ମୃଗବିହାର

ଉଇକିପିଡ଼ିଆ‌ରୁ

ମୃଗବିହାର, ନୟାଗଡ଼ ଜିଲ୍ଲାର ଦଶପଲ୍ଲାବ୍ଲକର କୁଆଁରିଆ ଡ୍ୟାମ ନିକଟରେ ଥିବା ଏକ ମୃଗ ଅଭୟାରଣ୍ୟ।। କୁଆଁରିଆ ଡ୍ୟାମ୍ ଅଞ୍ଚଳର ୬ ଏକର ପରିବ୍ୟାପ୍ତ ଅଞ୍ଚଳରେ ମୃଗମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ। ୧୯୮୫ ମସିହାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହରିହର କରଣଙ୍କଦ୍ୱାରା ଉଦ ଘାଟିତ ହୋଇଥିଲା ଏହି ମୃଗବିହାର।

ଦଶପଲ୍ଲାଠାରୁ ୮କିମି ଦୂରରେ ଥିବା ଏହି ବିହାରଟି ୨୨୪ ନମ୍ବର ନୟାଗଡ଼ ଜାତୀୟ ରାଜପଥକୁ ତଥା ନୟାଗଡକୁ ସମ୍ପୁର୍ଣ ଭାବେ ସଂଯୋଗ କରୁଛି। ୧୧ଟି ଜିଲ୍ଲା ସହ ବୌଦ୍ଧ ଏନ୍ ଏଚ ରାସ୍ତାର ସଂଯୋଗ ସ୍ଥଳୀ ମଧ୍ୟ ଏହି ମୃଗବିହାର। ଏଠାରେ ରହିଛନ୍ତି୧୮୫ଟି ବିଭିନ୍ନ ଧରଣର ମୃଗ। ଭୁବନେଶ୍ୱରଠାରୁ ୧୩୩ କିମି ଏବଂ ପୁରୀର ଦକ୍ଷିଣ ଭାଗରେ ରହିଛି ଏହି ବିହାର। କୁଆଁରିଆ ଡ୍ୟାମ୍ର ମୃଗବିହାରଟି ମହାନଦୀ ୱ୍ଆଈଲ୍ଡ ଲାଇଫ ଡିଭିଜନର ଅନ୍ତର୍ଭୁକ୍ତ। ଏହି ଡିଭିଜନଟି ରିଜଲ୍ୟୁସନ୍ ନମ୍ବର ୧୩୦୬୦/f ଅନୁଯାୟୀ ଜୁଲାଇ ୧୨, ୧୯୯୯ରେ ଭୁବନେଶ୍ୱରଠାରେ ଗଠିତ ହୋଇଥିଲା[୧]। ବୌଦ୍ଧ, ନୟାଗଡ଼ ଓ ବାଇଶୀପଲ୍ଲୀ ଆଦି ଅଞ୍ଚଳର ପ୍ରାଣୀମାନଙ୍କୁ ନେଇ ସାତକୋଶିଆ ୱ୍ଆଇଲ୍ଡ୍ ଲାଇଫ ଗଠନ କରାଯାଇଛି। ଏହା ପ୍ରତ୍ୟେକ୍ଷଭାବେ ମହାନଦୀ ୱ୍ଆଇଲ୍ଡ୍ ଲାଇଫ୍ ସହ ଯୋଗଯୋଗ କରିଥାଏ। ଦଶପଲ୍ଲା ମୃଗବିହାର ସମ୍ପୁର୍ଣ୍ଣ ଭାବେ ଏହାର ନିୟନ୍ତ୍ରଣାଧିନ । ଏଠାରେ ହରିଣମାନେ ବେଶ ଖାପଖୁଆଇ ଚଳିଯାଆନ୍ତି। ମୃଗବିହାରର ଊଦ ଘାଟନୀ ପରେ,ଏଠାରେ ୬ଟି ବାଲିହରିଣ ଛଡାଯାଇଥିଲା, କିନ୍ତୁ ଜଳବୟୁ ସହ ସେମାନେ ଖାପଖୁଆଇ ଚଳିନପାରିବାରୁ ମରିଯାଇଥିଲେ। ପରେ ଆଖପାଖ ଅଞ୍ଚଳ ଓ ନନ୍ଦନକାନନରୁ ସମୁଦାୟ୯ଟି ଚିତ୍ରାହରିଣ ଏଠାରେ ରଖାଗଲା।ବର୍ତ୍ତମାନରେ ମୃଗଙ୍କ ସଂଖ୍ୟା ୯ରୁ ୧୮୫କୁ ବୃଦ୍ଧି ପାଇଲେଣି।[୨] ମୃଗମାନଙ୍କ ସୁରକ୍ଷା ପାଈଁ ହିଂସ୍ରଜନ୍ତୁ ତଥା ଶିକରୀ ଆକ୍ରମଣରୁ ରକ୍ଷାକରିବା ପାଇଁ ଶକ୍ତକଣ୍ଟର ବାଡ ଦିଆଯାଇଛି। ଖରା,ବର୍ଷା ଓ ଶୀତକୁ ଆଖିଆଗରେ ରଖି ସେମାନଙ୍କ ପାଇଁ ଊତ୍ତମ ଧରଣର ପ୍ରକୋଷ୍ଠମାନ ନିର୍ମାଣ କରଯାଇଛି। ଶବ୍ଦପ୍ରଦୂଷଣକୁ ରୋକିବ ପାଇଁ ବ୍ୟବସ୍ଥା କରଯାଇଛି। ହରିଣ ମନଙ୍କର ଯତ୍ନନେବ ପାଇଁ ସ୍ୱତନ୍ତ୍ର ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷ କରି ମୃଗବିହାରରେ ପର୍ଯ୍ୟଟକଙ୍କ ପାଇଁ ଯଥେଷ୍ଠ ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସାମଗ୍ରୀ ସହ ପନୀୟ୍ ଜଳର ବ୍ୟବସ୍ଥା ରହିଛି ।

ଆଧାର[ସମ୍ପାଦନା]