କୁତାମ ଚଣ୍ଡୀ ମନ୍ଦିର
ଜଗନ୍ନାଥ ମନ୍ଦିର ଭିତରେ ଅଛନ୍ତି କୁକୁର ଦେବୀ । ଜଣେ ଦେବୀ କୁକୁର ଉପରେ ବିରାଜମାନ କରିଥବା ବେଳେ ଆଉଏକ ସ୍ଥାନରେ କୁକୁର ନିଜେ ବିଜେ କରିଛନ୍ତି । ତାଙ୍କୁ ପ୍ରସାଦ ମଧ୍ୟ ଲାଗି କରାଯାଏ । କୁକୁର ପୂଜା ହେବା ସମଗ୍ର ବିଶ୍ୱରେ ପୁରୀ ଜଗନ୍ନାଥ ମନ୍ଦିର ଏକମାତ୍ର ସ୍ଥାନ ଅଟେ ।[୧] ତେବେ କୁତାମ ଚଣ୍ଡୀ ମନ୍ଦିର, ତନ୍ତ୍ର ଉପାସନାର ପ୍ରତୀକ ବୋଲି କିଛି ଗବେଷକ ମତ ଦିଅନ୍ତି ।
ଅବସ୍ଥିତି
[ସମ୍ପାଦନା]ମୁକ୍ତିମଣ୍ଡପର ପୂର୍ବ ଦିଗରେ କ୍ଷେତ୍ରପାଳ ମନ୍ଦିର କାନ୍ଥକୁ ଲାଗି ରହିଛି ଏକ କୁକୁର (କୁତ୍ତା) ଉପରେ ବିରାଜିତା ପଥର ନିର୍ମିତ ଦେବୀ ମୂର୍ତ୍ତି । ଯାହାଙ୍କ ନାମ କୁତ୍ତାମ ଚଣ୍ଡୀ ଭାବେ ଜଣାଶୁଣା । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ, ଏହି ଠାକୁରାଣୀଙ୍କୁ ଜଣେ ସେବକ ଦୈନିକ ସେବା କରନ୍ତି ଏବଂ ସକାଳ ଧୂପରେ ବଡ଼ବାଡ଼ର ଥାଳି ଆସି ଦେବୀଙ୍କୁ ସମର୍ପଣ ହେଲେ ସେହି ସେବକ ସେଥରୁ କିଛି ଖେଇ ଆକାରରେ ପାଆନ୍ତି ।[୧]
ଅନନ୍ତ ବାସୁଦେବ ମନ୍ଦିରର ଉତ୍ତରପାର୍ଶ୍ୱ କାନ୍ଥରେ ଜଗମୋହନ ଆଡ଼କୁ ମୁହଁ କରି ଆଉ ଏକ କୁକୁର ମୂର୍ତ୍ତି ବିଦ୍ୟମାନ ।[୧]
ଇତିହାସ ଓ କିମ୍ବଦନ୍ତୀ
[ସମ୍ପାଦନା]ଏହି କୁତ୍ତାମ ଚଣ୍ଡୀ ପୂର୍ବେ ଗର୍ଭଗୃହ (ରତ୍ନସିଂହାସନ ନିକଟରେ) ଭିତରେ ପ୍ରତିଷ୍ଠିତ ହୋଇଥଲେ । ପରେ ବୈଷ୍ଣବମାନଙ୍କର ପ୍ରଭାବରେ ତାହା ସେଠାରୁ ଅପସାରିତ ହୋଇ ବର୍ତ୍ତମାନ କ୍ଷେତ୍ରପାଳ ମନ୍ଦିରରେ ସଂସ୍ଥାପିତ ହୋଇଛନ୍ତି ।[୨]
୧୪୯୮ ମସିହାର କେତେକ ପ୍ରାବନ୍ଧିକ, ବାହାନ ଥାଇ କୁତ୍ତାମ୍ ଚଣ୍ଡୀ ଶ୍ରୀମନ୍ଦିରେ ପୂଜା ପାଇଲେ ବୋଲି ଉଲ୍ଲେଖ କରିଛନ୍ତି । ଉଜୟିନୀରୁ ଜଣେ ଖ୍ୟାତନାମା ତାନ୍ତିକ ଦିଗନା ପୁରୀରେ କିଛିଦିନ ରହିଥଲେ । ସେହି ସମୟରେ ମନ୍ଦିର ଭିତରେ ବହୁବାର କୁକୁର ପ୍ରବେଶ କରିବାରୁ ନୀତିରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥଲା । ଜଗନ୍ନାଥଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେଉଥବା ବିଷୟ ତାନ୍ତ୍ରିକ ଦିଗନା ଶୁଣି ତାର ପ୍ରତିକାର ସ୍ୱରୂପ ତାଙ୍କରି ଉଦ୍ୟମରେ କୁତ୍ତାମ ଚଣ୍ଡୀ ପ୍ରତିଷ୍ଠିତ ହେଲେ । ବାସ୍ତବିକ ସେହିଦିନଠାରୁ ମନ୍ଦିରୁ ପରିସରକୁ ଆଉ କୁକର ପ୍ରବେଶ କଲେ ନାହିଁ । ଫଳରେ ଭୋଗ ପ୍ରସ୍ତୁତି ଓ ଅନ୍ୟାନ୍ୟ ସେବା ପୂଜା ଯଥାରୀତି ହେଲା ।[୧]
ଆଉ ଏକ ଲୋକକଥା ଅନୁଯାୟୀ ମନ୍ଦିରରେ କୌଣସି ଅଘଟଣ ବା ଅନ୍ୟାୟ, ଅନୀତି ହେଲେ ଦେବୀ କୁତତାମ ଚଣ୍ଡୀ କୁକୁର ବେଶରେ ବେଢ଼ାରେ ବୁଲନ୍ତି । ସେହି ଅନ୍ୟାୟ, ଅନୀତି ବା ଅଘଟଣ ଘଟିଯିବା ପରେ ପୁଣି ସେ ଉଭେଇ ଯାଆନ୍ତି । ତେବେ ଆଜି ମଧ୍ୟ ଲୋକ ବିଶ୍ୱାସ ରହିଛି ଯେ - କିଛି ଅଘଟଣ ବା ନୀତିରେ ବ୍ୟତିକ୍ରମ ହେଲେ ଅଚାନକ ବେଢ଼ାର କୌଣସି ସ୍ଥାନରେ କୁକୁର ଦେଖାଯାଉଛନ୍ତି । ନ ହେଲେ ନାହିଁ ।[୧]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "କୁତାମ ଚଣ୍ଡୀ ମନ୍ଦିର". ପ୍ରମେୟ. ୨୪ ମଇ ୨୦୧୫. Archived from the original on 5 March 2016. Retrieved 20 September 2015.
{{cite news}}
: Check date values in:|date=
(help) - ↑ "ଭିଜିଟ୍ ପୁରୀ", ଶ୍ରୀମନ୍ଦିର ପ୍ରକାଶନ