କ୍ଷେତ୍ରପାଳ

ଉଇକିପିଡ଼ିଆ ରୁ
Jump to navigation Jump to search

ସବୁ କ୍ଷେତ୍ରରେ ରହିଥାନ୍ତି ଜଣେ ଜଣେ କ୍ଷେତ୍ରପାଳ । ଶାସ୍ତ୍ର ଅନୁଯାୟୀ ଶୈବ କ୍ଷେତ୍ରରେ ବିଷ୍ଣୁ କ୍ଷେତ୍ରପାଳ ରହିଥାନ୍ତି ଓ ବିଷ୍ଣୁ କ୍ଷେତ୍ରରେ ଶିବ କ୍ଷେତ୍ରପାଳ ଭାବେ ରହନ୍ତି । ସହର ଗ୍ରାମରେ ଅପଦେବତାଙ୍କ କବଳରୁ ରକ୍ଷା କରିବା ପାଇଁ ସହରର ଐଶାନ୍ୟ କୋଣରେ କ୍ଷେତ୍ରପାଳ ମୂର୍ତ୍ତି ସ୍ଥାପିତ ହେବା ବିଧି। ତାଙ୍କ ମୁଖ ପଶ୍ଚିମ ଦିଗକୁ ହେବା ଉତ୍ତମ, ଦକ୍ଷିଣ ଦିଗକୁ ହେବା ମଧ୍ୟମ ।

ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ[ସମ୍ପାଦନା]

ଶ୍ରୀକ୍ଷେତ୍ର ବିଷ୍ଣୁ କ୍ଷେତ୍ର ଭାବେ ବିଦିତ । ଏଠାରେ କ୍ଷେତ୍ରପାଳ ହେଉଛନ୍ତି ଭୈରବ ବା ଶିବ ।[୧] ତାଙ୍କ ନାମ ହେଉଛି 'କାମ' ବା 'ସୁନ୍ଦର' । ଅଧିକାଂଶ ସମୟରେ କ୍ଷେତ୍ରପାଳକଙ୍କ ମନ୍ଦିର ଦୁଆର ବନ୍ଦ ହୋଇ ରହିଥାଏ । ସିଂହଦ୍ୱାରରେ ପ୍ରବେଶ କରି ବାଇଶି ପାହାଚ ଅତିକ୍ରମ କରିବା ପରେ ଭିତର ବେଢ଼ାକୁ ପ୍ରବେଶ କରିବେ । ସେଠାରୁ ବାମପଟେ ଅଚିନ୍ତା ପାହୁଣ୍ଡ(ରୋଷଘର ରାସ୍ତା) ଅତିକ୍ରମ କରି ମୁକ୍ତିମଣ୍ଡପ ପାଖକୁ ଯିବାକୁ ପଡ଼ିବ । ମୁକ୍ତିମଣ୍ଡପ ପଛପଟେ କୁରୁମ ବେଢ଼ାକୁ ଲାଗି ଦକ୍ଷିଣକୁ ମୁହଁ କରି ରହିଛନ୍ତି ଏହି କ୍ଷେତ୍ରପାଳ କାମ । କାମ ଅର୍ଥ କନ୍ଦର୍ପ ବା ସୁନ୍ଦର । ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ହେଉଛନ୍ତି ଅତ୍ୟନ୍ତ ସୁନ୍ଦର ।

ଇତିହାସକାରଙ୍କ ମତାମତ[ସମ୍ପାଦନା]

  • ଟି.ଏ. ଗୋପୀନାଥ ରାଓ - ତାଙ୍କ ଲିଖିତ ବହି 'ଏଲିମେଣ୍ଟ ଅଫ୍ ହିନ୍ଦୁ ଆଇକନୋଗ୍ରାଫି'ରେ କ୍ଷେତ୍ରପାଳଙ୍କ ସମ୍ପର୍କରେ ବିଶେଷ ବର୍ଣ୍ଣନା ରହିଛି । କେଉଁ କ୍ଷେତ୍ରରେ କିଏ କ୍ଷେତ୍ରପାଳ ରହିଛନ୍ତି, କ୍ଷେତ୍ରପାଳଙ୍କ ଆକୃତି, ବର୍ଣ୍ଣ ଓ ଗଢ଼ଣ ସମ୍ପର୍କରେ ସେ ସବିଶେଷ ଜଣାଇଛନ୍ତି । ଶ୍ରୀକ୍ଷେତ୍ରର କ୍ଷେତ୍ରପାଳଙ୍କ ସମ୍ପର୍କରେ ମଧ୍ୟ ସେ ବେଶ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ଶ୍ରୀକ୍ଷେତ୍ର ଯେମିତି ସୁନ୍ଦର ଓ କ୍ଷେତ୍ରପାଳ ଆକର୍ଷଣୀୟ, ଏହାର କ୍ଷେତ୍ରପାଳ କାମ ମଧ୍ୟ ସେମିତି ସୁନ୍ଦର ଓ ଆକର୍ଷଣୀୟ ।[୧]
  • ସିଦ୍ଧେଶ୍ୱର ମହାପାତ୍ର - କ୍ଷେତ୍ରର କ୍ଷେତ୍ରପାଳ ଯଦି ଅନ୍ଧାରରେ ରହିବେ, ତେବେ କ୍ଷେତ୍ରର ବୌଦ୍ଧିକ ବିକାଶ ହେବ ନାହିଁ । ତାଙ୍କ ମତରେ ଶ୍ରୀକ୍ଷେତ୍ରର କ୍ଷେତ୍ରପାଳଙ୍କର ଏକ ସୁନ୍ଦର ସ୍ତୁତି ରହିଛି:

