Jump to content

ଅରବିନ୍ଦ ମୁଦୁଲି

ଉଇକିପିଡ଼ିଆ‌ରୁ
ଅରବିନ୍ଦ ମୁଦୁଲି
ଜନ୍ମ (1961-09-01) ୧ ସେପ୍ଟେମ୍ବର ୧୯୬୧ (ବୟସ ୬୪)
ଖଣନ୍ତି, ବେଗୁନିଆ, ଖୋର୍ଦ୍ଧା
ମୃତ୍ୟୁ୧ ମାର୍ଚ୍ଚ ୨୦୧୮(2018-03-01) (ବୟସ ୫୬)
ଜାତୀୟତା ଭାରତୀୟ
ବୃତ୍ତି(ସମୂହ)କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ସଂଯୋଜନା
ସକ୍ରିୟ ବର୍ଷ୧୯୮୫-୨୦୧୮ ପର୍ଯ୍ୟନ୍ତ
(s)ବିଶ୍ୱଶାନ୍ତି ଭଜନସନ୍ଧ୍ୟା, ଭୁବନେଶ୍ୱର
ପ୍ରସିଦ୍ଧିଭଜନ
ଉଲ୍ଲେଖନୀୟ କୃତିନନ୍ଦସୂତ କଳାକହ୍ନାଇ, କଳା ସାଆନ୍ତେ, କାଳିଆ ଅମୃତବାଣୀ, ରଥ ଦଉଡ଼ି, ରହିଯାରେ ଜଗାକାଳିଆ, ନାଗାର୍ଜୁନ, ଦେବଦାଶି, ପ୍ରଳୟ, ରଥ ଦର୍ଶନ, ମହିମା ଅଲେଖ
ବୈବାହିକ-ସାଥୀସଞ୍ଜୁକ୍ତା ମୁଦୁଲି
ସନ୍ତାନସଙ୍ଗୀତା ମୁଦୁଲି, ଜଗବନ୍ଧୁ ମୁଦୁଲି, କୃପାସିନ୍ଧୁ ମୁଦୁଲି
ୱେବସାଇଟଅଫିସିଆଲ୍ ୱେବ୍‌ସାଇଟ୍
ଦସ୍ତଖତ
ଅରବିନ୍ଦ ମୁଦୁଲିଙ୍କ ଦସ୍ତଖତ

ଅରବିନ୍ଦ ମୁଦୁଲି (୧ ସେପ୍ଟେମ୍ବର ୧୯୬୧-୧ ମାର୍ଚ୍ଚ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତଜ୍ଞ, ଗୀତିକାର, ଗାୟକ ଓ ସ୍ୱର ସଂଯୋଜକ ଥିଲେ । ସେ ଭଜନ ସମ୍ରାଟ ଭିକାରି ବଳଙ୍କର ପ୍ରିୟ ଶିଷ୍ୟ ଥିଲେ ।

୨୦୧୮ ମସିହା ମାର୍ଚ୍ଚ ୧ ତାରିଖରେ ହୃଦଘାତ ଯୋଗୁଁ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ଜୀବନକାଳ

[ସମ୍ପାଦନା]

ଅରବିନ୍ଦ ୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖ (ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ) ଦିନ ଜନ୍ମଗ୍ରହଣ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା ୫,୦୦୦ରୁ ଅଧିକ ଭଜନ ଗାଇସାରିଲେଣି । ଭାରତର ୩୦୦ରୁ ଅଧିକ ସହରରେ ୫,୦୦୦ରୁ ଅଧିକ ସିଧା ଗୀତ ପରିବେଷଣ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । କେବଳ ଭଜନ ଗାଉଥିବା ଏହି ଗାୟକ ଓଡ଼ିଶାର ଭଜନ ସମ୍ରାଟ ରୂପେ ପରିଚିତ ଭିକାରି ବଳଙ୍କର ପ୍ରିୟ ଶିଷ୍ୟ । ସେ ୩୦୦ରୁ ଅଧିକ ଭଜନ ଆଲବମରେ କଣ୍ଠଦାନ କରିଛନ୍ତି ।

