୧୨ଶ ଲୋକ ସଭା

ଉଇକିପିଡ଼ିଆ‌ରୁ


ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୨ଶ ଲୋକ ସଭାକୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ମାର୍ଚ୍ଚ ୧୯୯୮ରୁ ୨୬ ଅପ୍ରେଲ ୧୯୯୯ । ୧୯୯୮ ସାଧାରଣ ନିର୍ବାଚନ ଫେବୃଆରୀ-ମାର୍ଚ୍ଚ ୧୯୯୮ରେ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଏହି ଲୋକ ସଭା ନିର୍ବାଚନରେ ପୂର୍ବ ଦୁଇ ଲୋକ ସଭା ୧୦ମ ଲୋକ ସଭା୧୧ଶ ଲୋକ ସଭା ଭଳି ଝୁଲା ସରକାର ହୋଇଥିଲା, କାରଣ କୌଣସି ନିର୍ଦ୍ଦିଷ୍ଟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ । ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ହୋଇଥିଲେ, ମାତ୍ର ସ୍ପଷ୍ଟ ଜନାଦେଶ ନ ହେବାରୁ ତାଙ୍କର ସରକାର ମାତ୍ର ୧୩ ମାସ ଚାଲିଥିଲା । ଏ.ଆଇ.ଏ ଡି.ଏମ୍.କେର ସମର୍ଥନ ପ୍ରତ୍ୟାହାର ପରେ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ପାଇଁ ସମର୍ଥନ ଦେଇ ନଥିଲେ ।[୨] ଅଟଳ ବିହାରୀ ବାଜପେୟୀଙ୍କର ଇସ୍ତଫା ପରେ ରାଷ୍ଟ୍ରପତି କେ. ଆର. ନାରାୟଣନ ଲୋକ ସଭାର ବିରୋଧୀ ଦଳର ନେତା ସୋନିଆ ଗାନ୍ଧୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଥିଲେ, ମାତ୍ର ସେମାନେ ମଧ୍ୟ ସଂଖ୍ୟା ଗରିଷ୍ଠତା ପାଇଁ ସମର୍ଥନ ପାଇନଥିଲେ । ଫଳରେ ରାଷ୍ଟ୍ରପତି ଏହି ଲୋକ ସଭାକୁ ଭାଙ୍ଗିଦେଇଥିଲେ । ଏହାପରେ ୧୯୯୯ ମସିହାରେ ଦେଶରେ ୧୩ଶ ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ଏକ ସ୍ଥାୟୀ ସରକାର ଗଠନ ହୋଇଥିଲା ଏବଂ ପାଞ୍ଚବର୍ଷଯାଏଁ କାର୍ଯ୍ୟ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ[ସମ୍ପାଦନା]

କ୍ରମିକ ସଂଖ୍ୟା ପଦ ନାମ କାର୍ଯ୍ୟ-ଆରମ୍ଭ କାର୍ଯ୍ୟ-ଶେଷ କାର୍ଯ୍ୟକାଳ ଦିନ
୦୧ ବାଚସ୍ପତି ଜି. ଏମ୍. ସି. ବାଳଯୋଗୀ ୨୪ ମାର୍ଚ୍ଚ ୧୯୯୮ ୨୨ ଅକ୍ଟୋବର ୧୯୯୯ ୫୭୭
୦୨ ଉପ-ବାଚସ୍ପତି ପି ଏମ୍ ସଇଦ୍ ୧୭ ଡିସେମ୍ବର ୧୯୯୮ ୨୬ ଅପ୍ରେଲ ୧୯୯୯ ୧୩୦
୦୩ ମହା ସଚିବ ଏସ୍. ଗୋପାଳନ୍

ଜି ସି ମାଲହୋତ୍ରା

୧୫ ଜୁଲାଇ ୧୯୯୬

୧୪ ଜୁଲାଇ ୧୯୯୯

୧୪ ଜୁଲାଇ ୧୯୯୯

୨୮ ଜୁଲାଇ ୨୦୦୫

୧,୦୯୪

୨,୨୦୬[୩]

