ମଙ୍ଗଳ ଆଳତି

ଉଇକିପିଡ଼ିଆ ରୁ
Jump to navigation Jump to search

ମନ୍ଦିରରେ ପ୍ରଚଳିତ ନୀତିମାନଙ୍କ ମଧ୍ୟରୁ 'ଦ୍ୱାରଫିଟା' ପରେ ଏ ହଉଛି ପ୍ରଥମ ନୀତି । ସାଧାରଣତ ବ୍ରାହ୍ମ ମୁହୂର୍ତ୍ତରେ ପ୍ରଭୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ହେଉଥିବା ଆଲତିକୁ 'ମଙ୍ଗଳଆଳତି' କୁହାଯାଏ । ଦୈନିକ ଦ୍ୱାରଫିଟା ଓ ମଙ୍ଗଳଆଳତି ଊଷାକାଳ ଅର୍ଥାତ ୫ ଘଟିକା ପୂର୍ବରୁ ହେବାର ନିୟମ ଅଛି ।

'ଉତ୍ତିଷ୍ଠେ ତ୍ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡଧୂଜ
ଉତ୍ତିଷ୍ଠ କମଳକାନ୍ତ ତୈଲୋକ୍ୟମ ମଙ୍ଗଳମ କୁରୁ ।'

ଦ୍ୱାର ଫିଟାପରେ ମଙ୍ଗଳ ଆଳତି କାର୍ଯ୍ୟ ସମ୍ପାଦନା ହୋଇଥାଏ । ଭିତରଛ ମହାପାତ୍ର ଶ୍ରୀଜୀଉଙ୍କୁ ନିରୀକ୍ଷଣ କରି ଅଙ୍ଗ ସାଜସଜ୍ଜାରେ ଯଦି କିଛି ବ୍ୟତିକ୍ରମ ହୋଇଥାଏ ,ତାହାକୁ ସଜାଡିବା ପରେ ଆଳତିର ସମସ୍ତ ଆୟୋଜନ କରାଯାଏ ।

ଆଳତିର ବିଧି :-[ସମ୍ପାଦନା]

ଆଳତି ପାଇଁ 'ଭଣ୍ଡାର ମେକାପ'କର୍ପୁର-ଦାନିରେ କର୍ପୁର ରଖନ୍ତି । 'ସେବକ ସୁଆର' ଓ 'ବଡୁ' ତିନୋଟି ରୂପା ଥାଳିରେ ପିଷ୍ଟକ ଆଳତି ଏବଂ ୨୧ଟି ବତୀ ରଖି ଆଳତି ପାଇଁ ଯୋଗାଇ ଦିଆଯାଏ । ଚାଉଳ ଚୂନାକୁ ଦହିରେ ମିଶାଇ ପିଷ୍ଟକ ଆଳତି ତିଆରି କରାଯାଏ । ଏହାପରେ ଜୟବିଜୟ ଦ୍ୱାର ଖୋଲିଦିଆଯାଏ ଏବଂ ହରିବୋଲ ହୁଳହୁଳି ଶବ୍ଦରେ ଶ୍ରୀମନ୍ଦିର ପ୍ରକମ୍ପିତ ହୁଏ । ପ୍ରଥମେ କର୍ପୁର ଆଳତି କରାଯାଏ । ତାପରେ ୨୧ଟି ବତିକୁ ଅଗ୍ନି ସଂଯୋଗ କରାଯାଏ । ଶେଷରେ ପିଷ୍ଟକ ଆଳତି ହୋଇଥାଏ । ମଙ୍ଗଳ ଆଳତି ଦର୍ଶନ କରି ପିଷ୍ଟକ ଆଳତି ଭୋଗ ସେବା ବିଧି ଥିବାରୁ ସେବାୟତ ମାନେ ଏହାକୁ ବିତରଣ କରିଥାନ୍ତି । ଆଳତି ପରେ ସିଂହାରୀ ରତ୍ନ ସିଂହାସାନ ଉପରକୁ ଉଠି ଠାକୁର ମାନଙ୍କୁ 'ମଇଲମ' କରିଥାନ୍ତି । ମାଳ ଓ ବସ୍ତ୍ରାଦିକୁ କଢାଯିବା କାର୍ଯ୍ୟକୁ 'ମଇଲମ' କୁହାଯାଇଥାଏ ।

ଆଧାର[ସମ୍ପାଦନା]

ପ୍ରମୟ , ପୃଷ୍ଟା-୨ ,ତାରିଖ-୯ ଜୁନ ୨୦୧୫