ଖୋର୍ଦ୍ଧା ନିବାସୀ ଅରବିନ୍ଦ ୧୮ ବର୍ଷ ବୟସରେ ଭୁବନେଶ୍ୱରରୁ କଟକ ଯାଏଁ ଟ୍ରକରେ ବସି ଭିକାରି ବଳଙ୍କ ନିକଟରୁ ଭଜନ ଶୁଣିବା ପାଇଁ ଯାଉଥିଲେ । କଟକର ବାଖରାବାଦରେ ଥିବା ତାଙ୍କ ଜଣେ ଚିହ୍ନା ମାମୁଁ ବିପ୍ରଚରଣ ପଟ୍ଟନାୟକ ତାଙ୍କୁ ଭିକାରି ବଳଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେଇଥିଲେ । ତେବେ ଦିନେ ସଞ୍ଜବେଳରେ ଭିକାରି ବଳଙ୍କ ଦର୍ଶନ ନପାଇ ସେ ସେଠାରୁ ଫେରିଆସିଥିଲେ ଓ ତାହା ପର ଦିନ ସକାଳେ ଆଉଥରେ ଯାଇଥିଲେ । ସେଠାରେ ସେ ତାହା ପରଠାରୁ ଭିକାରି ବଳଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।[]

ସିନ୍ଧି ସେରିମୋନିଆଲ ହଲ, ଦୁବାଇରେ ସଙ୍ଗୀତ ପରିବେଷଣ
ସଙ୍ଗୀତ ପରିବେଷଣ
ସଙ୍ଗୀତ ପରିବେଷଣ
ଦିଲ୍ଲୀରେ ସଙ୍ଗୀତ ପରିବେଷଣ
ଗୁରୁ ଶ୍ରୀ ଭିକାରି ବଳଙ୍କ ସହିତ

ସଙ୍ଗୀତ

[ସମ୍ପାଦନା]

ସୁପରିଚିତ

[ସମ୍ପାଦନା]
  • ନନ୍ଦସୂତ କଳାକହ୍ନାଇ
  • କାଳିଆ ଅମୃତବାଣୀ
  • ଅନ୍ଧ କହୁଛି ଆରେ ଛୋଟା ଭାଇ
  • ରହିଯାତୁ ରହିଯାରେ ଜଗାକାଳିଆ
  • ଚାଳରେ ମୋ ବସୁ ପଛେ ଶାଗୁଣା ପକ୍ଷୀ
  • କଳା ସାଆନ୍ତେ ଅଛ କେମନ୍ତେ
  • ଆସିଥିଲି ଶ୍ରୀମନ୍ଦିର ଜାଉଛି ମୁଁ ସ୍ୱର୍ଗଦ୍ୱାର
  • ନନ୍ଦିଘୋଷ ରଥ ଦିସେ ନନ୍ଦରଜା କାନ୍ଧ ପରି
  • ଆସିଲା ମହାପ୍ରଳୟ
  • ଛାଡ୍ ଛାଡ୍ ରଥଦଉଡ଼ି
  • ପିଞ୍ଜିରି ପିଞ୍ଜା
  • ବଳ ଥିଲା ବେଳେ ବନ୍ଧୁପଣ କରି
  • ମାଠିଆରେ ଗୋଟେ କଣା
  • ନାରାୟଣି ସେନା ଲୋଡାନାହି ମୋର

ନିର୍ଦ୍ଦେଶନା

[ସମ୍ପାଦନା]

