ଛେନାପୋଡ଼

ଉଇକିପିଡ଼ିଆ‌ରୁ
ଛେନାପୋଡ଼
ଛେନାପୋଡ଼
ଆରମ୍ଭ
ଅଲଗା ନାଆଁପୋଡ଼
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣମିଠା
ମୂଳ ଉପାଦାନଘରତିଆରି ଛେନା, ଚିନି, ସୁଜି, କାଜୁ ଓ କିସମିସ

ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ ।[୧] ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ ।

ଛେନାପୋଡ଼

ଇତିହାସ[ସମ୍ପାଦନା]

ଏହା ଓଡ଼ିଶାର ନୟାଗଡ଼ ଜିଲାରେ ବାରଶହ ଶତାବ୍ଦୀରେ ଜନ୍ମ ନେଇଅଛି । ସେଠାକାର ସୁଦର୍ଶନ ସାହୁ[୨] ନାମକ ଜଣେ ଗୁଡ଼ିଆ ଦିନେ ରାତିରେ ବଳକା ଛେନାରେ ଗୁଡ଼ ମିଶାଇ ତାହାକୁ ସାରାରାତି ଚୁଲି ଉପରେ ରଖିଦେଇଥିଲେ ଯାହା ତାହା ପର ଦିନ ସକାଳେ ଛେନାପୋଡ଼ର ରୂପ ନେଇଥିଲା ।

ଓମଫେଡ଼ ଏହାର ବିକାଶ ଓ ବାହାରେ ବିକ୍ରି ପାଇଁ ନୂଆ ନୂଆ ଯୋଜନାମାନ ଆରମ୍ଭ କରିଛି ।[୩][୪][୫][୬]

ଛେନାପୋଡ଼ ଦିବସ[ସମ୍ପାଦନା]

ଛେନାପୋଡ଼ ତିଆରି ହେବା ଅବସ୍ଥା

୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅପ୍ରେଲ ମାସ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି ।[୭]


ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ଉପାଦାନ[ସମ୍ପାଦନା]

ଛେନା, ସୁଜିଚିନିକୁ ମିଶାଇ ଏକ ବହଳିଆ ମଣ୍ଡ ତିଆରି କରାଯାଇଥାଏ । ଏହାକୁ ଏକ ସରୁ ଫନ୍ଦ ଥିବା ଥାଳିରେ ରଖି ପତ୍ରରେ ଘୋଡ଼ାଇ ନିଆଁରେ ପୋଡ଼ାଯାଇଥାଏ । ଏହା ପରେ ଏହା ଉପରେ ଅଙ୍ଗାର ଆଦି ରଖି ପୋଡ଼ାଯାଇ ଏହି ମିଠାକୁ ତିଆରି କରାଯାଇଥାଏ ।

ଆଧାର[ସମ୍ପାଦନା]

  1. "The Sweet Bypass On NH5". UpperCrust.
  2. "Inventor of 'Chhena Poda' passes away". Odisha Television Ltd. Retrieved 23 November 2016.
  3. just-food.com editorial team (August 2002). "Orissa invests in marketing traditional confectionery product".[permanent dead link]
  4. Rajaram Satpathy (15 August 2002). "Sweet wars: Chhenapoda vs rasagolla". Times of India.
  5. "Chhena poda". The Hindu. 11 April 2009. Archived from the original on 5 October 2009. Retrieved 5 July 2011.
  6. "Chhena poda". The Hindu. 11 April 2009. Archived from the original on 4 November 2012. Retrieved 5 July 2011.
  7. "ଗୋଟିଏ ତରୁଣ ମିଠା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 11 April 2022.