'ନମସ୍ତେସ୍ତୁ ଭୀଷଣ' କୁରଲୋଚନମ ତ୍ରିଶୁଳ ପାନ ପାତ୍ରୀ ଚ ଦଧାନମୁଗ୍ର ଭୈରବମ୍ କ୍ଷେତ୍ର ଦର୍ଶନଂ ମେ ଦେହି
ପାପଘ୍ନ ଚଣ୍ଡ ବିକ୍ରମା ମହାପାପହରମୁଗ୍ର " ନମାମି କ୍ଷେତ୍ରରକ୍ଷକମ୍" - (ମୁକ୍ତି ଚିନ୍ତାମଣି)’ ।

ଅର୍ଥାତ ହେ କ୍ଷେତ୍ରପାଳ, ତୁମେ ଭୟଙ୍କର, କୁରଲୋଚନ । ତୁମ ହସ୍ତରେ ତ୍ରିଶୂଳ ଓ ପାନପତ୍ର । ତୁମେ ଉଗ୍ର, ଭୈରବ, ପାପନାଶକାରୀ । ତୁମେ କ୍ଷେତ୍ର ରକ୍ଷକ, କ୍ଷେତ୍ର ଦର୍ଶନରେ ମୋତେ ସହାୟ ହୁଅ ।

ଅବସ୍ଥାନ ବିଧି[ସମ୍ପାଦନା]

ସହର ଗ୍ରାମରେ ଅପଦେବତାଙ୍କ କବଳରୁ ରକ୍ଷା କରିବା ପାଇଁ ସହରର ଐଶାନ୍ୟ କୋଣରେ କ୍ଷେତ୍ରପାଳ ମୂର୍ତ୍ତି ସ୍ଥାପିତ ହେବା ବିଧି। ତାଙ୍କ ମୁଖ ପଶ୍ଚିମ ଦିଗକୁ ହେବା ଉତ୍ତମ, ଦକ୍ଷିଣ ଦିଗକୁ ହେବା ମଧ୍ୟମ । ଶ୍ରୀମନ୍ଦିରରେ କ୍ଷେତ୍ରପାଳ ଦକ୍ଷିଣ ଦିଗକୁ ମୁହଁ କରିଛନ୍ତି । କ୍ଷେତ୍ରପାଳ ସାତ୍ତ୍ୱିକ ମୂର୍ତ୍ତି (ସୌମ୍ୟ ବଦନ), ରାଜସିକ ଓ ତାମସିକ ମୂର୍ତ୍ତି (ଉଗ୍ରବଦନ) ଏହିଭଳି ତିନପ୍ରକାର ରୂପରେ କଳ୍ପିତ ।[୧] ସେ ଦ୍ୱିବାହୁ, ଚତୁର୍ବାହୁ, ଷଡ଼ବାହୁ, ଅଷ୍ଟବାହୁବିଶିଷ୍ଟ ହେଇପାରନ୍ତି । ଏଥପାଇଁ ବଡ଼ ଦେଉଳରେ ପ୍ରବାଦ ଅଛି:

 'ନୀଳେତ୍ପଳ ନୟନିରେ ଦେଖ କ୍ଷେତ୍ରପାଳ । ଏହିଟି ଅଟନ୍ତି ଶଙ୍ଖକ୍ଷେତ୍ର ଜଗୁଆଳ ଲୋ!'(ବେଢ଼ା ବୁଲା)

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "କ୍ଷେତ୍ରପାଳ". ପ୍ରମେୟ. ୨୦ ମଇ ୨୦୧୫. p. ୨. Check date values in: |date= (help)

ଅଧିକ ତଥ୍ୟ[ସମ୍ପାଦନା]