ସୁଦର୍ଶନ ସାହୁ (ଛେନାପୋଡ଼ ଜନକ)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ସୁଦର୍ଶନ ସାହୁ ଛେନାପୋଡ଼ର ଜନକ ଅଟନ୍ତି । ଷାଠିଏ ଦଶକରେ ଛେନାରୁ ତିଆରି ମିଠା ଦ୍ରବ୍ୟ ଛେନାପୋଡ଼ ଉଦ୍ଭାବନ କରିଥିଲେ ।[୧]

ସେ ନୟାଗଡ଼ ଜିଲ୍ଲା ଦଶପଲ୍ଳା ସାତପାଟଣା ଗାଁରେ ବିଦ୍ୟାଧର ସାହୁ ଓ ମାତା ଜେମାମଣି ସାହୁଙ୍କ ଦ୍ବିତୀୟ ସନ୍ତାନ ଅଟନ୍ତି । ସେ ଗୋଟିଏ ଗୁଡ଼ିଆ ପରିବାରରେ ଜନ୍ମଲାଭ କରିଥିଲେ । ବାଲ୍ୟକାଳରୁ କ୍ଷାର, ମିଠା, କ୍ଷୀର ଓ ଛେନା ବ୍ୟବସାୟ ସହ ଜଡ଼ିତ ଥିଲେ । ଭିନ୍ନ ଏକ ମିଠା ଜାତୀୟ ଖାଦ୍ୟ ଦ୍ରବ୍ୟର ଛେନାପୋଡ଼ ପ୍ରସ୍ତୁତ କରି ଲୋକଲୋଚନକୁ ଆସିଥିଲେ ।

ପଦ ପଦବୀ[ସମ୍ପାଦନା]

୨୦ ବର୍ଷ ଧରି ନୟାଗଡ଼ ଏନଏସିର କାଉନସିଲର ପଦରେ ରହିଥିଲେ । ନୟାଗଡ଼ ବ୍ୟବସାୟୀ ସଂଘର ସଭାପତି ଭାବେ ୩୦ ବର୍ଷ, ନୟାଗଡ଼ ପ୍ରଜାମଣ୍ଡଳ ମହାବିଦ୍ୟାଳୟର ଗଭର୍ଣ୍ଣିଙ୍ଗ ବଡ଼ିର ସଦସ୍ୟ, ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ଥିଲେ ।

ଖ୍ୟାତି[ସମ୍ପାଦନା]