କ୍ୟାସେଟ ଓ ସିଡି

[ସମ୍ପାଦନା]
ମସିହାନାମଯୋଗଦାନମସିହାନାମଯୋଗଦାନ
୨୦୧୧ଭକ୍ତି ସମୁଦ୍ରକଣ୍ଠଦାନ୨୦୧୦ରଥ ରଥୀ ସାରଥୀକଣ୍ଠଦାନ
୨୦୧୦ଜାଉଛି ମୁଁ ସ୍ୱର୍ଗଦ୍ୱାରକଣ୍ଠଦାନ୨୦୦୯ଅନ୍ଧ ଲଉଡ଼ିକଣ୍ଠଦାନ
୨୦୦୯ତାରିଣି ତୀର୍ଥକଣ୍ଠଦାନ୨୦୦୯ତ୍ରିନାଥ ମେଳାକଣ୍ଠଦାନ
୨୦୦୯ସ୍ତୁତି ଚିନ୍ତାମଣିକଣ୍ଠଦାନ୨୦୦୮ଭାବ ସମୁଦ୍ରକଣ୍ଠଦାନ
୨୦୦୮ସୁଣରେ କୁମରମଣିକଣ୍ଠଦାନ୨୦୦୮ତୁମେ ରାମ ତୁମେ ଶ୍ୟାମ ତୁମେ ରାମାୟଣକଣ୍ଠଦାନ
୨୦୦୮ଆସୁଛି ମହାବିପତ୍ତିକଣ୍ଠଦାନ୨୦୦୭ବଳିଆର ଭାଇକଣ୍ଠଦାନ
୨୦୦୭ନନ୍ଦିଘୋଷ ଦଉଡି଼କଣ୍ଠଦାନ୨୦୦୭ପଙ୍କଜ ମୁଖକଣ୍ଠଦାନ
୨୦୦୭ଓଡ଼ିଆର ଗେହ୍ଲାପୁଅକଣ୍ଠଦାନ୨୦୦୭କଳା ରସିକକଣ୍ଠଦାନ
୨୦୦୭ମହିମା ଭଜନକଣ୍ଠଦାନ୨୦୦୬ସାଆନ୍ତେ ମୋ ଭାରି ବଢ଼ିଆକଣ୍ଠଦାନ
୨୦୦୬ନନ୍ଦିଘୋଷ ରଥ ଦିସେ ନନ୍ଦରାଜା କାନ୍ଧପରିକଣ୍ଠଦାନ୨୦୦୫ରଥ ଦଉଡିକଣ୍ଠଦାନ
୨୦୦୫ଗୁରୁଣ୍ଡି ଗୋପାଳକଣ୍ଠଦାନ୨୦୦୫ରଙ୍ଗ ପସରାକଣ୍ଠଦାନ
୨୦୦୫କାଳିଆ ଅମୃତବାଣି (ଭାଗ-୧,୨)କଣ୍ଠଦାନ୨୦୦୪କାହ୍ନା ଆସେ ନନ୍ଦିଘୋଷରେକଣ୍ଠଦାନ
୨୦୦୪ଦୁର୍ଗତି ନାସିନୀକଣ୍ଠଦାନ୨୦୦୪ଜନେ ହସିବେକଣ୍ଠଦାନ
୨୦୦୪ନନ୍ଦ କୋଳେ ଖେଳେ ଗୋବିନ୍ଦକଣ୍ଠଦାନ୨୦୦୪ଆଉ ନଆସୁ ସୁନାମିକଣ୍ଠଦାନ
୨୦୦୩ଜୟ ମା ଦୁର୍ଗାକଣ୍ଠଦାନ୨୦୦୩ମହା କାର୍ତ୍ତିକକଣ୍ଠଦାନ
୨୦୦୩ରଥ କହେ ମୁ ଦେବତାକଣ୍ଠଦାନ୨୦୦୩ରତନ ବେଦିରେ କଳାକାଇଞ୍ଚକଣ୍ଠଦାନ
୨୦୦୩ସୁଣ ସୁଧିଜନେକଣ୍ଠଦାନ୨୦୦୩ଭାବ ରସିଆକଣ୍ଠଦାନ
୨୦୦୩କାଳିଆ ରସିକ ରଜାକଣ୍ଠଦାନ୨୦୦୩ମୁକ୍ତି ମଣ୍ଡପକଣ୍ଠଦାନ
୨୦୦୩କୃପାମଇ ତାରିଣିକଣ୍ଠଦାନ୨୦୦୩ଜଟା ଗୋସେଇଁକଣ୍ଠଦାନ
୨୦୦୨ଶ୍ରିକ୍ଷେତ୍ର ବନ୍ଧୁକଣ୍ଠଦାନ୨୦୦୨ଘଟ ବାସିନୀକଣ୍ଠଦାନ
୨୦୦୨ଜୟ ଭୋଳାବାବାକଣ୍ଠଦାନ୨୦୦୨ରଙ୍ଗ ରସିଆ କାଳିଆକଣ୍ଠଦାନ
୨୦୦୨ଜୟ ମା ସୁକିଆବାଉତିକଣ୍ଠଦାନ୨୦୦୨ଜୟ ବାବା ହଟକେସ୍ୱରକଣ୍ଠଦାନ
୨୦୦୧ଭାବ ମନ୍ଥନକଣ୍ଠଦାନ୨୦୦୧କଳାସାଆନ୍ତକଣ୍ଠଦାନ
୨୦୦୧ମଙ୍ଗଳା କୃପାକଣ୍ଠଦାନ୨୦୦୧ଆଉ ନଆସୁ ଭୂମିକମ୍ପକଣ୍ଠଦାନ
