ନୀଳାଦ୍ରୀ ବିଜେ

ଉଇକିପିଡ଼ିଆ‌ରୁ
(Niladri Bijeରୁ ଲେଉଟି ଆସିଛି)

ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ଜଗନ୍ନାଥ, ବଳଭଦ୍ରସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରୀ ବିଜେ ନାମରେ ଜଣା । ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି । ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି । ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ।

ନୀତି[ସମ୍ପାଦନା]

ନୀଳାଦ୍ରୀ ବିଜେରେ ତିନି ରଥ

ଗହଳ, ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ । ଆରମ୍ଭ ହୁଏ ଲକ୍ଷ୍ମୀଙ୍କର ଅଭିମାନ । ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ଜଗନ୍ନାଥ ରସଗୋଲା ପରସିବା ବିଧି ରହିଛି । ମାନଭଞ୍ଜନ ପରେ ସିଂହଦ୍ୱାର ଫିଟେ ଏବଂ ଦିଅଁମାନେ ରତ୍ନ ସିଂହାସନକୁ ବିଜେ କରନ୍ତି ଗୋଟି ପହଣ୍ଡିରେ । ମାତ୍ର ରଥାରୂଢ଼ ସମୟରେ ହୋଇଥାଏ ଧାଡ଼ି ପହଣ୍ଡି । ଏହି ପହଣ୍ଡିରେ ଗୋଟିଏ ଦିଅଁ ନିନ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ଦିଅଁମାନେ ଯାନ୍ତି ସେଇ ଶୈଳୀରେ । ଏହା ମଧ୍ୟ ଏକ ସ୍ୱତନ୍ତ୍ର ବିଧି । ଏହିଭଳି ଏକ ଅଭୂତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ବିରାଜମାନ କରନ୍ତି ରତ୍ନ ସିଂହାସନରେ । [୧]

ଆଧାର[ସମ୍ପାଦନା]

  1. ଶେଣ, ଡ୍ଃ ସର୍ବେଶ୍ୱର. "ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ". ଊତ୍କଳ ପ୍ରସଙ୍ଗ (ଜୁଲାଇ ୨୦୧୩): ୩୭-୩୯. Retrieved 5 September 2015.

ବାହାର ତଥ୍ୟ[ସମ୍ପାଦନା]