ଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତି

ଉଇକିପିଡ଼ିଆ‌ରୁ

ପ୍ରତିଦିନ ଶ୍ରୀମନ୍ଦିରରେ ୨୨ଟି ନୀତି ପାଳିତ ହୋଇଥାଏ ।[୧]

  • ଦ୍ୱାର ଫିଟା: ଶ୍ରୀମନ୍ଦିରର ପ୍ରଥମ ନୀତି ।[୨] ପୂର୍ବରାତ୍ର ପହୁଡ଼ ବେଳେ ତଳିଚ୍ଛ ମହାପାତ୍ର ମନ୍ଦିର ଦ୍ୱାରରେ ଯେଉଁ ମୁଦ ଦେଇଥାନ୍ତି, ପରଦିନ ସକାଳେ ଉକ୍ତ ମୁଦ ଠିକ ଅଛି କି ନାହିଁ ତାହା ଭିତରଚ୍ଛ ମହାପାତ୍ର ତଦାରଖ କରି ଦେଖନ୍ତି ।
  • ଭିତର ଶୋଧ: ଦ୍ୱାରଫିଟା ପରେ ମନ୍ତ୍ରପୂତ ଜଲ ସିଞ୍ଚନପୂର୍ବକ ମନ୍ଦିର ଭିତର ଶୋଧନ କରାଯାଏ ।[୩]
  • ମଙ୍ଗଳ ଆଳତି: ପ୍ରତିଦିନ ସକାଳେ ଦେବ ବିଗ୍ରହମାନଙ୍କର ନିଦ୍ରାତ୍ୟାଗ ସୂଚକ ସର୍ବ ପ୍ରଥମେ କରାଯିବା ଆରତି ବା ଦୀପାଦି ପ୍ରଦର୍ଶନଦ୍ୱାରା ପୂଜା । ପ୍ରତ୍ୟେକ ଦିନ ଦିନ ମୋଟ ୭ ଥର ଆଳତି କରାଯାଇଥାଏ ଯଥା: ମଙ୍ଗଳ ଆଳତି, ସକାଳ ଧୂପ ଆଳତି, ମଧ୍ୟାହ୍ନ ଧୂପ ଆଳତି, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଆଳତି ବା ଜୟମଙ୍ଗଳ ଆଳତି, ବଡ଼ସିଂହାର ଆଳତି ଓ ପହୁଡ଼ ଆଳତି । [୪]
  • ମଇଲମ: ପୂର୍ବ ରାତ୍ରର ସିଂହାର ବେଶରେ ପରିଧାନ କରିଥିବା ବସ୍ତ୍ର, ଫୁଲ, ତୁଳସୀ ଓ ଅଳଙ୍କାର ବାହାର କରିବା । [୫]
  • ତଡ଼ପଲାଗି: ଦେବତାଙ୍କ ବସ୍ତ୍ର ପରିଧାନ ନୀତି । ଅବକାଶ ନୀତି ନିମନ୍ତେ ଠାକୁରମାନଙ୍କୁ ତଡ଼ପ ଓ ଉତ୍ତରୀୟ ପିନ୍ଧାଇ ଦିଆଯାଏ । [୬]
  • ଅବକାଶ: ଠାକୁରମାନଙ୍କର ଦନ୍ତ ଧାପନ ଓ ସ୍ନାନ ବିଧି । ପ୍ରତ୍ୟେକ ବିଗ୍ରହଙ୍କ ସାମନାରେ ପିତଳ ଦର୍ପଣ ରଖି, କର୍ପୁର, ଚନ୍ଦନ, ଦହି ଓ ଅଁଳା ମିଶ୍ରିତ ସୁବାସିତ ଜଳରେ ସ୍ନାନ ଏବଂ ମୁତୁରି ଦାନ୍ତକାଠିରେ ଦନ୍ତଧାପନ ନୀତି କରାଯାଏ ଓ ତାପରେ ଠାକୁରମାନଙ୍କୁ ଶୁଖିଲା ଲୁଗା ପିନ୍ଧାଇ ଦିଆଯାଏ ।[୭]
  • ସାହାଣମେଲା (ପ୍ରଥମ): ବିନା ମୂଲ୍ୟରେ ସାହାଣମେଲାରେ ସର୍ବସାଧାରଣ ଦର୍ଶନ ହୋଇଥାଏ । ସାହାଣ ମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନବେଦୀ ନିକଟରୁ ଜଗନ୍ନାଥଙ୍କୁ ଅବାଧରେ ଦର୍ଶନ କରନ୍ତି ।[୮]
  • ମଇଲମ ଓ ବେଶ: ସାହାଣମେଲା ପରେ ବେଶଲାଗି ହୁଏ ଓ ସ୍ୱତ୍ୱଲିପି ବର୍ଣ୍ଣିତ ମତେ ଭିନ୍ନ ଭିନ୍ନ ଋତୁରେ ଠାକୁରମାନେ ବିଭିନ୍ନ ପୋଷାକ ପିନ୍ଧିଥାନ୍ତି । [୯]
  • ରୋଷହୋମ: ରୋଷ ମଧ୍ୟରେ ଅମୃତ ମଣୋହି ରନ୍ଧନ ନିମନ୍ତେ ଅଗ୍ନିସ୍ଥାପନ । ରୋଷହୋମ ପରେ ବିଭିନ୍ନ ଚୁଲିକୁ ଅଗ୍ନି ନିଆଯାଇ ନୈବେଦ୍ୟ ପ୍ରସ୍ତୁତ କରାଯାଇଥାଏ । [୧୦]