୨୦୦୧ପୁରାଣ ଗନ୍ଥିକଣ୍ଠଦାନ୨୦୦୦ନିଗମାନନ୍ଦ ଚରିତାମୃତକଣ୍ଠଦାନ
୧୯୯୯ପ୍ରଳୟକଣ୍ଠଦାନ୧୯୯୮ଧର୍ମ ନାବକଣ୍ଠଦାନ
୧୯୯୮ଶ୍ରିକ୍ଷେତ୍ର ପତିସଙ୍ଗୀତ ନିର୍ଦ୍ଦେଶନା୧୯୯୮ଜୟ ମା ବୁଢ଼ି ଠାକୁରାଣିକଣ୍ଠଦାନ
୧୯୯୮ମା ବାୟାଣିକଣ୍ଠଦାନ୧୯୯୭ସଙ୍କଟ ତାରିଣି ମା ହିଙ୍ଗୁଳାକଣ୍ଠଦାନ
୧୯୯୭ବୈକୁଣ୍ଠ ଭଜନମାଳାକଣ୍ଠଦାନ୧୯୯୭ବେଷ୍ଟ ଟେନ ଅଫ ଅରବିନ୍ଦ ମୁଦୁଲିକଣ୍ଠଦାନ
୧୯୯୭ନିର୍ବାଣକଣ୍ଠଦାନ୧୯୯୬କାଳିଆ ଦର୍ଶନସଙ୍ଗୀତ ନିର୍ଦ୍ଦେଶନା
୧୯୯୫ଦାରୁଦିଅଁକଣ୍ଠଦାନ୧୯୯୫ରଥ ଦର୍ଶନକଣ୍ଠଦାନ
୧୯୯୫ଦେବଦାସୀକଣ୍ଠଦାନ୧୯୯୫କ୍ଷୀରପ୍ରିୟ ଗଣେଷକଣ୍ଠଦାନ
୧୯୯୪କୈବଲ୍ୟ ତିର୍ଥକଣ୍ଠଦାନ୧୯୯୪ଜୟ ମା କାଳିକାଇକଣ୍ଠଦାନ
୧୯୯୩ନାଗାର୍ଜୁନକଣ୍ଠଦାନ୧୯୯୩କରୁଣା ସାଗରକଣ୍ଠଦାନ
୧୯୯୨ଅବଢା ଅମୃତକଣ୍ଠଦାନ୧୯୯୨ଛନ୍ଦାଚରଣକଣ୍ଠଦାନ
୧୯୯୨ସୁନା ଟାହିଆକଣ୍ଠଦାନ୧୯୯୨କଳାମଣିମାକଣ୍ଠଦାନ
୧୯୯୨ଜୟ ଶିବଶମ୍ଭୁକଣ୍ଠଦାନ୧୯୯୨ଜୟ ଶିବଶଙ୍କରକଣ୍ଠଦାନ
୧୯୯୧ରହିଯାରେ ଜଗାକାଳିଆକଣ୍ଠଦାନ୧୯୯୧କଳା ଶ୍ରିଅଙ୍ଗକଣ୍ଠଦାନ
୧୯୯୧ସୁନା ଦେଉଳକଣ୍ଠଦାନ୧୯୯୧ତାରିଣି ଦର୍ଶନକଣ୍ଠଦାନ
୧୯୯୦ଭାବ ବିନୋଦିଆକଣ୍ଠଦାନ୧୯୯୦ଭକତ ଭୋଳିଆକଣ୍ଠଦାନ
୧୯୯୦ମହିମା ଅଲେଖକଣ୍ଠଦାନ୧୯୯୦ବଡ଼ ଓଷାକଣ୍ଠଦାନ
୧୯୯୦ଶରଧାବାଲି ହିଟ୍ସକଣ୍ଠଦାନ୧୯୯୦ସ୍ୱର୍ଗଦ୍ୱାରକଣ୍ଠଦାନ
୧୯୯୦ପ୍ରଭୁ ସେବାକଣ୍ଠଦାନ୧୯୮୯ଜୟ ଜଗନ୍ନାଥକଣ୍ଠଦାନ
୧୯୮୯ସ୍ନାନପୁର୍ଣିମାକଣ୍ଠଦାନ୧୯୮୯ସ୍ୱାମି ଜଗନ୍ନାଥକଣ୍ଠଦାନ
୧୯୮୮ମର୍ତ୍ତ୍ୟବୈକୁନ୍ଥକଣ୍ଠଦାନ୧୯୮୮ମନବୋଧ ଚଉତିଷାକଣ୍ଠଦାନ
୧୯୮୮ବାଜେ ବନ୍ସି ନାଚେ ରାଧାକଣ୍ଠଦାନ୧୯୮୮କାଳିଆ ରଜାକଣ୍ଠଦାନ
୧୯୮୭ନନ୍ଦିଘୋଷକଣ୍ଠଦାନ୧୯୮୭ତୋର ସେଇ ବଂଶୀ ସେଇ ସ୍ୱନକଣ୍ଠଦାନ
୧୯୮୭ବଡ଼ଦେଉଳକଣ୍ଠଦାନ୧୯୮୭ବଡ଼ଦେଉଳକଣ୍ଠଦାନ
୧୯୮୬ଚଉବାହାକଣ୍ଠଦାନ୧୯୮୬ଜଗନ୍ନାଥ ଜେ ଷୋଳକଳାକଣ୍ଠଦାନ
୧୯୮୬ପୁଣ୍ୟତିର୍ଥକଣ୍ଠଦାନ୧୯୮୬ନିଳାଦ୍ରିଶକଣ୍ଠଦାନ
୧୯୮୬ତାରିଣି ମାକଣ୍ଠଦାନ୧୯୮୫କାଳିଆସୁନାକଣ୍ଠଦାନ
୧୯୮୫ନନ୍ଦସୁତ କଳାକହ୍ନେଇକଣ୍ଠଦାନ

