ଲଡୁବାବା ମନ୍ଦିର

ଉଇକିପିଡ଼ିଆ‌ରୁ

ନୟାଗଡ଼ ସଦର ମହକୁମାଠାରୁ ୧୨ କିମି ଦୂର ଶରଣକୁଳର ଭଣ୍ଡାର ପାହାଡ଼ ପାଦଦେଶରେ ଲଡୁବାବାଙ୍କ ପୀଠ ଅବସ୍ଥିତ ୤[୧] ହରିହର ସମ୍ବଳିତ ସ୍ୱୟମ୍ଭୁ ଛତ୍ରାକାର ଲିଙ୍ଗ ଏଠାରେ ପୂଜା ପାଉଛନ୍ତି ୤[୨] ଲିଙ୍ଗର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବା ବେଳେ ଅପର ପାର୍ଶ୍ୱରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଛି ୤ ଲିଙ୍ଗର ଗୋଟିଏ ପାର୍ଶ୍ୱରେ ତୁଳସୀ ଓ ଅପରପାର୍ଶ୍ୱରେ ବେଲପତ୍ର ଲାଗି ହୁଏ ୤ ଏଠାକାର କରାଳ ଚନ୍ଦନ ଓ ଅବକାଶ ବହୁ ଅସାଧ୍ୟ ରୋଗ ଦୂର କରିଥାଏ ବୋଲି ଲୋକଙ୍କ ବିଶ୍ୱାସ ୤ ଭୁବନେଶ୍ୱରଠାରୁ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ୧୦୦ କିମି ଆସିଲେ ଏହି ପୀଠ ପଡ଼େ । [୩]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]