ସୁଦର୍ଶନ ସାହୁ ୧୯୪୭ ମସିହାରେ ଦଶପଲ୍ଲାରୁ ନୟାଗଡ଼ ସହରକୁ ବ୍ୟବସାୟ ଉଦ୍ଦେଶ୍ୟରେ ସ୍ଥାନାନ୍ତରିତ ହୋଇଥିଲେ । ନୟାଗଡ଼ କଚେରୀ ବଜାରରେ ଦଶପଲ୍ଲା ହୋଟେଲ ଆରମ୍ଭ କରିଥିଲେ । ଥରେ କିଛି ବଳକା ଛେନାକୁ ନେଇ ତିଆରି କରିଥିଲେ ନୂଆ ପ୍ରକାରର ଏକ ମିଠା ଦ୍ରବ୍ୟ । ସେ ତାକୁ ଛେନାପୋଡ଼ ନାମ ଦେଇଥିଲେ । ବର୍ତ୍ତମାନ ସମୟରେ ଛେନାପୋଡ଼ ଦେଶ ବିଦେଶରେ ସୁପରିଚିତ । [୨][୩]ତାଙ୍କଦ୍ୱାରା ଆବିଷ୍କୃତ ଛେନାପୋଡ଼ଖାଇ ଜବାହରଲାଲ ନେହେରୁବିଜୁ ପଟ୍ଟନାୟକ ଆଦି ଉଚ୍ଚପ୍ରଶଂସା କରିଥିଲେ । [୪] ସୁଦର୍ଶନ ସାହୁ ଏକଦା କୁହନ୍ତି "ମୁଁ ଏକ ଜଳଖିଆ ଦୋକାନ କରିଥିବାବେଳେ ୧୯୪୭ ମସିହାରେ ଛେନାପୋଡ ପ୍ରଥମେ ତିଆରି କଲି୤ ଦୋକାନରେ ବଳକା ରହିଯାଉଥିବା ଛେନାକୁ କିପରି ୨/୩ ଦିନ ସାଇତି ରଖାଯାଇପାରିବ ସେହି କଥାଚିନ୍ତା କରି ଛେନାରେ ଚିନି ଓ ଚାଉଳ ଗୁଣ୍ଡ ମିଶାଇ ଏକ ସ୍ବତନ୍ତ୍ର ଧରଣର ପିଠା ତିଆରି କରିବାର ଏକ ଉଦ୍ଭଟ ଚିନ୍ତାଧାରା ମନକୁ ଆସିଥିଲା । ଏହା ଭାବି ଛେନା ଚିନି ଓ ଚାଉଳ ଗୁଣ୍ଡର ମିଶ୍ରଣକୁ କଦଳୀ ପତ୍ରରେ ଗୁଡାଇ ଚୁଲି ନିଆଁରେ ପୋଡି ଦେଲି । କିଛି ଘଣ୍ଟା ପରେ ତାକୁ ବାହାରକୁ ଆଣି ପ୍ରଥମେ ନିଜେ ଚାଖିଲି । ସ୍ବାଦ ଲାଗିବାରୁ ଅନ୍ଯମାନଙ୍କୁ ଚଖାଇଲି । ସମସ୍ତେ ବାହା ବାହା କଲେ । ମନରେ ଉତ୍ସାହ ବଢିଲା । ଆରମମ୍ଭ କରିଦେଲି ଏହି ସ୍ବତନ୍ତ୍ର ଧରଣର ପିଠାକୁ । ଛେନାକୁ ପୋଡି ଏହିପିଠା ପ୍ରସ୍ତୁତ ହେଉଥିବାରୁ ଏହାର ନାମ ଦେଲି ଛେନାପୋଡ । ବାସ୍ ! ସେଇଠୁ ଆରମ୍ଭ ହେଲା ଛେନାପୋଡର ବେପାର । ମୋ ଠାରୁ ଶିଖି ଆହୁରି ଅନେକ ଦୋକାନୀ ମଧ୍ୟ ଏହି ଛେନାପୋଡ ତିଆରି କରି ବିକ୍ରି କଲେ । ବର୍ତ୍ତମାନ ଅନେକ ବ୍ଯବସାୟୀ ଏହାର ପ୍ରସ୍ତୁତିକୁ ନିଜର ଜୀବିକା ଭାବେ ବାଛି ନେଇଛନ୍ତି ।"[୫]

ଶାରୀରିକ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଶଯ୍ୟାଶାୟୀ ହୋଇ ନୟାଗଡ଼ସ୍ଥିତ ବାସଭବନରେ ୨୩ ନଭେମ୍ବର ୨୦୧୬ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।[୬] [୭]

ଆଧାର[ସମ୍ପାଦନା]

  1. http://www.telegraphindia.com/1161124/jsp/odisha/story_120927.jsp
  2. http://odishasuntimes.com/2016/11/23/inventor-odishas-famed-chhenapoda-passes-away/
  3. http://www.bhashaodia.org/2015/02/blog-post.html?m=1
  4. http://odishatv.in/odisha/body-slider/inventor-of-chhena-poda-passes-away-177838/
  5. http://odiapua.com/index.php?readnews=2821&title=%E0%AC%AE%E0%AC%BF%E0%AC%A0%E0%AC%BE%E0%AC%9C%E0%AC%97%E0%AC%A4%E0%AC%B0%20%E0%AC%AE%E0%AC%89%E0%AC%A1%E0%AC%BC%E0%AC%AE%E0%AC%A3%E0%AC%BF:%20%E0%AC%A8%E0%AD%9F%E0%AC%BE%E0%AC%97%E0%AC%A1%E0%AC%BC%20%E0%AC%9B%E0%AD%87%E0%AC%A8%E0%AC%BE%E0%AC%AA%E0%AD%8B%E0%AC%A1%E0%AC%BC
  6. http://eodisha.org/19167-2/
  7. http://www.bhubaneswarbuzz.com/stories-by-people/rip-sudarshan-sahu-nayagarh-inventor-odisha-showstopper-desert-chenapoda