[]

ମାନସମ୍ମାନ

[ସମ୍ପାଦନା]
  • ସ୍ୱର୍ଣ୍ଣକ୍ଷେତ୍ର ଫାଉଣ୍ଡେସନ ପୁରସ୍କାର
  • ରାଜିବ ଗାନ୍ଧି ସଦଭାବନା ସମ୍ମାନ
  • ଚଳଚ୍ଚିତ୍ର ସମ୍ମାନ
  • ବାଣିଚିତ୍ର ସମ୍ମାନ
  • ରଙ୍ଗମ୍ ସମ୍ମାନ
  • ରାଜ୍ୟ ଚଲାପଥ ସମ୍ମାନ
  • ବୋଲଗଡ଼ ରତ୍ନ
  1. "Bhajan Maestro Arabinda Muduli passes away | Odisha Television Limited". Odisha TV. 1 March 2018. Archived from the original on 1 March 2018. Retrieved 1 March 2018.
  2. Naxatra TV Interview With Arabinda Muduli ( Vol-2 ) Telecast. 01 May 2011
  3. ଅରବିନ୍ଦ ମୁଦୁଲିଙ୍କ ସଙ୍ଗୀତ Archived 2011-10-25 at the Wayback Machine..

ବାହାର ଆଧାର

[ସମ୍ପାଦନା]