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ[ସମ୍ପାଦନା]

S.No. Party Name Party flag Number of MPs
ଭାରତୀୟ ଜନତା ପାର୍ଟି ୧୮୨
ଭାରତୀୟ ଜାତୀୟ କଂଗ୍ରେସ ୧୪୧
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) South Asian Communist Banner.svg ୩୨
ସମାଜବାଦୀ ପାର୍ଟି ୨୦
ଏ.ଆଇ.ଏ ଡି.ଏମ୍.କେ ୧୮
ରାଷ୍ଟ୍ରିଅ ଜନତା ଦଳ RJD Flag.svg ୧୭
ସମତା ପାର୍ଟି ୧୨
ତେଲୁଗୁ ଦେଶମ ପାର୍ଟି TDPFlag.PNG ୧୨
ବିଜୁ ଜନତା ଦଳ Biju Janata Dal.jpg
୧୦ ଭାରତୀୟ କମ୍ୟୁନିଷ୍ଟ ପାର୍ଟି South Asian Communist Banner.svg
୧୧ ଶ୍ରୀରମଣୀ ଅକାଳୀ ଦଳ
୧୨ ପଶ୍ଚିମ ବଙ୍ଗ ତୃଣମୂଳ କଂଗ୍ରେସ All India Trinamool Congress flag.svg
୧୩ ଡି.ଏମ୍.କେ Flag DMK.svg
୧୪ ସ୍ୱାଧୀନ No flag.svg 6
୧୫ ଜନତା ଦଳ Janata Dal symbol.svg
୧୬ ଶିବ ସେନା
୧୭ ବହୁଜନ ସମାଜ ପାର୍ଟି Elephant Bahujan Samaj Party.svg
୧୮ ଆର୍.ଏସ୍.ପି RSP-flag.svg
୧୯ ହରିୟାଣା ଲୋକ ଦଳ (ରାଷ୍ଟ୍ରିୟ)
୨୦ ପି.ଏମ୍.କେ. PMK.svg
୨୧ ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆ Flag of various Republican Parties of India.svg
୨୨ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ କନ୍‌ଫରେନ୍ସ JKNC-flag.svg
୨୩ ଲୋକ ଶକ୍ତି
୨୪ ଏମ୍.ଡି.ଏମ୍.କେ. MDMK.svg
୨୫ ଟି.ଏମ୍.ସି.
୨୬ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୨୭ ଅରୁଣାଞ୍ଚଳ କଂଗ୍ରେସ
୨୮ ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍ Flag of the Indian Union Muslim League.svg
୨୯ ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ
୩୦ ଏଆଇଏମ୍ଆଇଏମ୍ No flag.svg
୩୧ ଅଲ୍ ଇଣ୍ଡିଆ ରାଷ୍ଟ୍ରିୟ ଜନତା ପାର୍ଟି
୩୨ ଅଟୋନୋମନସ୍ ଷ୍ଟେଟ୍ ଡିମାଣ୍ଡ କମିଟି
୩୩ ହରିୟାଣା ବିକାଶ ଦଳ
୩୪ ଜନତା ପାର୍ଟି
୩୫ କେରଳ କଂଗ୍ରେସ Kerala Congress(m) Flag
୩୬ ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି Indian Election Symbol Cultivator Cutting Crop.svg
୩୭ ଭାରତୀୟ କୃଷକ ଓ କର୍ମଚାରୀ ଦଳ
୩୮ ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ)
୩୯ ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟ Sikkim-Democratic-Front-flag.svg
୪୦ ଇଉନାଇଟେଡ୍ ମାଇନରିଟିଜ୍ ଫ୍ରଣ୍ଟ, ଆସାମ

ଆଧାର[ସମ୍ପାଦନା]

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. BBC World Service (19 April 1999). "Jayalalitha: Actress-turned-politician". BBC News. Retrieved 11 December 2008.
  3. "Twelfth Lok Sabha". Lok Sabha Secretariat, New Delhi.

ବାହାର ଆଧାର[ସମ୍ପାଦନା]