  • ସୂର୍ଯ୍ୟପୂଜା: ମୁକ୍ତିମଣ୍ଡପ ନିକଟରେ ଥିବା ସୂର୍ଯ୍ୟମୂର୍ତ୍ତିଙ୍କ ସମ୍ମୁଖରେ ଅନୁଷ୍ଠିତ ହୁଏ ।
  • ଦ୍ୱାରପାଳ ପୂଜା: ଜୟ ବିଜୟ ଦ୍ୱାରରେ ହୁଏ ।
  • ଗୋପାଳବଲ୍ଲଭ: ପ୍ରଥମ ଶୁଖିଲା ଭୋଗ ।
  • ସକାଳଧୂପ: ଏହା ଦିନର ପ୍ରଥମ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ । ଏହା କୋଠଭୋଗ ବା ରାଜ ଭୋଗ ଭାବେ ପରିଚିତ ।
  • ମଇଲମ ଓ ବେଶ:
  • ଭୋଗମଣ୍ଡପ ଭୋଗ: ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗର କୌଣସି ଖର୍ଚ୍ଚଭାର ଶ୍ରୀମନ୍ଦିର ପ୍ରଶାସନ ବହନ କରନ୍ତି ନାହିଁ । ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ସୁଆରମାନଙ୍କଦ୍ୱାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ।[୧୧] ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଏକାଧିକ ଥର ହୋଇଥାଏ । [୧୨]
  • ମଧ୍ୟାହ୍ନ ଧୂପ: ଦ୍ୱିତୀୟ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶ ଉପଚାରରେ ଅର୍ପନ କରାଯାଏ ।
  • ମଧ୍ୟାହ୍ଣ ପହୁଡ଼: ଠାକୁରମାନଙ୍କର ବିଶ୍ରାମ[୧୩]
  • ପହୁଡ଼ ଫିଟା ଓ ସନ୍ଧ୍ୟା ଆରତି:
  • ସନ୍ଧ୍ୟା ଧୂପ:ସନ୍ଧ୍ୟା ଆଳତି ପରେ ଷୋଡ଼ଶ ଉପଚାରରେ ଅର୍ପନ କରାଯାଏ ।[୧୪]
  • ଜୟମଙ୍ଗଳ ଆଳତି: ସନ୍ଧ୍ୟାଧୂପ ପରବର୍ତ୍ତୀ ଆଳତି ।[୧୫]
  • ସାହାଣମେଲା (ଦ୍ୱିତୀୟ): ସାନ୍ଧ୍ୟ ସାହାଣମେଲା, ବିନା ମୂଲ୍ୟରେ ସର୍ବସାଧାରଣ ଯାତ୍ରୀମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନବେଦୀ ନିକଟରୁ ଜଗନ୍ନାଥଙ୍କୁ ଅବାଧରେ ଦର୍ଶନ କରନ୍ତି । [୧୬]
  • ମଇଲମ ଓ ବେଶ
  • ବଡ଼ସିଂହାର ବେଶ: ଏହା ଦିନର ଶେଷ ବେଶ, ପ୍ରତ୍ୟେହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଲାଗିହେଲା ।[୧୭]
  • ବଡ଼ସିଂହାର ଭୋଗ: ଦିନର ସର୍ବଶେଷ ଭୋଗ ।[୧୮]
  • ଖଟଶେଯ ଲାଗି ଓ ରାତ୍ରପହଡ଼: ଠାକୁରଙ୍କର ଖଟ ଶେଜ ପ୍ରସ୍ତୁତି ଓ ଶୟନ ନୀତି । ସଙ୍ଗୀତ ଗାନ ଓ ଗୀତଗୋବିନ୍ଦ ପାଠ ସହ ପୁଷ୍ପାର୍ପଣ ଓ ପଇଡ଼ ପାଣି ଅର୍ପଣ କରାଯାଏ । ଲକ୍ଷ୍ମୀ-ନାରାୟଣ ଯୁଗ୍ମମୂର୍ତ୍ତି (ଶୟନଠାକୁର ନାମରେ ପରିଚିତ)ଙ୍କୁ ପୂଜା, ଆଳତି ଓ ଭୋଗ କରାଯାଇ ମନ୍ଦିର ଦ୍ୱାର ଜଉମୁଦ ହୁଏ । [୧୯]

