କରେ ଡୋପାମିନ୍ ସ୍ଵଳ୍ପ ତିଆରି ହୁଏ ଓ ଗୁଣାତ୍ମକ ନ ଥାଏ ।[୧] ଜୀବକୋଷମାନଙ୍କ ମୃତ୍ୟୁର କାରଣ ସଠିକ୍ ଜଣାନାହିଁ କିନ୍ତୁ ସ୍ନାୟୁ ମଧ୍ୟରେ ଥିବା ଲିଉଇ ବଡିରେ (Lewy bodies) ପ୍ରୋଟିନ ଅଧିକ ହେବା ଯୋଗୁ ହୋଇପାରେ ।[୪] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଗଲେ ମଧ୍ୟ ନିଉରୋଇମେଜିଙ୍ଗ କରି ଅନ୍ୟ ରୋଗ ଅନୁପସ୍ଥିତି ନିର୍ଦ୍ଧାରଣ କରାଯାଏ ।[୧]

ପାର୍କିନ‌୍‌ସନ୍ ରୋଗ ଆରୋଗ୍ୟ ହୁଏନାହିଁ ।[୧] ପ୍ରଥମେ ଲେଭୋଡୋପା ଦିଆଯାଏ ଓ ଏହା ଅକର୍ମା ହୋଇଗଲେ ଡୋପାମିନ୍ ଆଣ୍ଟାଗୋନିସ୍ଟ ଦିଆଯାଏ । ରୋଗର ପ୍ରଗତି ହେବା ସଙ୍ଗେ ସଙ୍ଗେ ସ୍ନାୟୁ କ୍ରମଶଃ ନଷ୍ଟ ହେବାକୁ ଲାଗିଲେ ଏହି ଔଷଧ ପ୍ରଭାବ କମିଯାଏ ଓ ସେହି ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଡିସକାଇନେସିଆ/ ଅପ‌ପ୍ରବାହ (involuntary writhing movements) ଦେଖାଯାଏ ।[୨] ଖାଦ୍ୟ ଓ କେତେକ ପୁନର୍ବାସ ଫଳରେ ଲକ୍ଷଣର ଉନ୍ନତି ହୁଏ ।[୬][୭] ଔଷଧ ଅକାମି ହେଲେ ମଟର ଲକ୍ଷଣ ଉପଶମ ନିମନ୍ତେ ଅପରେଶନ କରି ଗଭୀର ମସ୍ତିଷ୍କ ଉତ୍ତେଜନା (en:deep brain stimulation) ନିମନ୍ତେ ମାଇକ୍ରୋଇଲେକ୍‌ଟ୍ରୋଡ ଭରି ଦିଆଯାଏ ।[୧] ଅଣଚଳନ ଲକ୍ଷଣ ଯେପରିକି ନିଦ୍ରା ଓ ଆବେଗ ସମସ୍ୟା ସମାଧାନ ନିମନ୍ତେ ଚିକିତ୍ସା ଏତେ ଫଳପ୍ରଦ ହେବା ପ୍ରମାଣ ମିଳୁନି ।[୪]

ସନ ୨୦୧୩ରେ ପିଡି ରୋଗ ପୃଥିବୀରେ ପ୍ରାୟ ୫୩ ନିୟୁତ ଲୋକଙ୍କୁ ହୋଇଥିବା ଫଳରେ ୧୦୩,୦୦୦ ମୃତ୍ୟୁ ହୋଇଥିଲା ।[୮][୯] ଏହି ରୋଗ ୬୦ ବର୍ଷ ବୟସ ଉର୍ଦ୍ଧ୍ୱରେ ହୁଏ ଓ ଏହି ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କୁ ଏହି ରୋଗ ହୁଏ ।[୧][୧୦] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ ।[୪] ୪୦ ବା ୫୦ ବର୍ଷ ବୟସ ପୂର୍ବରୁ ଏହି ରୋଗ ହେଲେ ୟଙ୍ଗ ଅନସେଟ ପିଡି ନାମ ଦିଆଯାଏ ।[୧୧] ରୋଗ ନିର୍ଣ୍ଣୟ ହେବା ପରେ ରୋଗୀର ଆୟୁଷ ପ୍ରାୟ ୭ରୁ ୧୪ ବର୍ଷ ଅଧିକ ରହେ ।[୨] ଏହି ରୋଗର ବର୍ଣ୍ଣନା ସନ ୧୮୧୭ରେ ପ୍ରଥମେ ଇଙ୍ଗ୍ଲିଶ ଡାକ୍ତର ଜେମସ୍ ପାର୍କିନ୍‌ସନ୍ (en:James Parkinson) ଲିପିବଦ୍ଧ କରି ଆନ ଏସେ ଅନ ଦି ସେକିଙ୍ଗ ପାଲ୍‌ସି (An Essay on the Shaking Palsy) ନାମ ଦେଇଥିଲେ ।[୧୨][୧୩] ଜନ ସଚେତନତା ନିମନ୍ତେ ପାର୍କିନସନ୍‌ଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ୱର୍ଲଡ ପାର୍କିନସନ ଡେ (World Parkinson's Day) ପାଳନ କରାଯାଏ ଓ ଟୁଲିପ ଫୁଲ (en:tulip) ଏହାର ପ୍ରତୀକ ହୋଇଛି ।[୧୪] ଜନ ସଚେତନତା ବୃଦ୍ଧି ନିମନ୍ତେ ଅଭିନେତା ମାଇକେଲ ଜେ ଫକ୍ସ (en:Michael J. Fox), ଅଲିମ୍ପିକ ସାଇକେଲ ଖେଳାଳୀ ଡେଭିସ ଫିନ୍ନି (en:Davis Phinney) ଓ ସ୍ୱର୍ଗତ ମୁଷ୍ଟିଯୋଦ୍ଧା ମୁହମ୍ମଦ ଅଲ୍ଲିଙ୍କ (en:Muhammad Ali) ନାମ ଉଲ୍ଲେଖ‌ଯୋଗ୍ୟ ।[୧୫][୧୬][୧୭]



ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Parkinson's Disease Information Page". NINDS. June 30, 2016. Retrieved 18 July 2016. 
  2. ୨.୦ ୨.୧ ୨.୨ ୨.୩ Sveinbjornsdottir, S (11 July 2016). "The clinical symptoms of Parkinson's disease.". Journal of neurochemistry. PMID 27401947. 
  3. Jones, H. Royden (2013). The Netter collection of medical illustrations. a compilation of paintings (2nd ed. ed.). Philadelphia, PA: Saunders Elsevier. p. 161. ISBN 9781455733873. 
  4. ୪.୦ ୪.୧ ୪.୨ ୪.୩ ୪.୪ Kalia, LV; Lang, AE (29 August 2015). "Parkinson's disease.". Lancet (London, England) 386 (9996): 896–912. PMID 25904081. 
  5. Barranco Quintana, JL; Allam, MF; Del Castillo, AS; Navajas, RF (February 2009). "Parkinson's disease and tea: a quantitative review.". Journal of the American College of Nutrition 28 (1): 1–6. PMID 19571153. 
  6. Barichella M, Cereda E, Pezzoli G (October 2009). "Major nutritional issues in the management of Parkinson's disease". Mov. Disord. 24 (13): 1881–92. doi:10.1002/mds.22705. PMID 19691125. 
  7. Ahlskog, JE (19 July 2011). "Does vigorous exercise have a neuroprotective effect in Parkinson disease?". Neurology 77 (3): 288–94. doi:10.1212/wnl.0b013e318225ab66. PMC 3136051. PMID 21768599. 
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013.". Lancet 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. 
  9. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013.". Lancet (London, England) 386 (9995): 743–800. PMID 26063472. 
  10. Carroll, William M. (2016). International Neurology. John Wiley & Sons. p. 188. ISBN 9781118777367. 
  11. Mosley, Anthony D. (2010). The encyclopedia of Parkinson's disease (2nd ed. ed.). New York: Facts on File. p. 89. ISBN 9781438127491. 
  12. "An Essay on the Shaking Palsy". 
  13. Shulman JM, De Jager PL, Feany MB (February 2011) [25 October 2010]. "Parkinson's disease: genetics and pathogenesis.". Annual Review of Pathology 6: 193–222. doi:10.1146/annurev-pathol-011110-130242. PMID 21034221. 
  14. Lees AJ (September 2007). "Unresolved issues relating to the shaking palsy on the celebration of James Parkinson's 250th birthday". Mov. Disord. 22 (Suppl 17): S327–34. doi:10.1002/mds.21684. PMID 18175393. 
  15. Davis P (3 May 2007). "Michael J. Fox". The TIME 100 (Time). http://www.time.com/time/specials/2007/time100/article/0,28804,1595326_1615754_1615882,00.html. Retrieved 2 April 2011. 
  16. Macur, Juliet (26 March 2008). "For the Phinney Family, a Dream and a Challenge". The New York Times. Retrieved 25 May 2013. About 1.5 million Americans have received a diagnosis of Parkinson's disease, but only 5 to 10 percent learn of it before age 40, according to the National Parkinson Foundation. Davis Phinney was among the few. 
  17. Brey RL (April 2006). "Muhammad Ali's Message: Keep Moving Forward". Neurology Now (American Academy of Neurology) 2 (2): 8. doi:10.1097/01222928-200602020-00003. Retrieved 2 April 2011.