ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୬,୩୦୨
ଜିଲ୍ଲା: ନୟାଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ରଣପୁର (କ୍ରମିକ ସଂଖ୍ୟା: ୧୧୯) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳଗୁଡ଼ିକ ହେଲା ରଣପୁର ବ୍ଳକ ଓ ଓଡ଼ଗାଁ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ସୁରମା ପାଢୀଙ୍କଠାରୁ ୧୬୪୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରମା ପାଢ଼ୀଙ୍କଠାରୁ ୨୧,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫][୬]

ଇତିହାସ[ସମ୍ପାଦନା]

ରଣପୁର ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ l ଏହାକୁ ମଧ୍ୟ ନୟାଗଡ଼ର ପ୍ରଥମ ଶ୍ରୀକ୍ଷେତ୍ର କୁହାଯାଏ l ୧୨ଶ ଶତାବ୍ଦୀରେ ଓଡ଼ିଶାର ରାଜା ଅନଙ୍ଗ ଭୀମଦେବ ତତ୍‍କାଳୀନ ରଣପୁର ରାଜାଙ୍କୁ 'ନରେନ୍ଦ୍ର' ଉପାଧି ପ୍ରଦାନ କରିିଥିଲେ । ରାଜବଂଶାବଳୀରୁ ଜଣାଯାଏ, ୩୬୦୦ ବର୍ଷ ମଧ୍ୟରେ ଏହି ରାଜ୍ୟରେ ୧୧୨ଜଣ ରାଜା ରାଜୁତି କରିସାରିଲେଣି । ଏ ରାଜ୍ୟର କ୍ଷେତ୍ରଫଳ ୨୦୩ ବର୍ଗମାଇଲ । ଏଥିରେ ୨୬୫ଟି ଗ୍ରାମ ଅନ୍ତର୍ଭୁକ୍ତ । ଏଠାରେ ପ୍ରାଚୀନ ପ୍ରଥାରେ ଶାସନ ଚାଲୁଥିଲା । ଏ ରାଜ୍ୟ ସେତେ ଉନ୍ନତ ନଥିଲା । ଓଡି଼ଶା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ହେଉଛନ୍ତି ରଣପୁରର ରାଜମାତା ।[୬]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ରଣାସୁର ନାମରେ ଏକ ରାକ୍ଷସ ଏଠାରେ ବାସ କରୁଥିଲା । ତାରି ନାମାନୁସାରେ ଏ ରାଜ୍ୟର ନାମ ରଣପୁର ହୋଇଛି ବୋଲି ଲୋକବିଶ୍ୱାସ । ପୁରାଣ ଅନୁସାରେ କଳିଯୁଗ ଆରମ୍ଭର ୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଛି ବୋଲି 'କପିଳ ସଂହିତା'ରେ ଉଲ୍ଲେଖ ଅଛି । ଶୁଣାଯାଏ, ବେଣୁ ରାଜବଂଶର ବିଶ୍ୱବାସବ ଏ ରାଜ୍ୟର ପ୍ରତିଷ୍ଠାତା । ମଣିନାଗ ଏ ରାଜ୍ୟର ପ୍ରସିଦ୍ଧ ଦେବତା ।[୬]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ରଣପୁର [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସତ୍ୟନାରାୟଣ ପ୍ରଧାନ ୫୪,୬୪୩ ୪୫.୪୮ -
ଭାଜପା ସୁରମା ପାଢ଼ୀ ୩୩,୦୪୨ ୨୭.୫୦ -
କଂଗ୍ରେସ ରମାକାନ୍ତ ମିଶ୍ର ୨୫,୮୯୮ ୨୧.୫୬ -
ସ୍ୱାଧୀନ ଅନିଲ ଛୋଟରାୟ ୩,୪୯୯ ୨.୯୧ -
ଆରପିଆଇ (ଆ) ଆଶାମଣି ନାୟକ ୭୮୨ ୦.୬୫ -
ସ୍ୱାଧୀନ ପ୍ରିୟବ୍ରତ ପ୍ରହରାଜ ୭୨୬ ୦.୬୦ -
ସ୍ୱାଧୀନ ସତ୍ୟନାରାୟଣ ମିଶ୍ର ୭୨୪ ୦.୬୦ -
ସମୃଦ୍ଧ ଓଡ଼ିଶା ଉମାକାନ୍ତ ମିଶ୍ର ୫୪୦ ୦.୪୫ -
ସ୍ୱାଧୀନ ଜୟକୃଷ୍ଣ ସାହୁ ୨୮୫ ୦.୨୪ -
ଭୋଟ ବ୍ୟବଧାନ ୨୧,୬୦୧ ୧୭.୯୮* -
ମତଦାନ ହାର ୧,୨୦,୧୬୨ ୬୮.୨୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୪]

ସ୍ୱାଧୀନତା ପୂର୍ବରୁ (୧୯୪୬-୫୨): ଅନ୍ତର୍ଯ୍ୟାମୀ ସାହୁ (ନିର୍ଦ୍ଦଳୀୟ)

ଆଧାର[ସମ୍ପାଦନା]

  1. "Ranpur Assembly Election 2009, Orissa". empoweringindia.org. Retrieved 19 June 2013. Constituency: Ranpur (119) District : Nayagarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 21601
  6. ୬.୦ ୬.୧ ୬.୨ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଆମ ଓଡ଼ିଶା.
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  8. "State Elections 2004 - Partywise Comparision for 61-Ranpur Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  9. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf