ଅର୍ଜୁନ ଚରଣ ସେଠୀ

ଉଇକିପିଡ଼ିଆ‌ରୁ
(Arjun Charan Sethiରୁ ଲେଉଟି ଆସିଛି)
ଅର୍ଜୁନ ଚରଣ ସେଠୀ
Arjun Charan Sethi Image.jpg
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ - ୧୯୭୭
ପୂର୍ବ ଅଧିକାରୀଧରଣୀଧର ଜେନା
ପର ଅଧିକାରୀବୈରାଗୀ ଜେନା
ନିର୍ବାଚନ ମଣ୍ଡଳୀଭଦ୍ରକ
ସାଂସଦ: ୭ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ - ୧୯୮୪
ପୂର୍ବ ଅଧିକାରୀବୈରାଗୀ ଜେନା
ପର ଅଧିକାରୀଅନନ୍ତ ସେଠୀ
ନିର୍ବାଚନ ମଣ୍ଡଳୀଭଦ୍ରକ
ସାଂସଦ: ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୯୧ - ୧୯୯୬
ପୂର୍ବ ଅଧିକାରୀମଙ୍ଗରାଜ ମଲ୍ଲିକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ - ୧୯୯୧
ପୂର୍ବ ଅଧିକାରୀପଞ୍ଚାନନ ମଣ୍ଡଳ
ପର ଅଧିକାରୀପି.କେ. ଜେନା
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ - ୧୯୯୮
ପୂର୍ବ ଅଧିକାରୀପି.କେ. ଜେନା
ପର ଅଧିକାରୀକୁମାର ଶ୍ରୀ ଚିରଞ୍ଜୀବି
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ସାଂସଦ: ୧୨ଶ, ୧୩ଶ, ୧୪ଶ, ୧୫ଶ ଏବଂ ୧୬ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ - ୨୦୧୯
ପୂର୍ବ ଅଧିକାରୀମୂରଲୀଧର ଜେନା
ପର ଅଧିକାରୀମଞ୍ଜୁଲତା ମଣ୍ଡଳ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-09-18)୧୮ ସେପ୍ଟେମ୍ବର ୧୯୪୧
ବାଲେଶ୍ୱର, ଓଡ଼ିଶା
ମୃତ୍ୟୁ୮ ଜୁନ ୨୦୨୦(2020-06-08) (ବୟସ ୭୮)
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଭଦ୍ରା ସେଠୀ
ଘରଭଦ୍ରକ, ଓଡ଼ିଶା
As of ୨୨ ସେପ୍ଟେମ୍ବର, ୨୦୦୬

ଅର୍ଜୁନ ଚରଣ ସେଠୀ (୧୮ ସେପ୍ଟେମ୍ବର ୧୯୪୧ - ୮ ଜୁନ ୨୦୨୦) ଜଣେ ଭାରତୀୟ ରାଜନେତା । ମୃତ୍ୟୁ ପୂର୍ବରୁ ଭାରତୀୟ ରାଜନୀତିରେ ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।[୧] ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ଦଳବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୧୯୭୧ ମସିହାରେ ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହାପରେ ସେ ୧୯୮୦ ମସିହାରେ ୨ୟ ଥର ପାଇଁ କଂଗ୍ରେସ (ଆଇ) ଦଳରୁ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୩] ଏହାପରେ ୧୯୯୧ ମସିହାରେ ପୁଣିଥରେ ଭଦ୍ରକରୁ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ନିର୍ବାଚିତ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ୨୦୦୦ରୁ ୨୦୦୪ ଯାଏଁ ଜଳ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୮ ଜୁନ ୨୦୨୦ରେ ସେ ୭୮ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୫]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅର୍ଜୁନ ସେଠୀ ୧୯୨୮ ମସିହାର ଜୁଲାଇ ମାସ ୨୮ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୬] ତାଙ୍କ ବାପାଙ୍କ ନାମ ଶ୍ରୀମୁଖ ସେଠୀ ଓ ପତ୍ନୀଙ୍କ ନାମ ସୁଭଦ୍ରା ସେଠୀ ।[୬] ଅର୍ଜୁନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଇତିହାସରେ ସ୍ନାତକ ।[୬] ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଜଣେ ଶିକ୍ଷାକ ଭାବରେ କାର୍ଯ୍ୟ କରୁଥିଲେ ।[୬] ତାଙ୍କ ପୁଅ ଅଭିମନ୍ୟୁ ସେଠୀ ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।[୭]

ରାଜନୈତିକ ଜୀବନ[ସମ୍ପାଦନା]

ଅର୍ଜୁନ ଛାତ୍ର ଜୀବନରେ ୧୯୬୪ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ ।[୬] ସେତେବେଳେ ସେ ଛାତ୍ର ଆନ୍ଦୋଳନ ସମୟରେ ଗିରଫ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୭୮ ମସିହାରେ ଇନ୍ଦିରା ଗାନ୍ଧୀଙ୍କର ଉପ-ନିର୍ବାଚନରେ ବିଜୟ ବେଳେ ପୁଣିଥରେ ଗିରଫ ହୋଇଥିଲେ ।[୬]

ସେ ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୧୯୭୧ ମସିହାରେ ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହାପରେ ସେ ଇନ୍ଦିରା ଗାନ୍ଧୀଙ୍କର କଂଗ୍ରେସ ଦଳରେ ଯୋଗଦେଇ ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳ ଛାଡ଼ି ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଜନତା ଦଳର ପ୍ରାର୍ଥୀ ଭାବରେ ୧୯୯୦ ଓ ୧୯୯୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୟୀ ହୋଥିଲେ ମଧ୍ୟ ବିଧାନ ସଭା କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ୧୯୯୧ରେ ଓ ୧୯୯୮ ମସିହାରେ ଉଭୟ ବିଧାନ ସଭାରୁ ଇସ୍ତଫା ଦେଇଥିଲେ ।[୬]

ଏହାପରେ ନବୀନ ପଟ୍ଟନାୟକଙ୍କଦ୍ୱାରା ବିଜୁ ଜନତା ଦଳର ସ୍ଥାପନ କରାଯିବା ପରେ ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଲୋକ ସଭାକୁ ଲଗାତାର ନିର୍ବାଚିତ ହୋଇଥିଲେ ।[୬]

ମୃତ୍ୟୁ[ସମ୍ପାଦନା]

ଅର୍ଜୁନ ଚରଣ ସେଠୀ ୨୦୨୦ ମସିହାର ଜୁନ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Former Union Minister and 8-Time Bhadrak MP Arjun Sethi Passes Away". Odisha Television Ltd. 8 June 2020. Retrieved 9 June 2020.
  2. "Members : Lok Sabha". loksabha.nic.in. Retrieved 21 October 2018.
  3. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ୪ ଅାର୍‍ ୧/୨, ଇଉନିଟ୍‍-୩, ଭୁବନେଶ୍ୱର-୭୫୧୦୦୧: ଆମ ଓଡ଼ିଶା. p. 220. Retrieved 21 October 2018.{{cite book}}: CS1 maint: location (link)
  4. "Members Biographical Sketches Tenth Lok Sabha". loksabha.nic.in. Parliament of India. Retrieved 21 October 2018.
  5. ୫.୦ ୫.୧ "ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ | Sambad". sambad.in. ସମ୍ବାଦ. 8 June 2020. Retrieved 9 June 2020.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ ୬.୮ ୬.୯ "Shri Arjun Charan Sethi". odishaassembly.nic.in. Odisha Assembly. Retrieved 9 June 2020.
  7. Pradhan, Ashok (1 April 2019). "BJP fields Abhimanyu Sethi from Bhadrak Lok Sabha seat - Times of India". The Times of India (in ଇଂରାଜୀ). Retrieved 9 June 2020.

ବାହାର ଆଧାର[ସମ୍ପାଦନା]