ଆଧାର[ସମ୍ପାଦନା]

  1. "Jagannath temple closed before time - Times Of India". indiatimes.com. 2012. Retrieved 26 December 2012. Around 22 types of complex rituals are performed at Jagannath temple daily.[permanent dead link]
  2. "Shree Jagannath Temple - The Rituals of Deities". jagannath.nic.in. 2012. Retrieved 26 June 2012. The first ritual or niti begins in the early morning with the opening up of the doors of the temple
  3. Suryanarayan Das (2010). Lord Jagannath. Sanbun Publishers. pp. 117–. ISBN 978-93-80213-22-4. Retrieved 25 December 2012.
  4. "Daily Rituals of Jagannatha Temple". Every day, in fact, alati is performed seven times.
  5. "Daily Rituals in Jagannatha Temple | Holy Dham". holydham.com. 2012. Retrieved 25 December 2012. this means removal or taking off the clothes, dress, flowers, tulasi etc. of the previous night.
  6. "Puridham.com Welcome to puri dham". puridham.com. Archived from the original on 6 January 2013. Retrieved 26 December 2012. Abakasa or Tadapa Uttari Vesa- This vesa is done every day immediately after Mangal Arati.
  7. "::: LordJagannath.Com ::: Lord Jagannath (Rituals)". lordjagannath.com. 2010. Retrieved 26 December 2012. They sprinkle water mixed with camphor, curd amala and sandal paste on three brass mirrors, each about two feet high, symbolizing the bath.
  8. "Darshan - Jagannath Temple". jagannathtemplepuri.com. Retrieved 25 December 2012. During Sahanamela, the devotees can go up to the 'Ratna Simhasana' and pray to Lords, free of cost.
  9. "Puja Timing In Jagannath Temple - Jagannath Temple". jagannathtemplepuri.com. Retrieved 26 December 2012. After Sahanamela the deities are again dressed up
  10. "DAILY RITUALS OF JAGANNATH TEMPLE". Retrieved June 26, 2012. Thereafter, that fire is used in all the chulis (hearths) for cooking the food for deities
  11. "Daily Rituals of Lord Jagannath, nitis of jagannath". fullorissa.com. 2012 [last update]. Archived from the original on 15 March 2013. Retrieved 25 December 2012. It is traditionally done in order to facilitate the pilgrims, the various mathas and other institutions, private individuals as well as the Suaras (temple cooks) who sell Mahaprasad, to offer bhoga in large quantities, {{cite web}}: Check date values in: |year= (help)
  12. "Rathyatra-ARTICLES". salagram.net. 2007. Retrieved 26 December 2012. According to the demand, Bhogamandap Puja is made twice or thrice a day i.e. after "Madhyanha Dhoop" and "Sandhya Dhup" also.
  13. "Daily Rituals at Jagannatha Temple - ISKCON Desire Tree - Devotee Network". iskcondesiretree.net. Retrieved 26 December 2012. If rituals have been performed in time and if time permits, the Deities retire for the afternoon.
  14. "PURIWAVES | mahaprasad". puriwaves.nirmalya.in. Retrieved 26 December 2012. Sandhya dhupa ( Evening ) is offred after the sandhya Alati, {{cite web}}: no-break space character in |title= at position 10 (help)
  15. "Dailly Rituals - Devotee Care Center". devoteecare.fullorissa.com. 2012. Archived from the original on 13 December 2012. Retrieved 25 December 2012. After bhog puja again alati or lamp offering is made. This alati is named as 'Jaya Mangala Alati
  16. Gopinath Mohapatra (1979). The land of Viṣṇu: (a study on Jagannātha cult. B.R. Pub. Corp. Retrieved 26 December 2012.
  17. "Puri Yatra". puritrip.com. 2012 [last update]. Retrieved 26 December 2012. The deities wear dilk clothes called ' khandua' . an extract from the favous Sanskrit poem 'gita govinda' of poet jayadeva is woven in the ' khandua' {{cite web}}: Check date values in: |year= (help)
  18. "Rituals of LORDS". jagannath.nic.in. Retrieved 25 December 2012. This is the last bhoga of the day.
  19. "Jay Jagannath Yatra". jayjagannathyatra.com. Archived from the original on 2 July 2012. Retrieved 12 November 2012. after offering of green coconuts, betels , flowers, camphor arati to sayan thakur, the idol is taken to the bed- stead of lord jagannath and then to bhandarghar

ଅଧିକ ତଥ୍ୟ[ସମ୍ପାଦନା]