ହେମେନ୍ଦ୍ର ଚନ୍ଦ୍ର ସିଂହ

ଉଇକିପିଡ଼ିଆ‌ରୁ
ହେମେନ୍ଦ୍ର ଚନ୍ଦ୍ର ସିଂହ
ସାଂସଦ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୪ – ୫ ସେପ୍ଟେମ୍ବର ୨୦୧୪
ପୂର୍ବ ଅଧିକାରୀରୁଦ୍ର ମାଧବ ରାୟ
ପର ଅଧିକାରୀପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ନିର୍ବାଚନ ମଣ୍ଡଳୀକନ୍ଧମାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1967-09-29)୨୯ ସେପ୍ଟେମ୍ବର ୧୯୬୭
ମୃତ୍ୟୁ୫ ସେପ୍ଟେମ୍ବର ୨୦୧୪(2014-09-05) (ବୟସ ୪୬)
ଭୁବନେଶ୍ୱର
ମୃତ୍ୟୁର କାରଣହୃଦ୍‌ଘାତସେପ୍ସିସ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ସନ୍ତାନଦକ୍ଷୟନୀ ମଞ୍ଜରୀ ସିଂହ, ଅରଣ୍ୟରାଜ କିଶୋର ସିଂହ
ଶିକ୍ଷାନୁଷ୍ଠାନରାଜକୁମାର କଲେଜ, ରାୟପୁର
ପେଷାରାଜନେତା

ହେମେନ୍ଦ୍ର ଚନ୍ଦ୍ର ସିଂହ (୨୯ ସେପ୍ଟେମ୍ବର ୧୯୬୭ – ୫ ସେପ୍ଟେମ୍ବର ୨୦୧୪) ଜଣେ ଭାରତୀୟ ରାଜନେତା ଥିଲେ । ସେ ୨୦୧୪ ଭାରତୀୟ ସାଧାରନ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ ଓ ପରିବାର[ସମ୍ପାଦନା]

ମହାରାଜା ବି.କେ. ସିଂହ ଓ ମହାରାଣୀ ଲୋକ୍ରାଜୟାଙ୍କର ୨ୟ ସନ୍ତାନ ଭାବରେ ହେମେନ୍ଦ୍ର ନୟାଗଡ଼ର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବଡ଼ ଭାଇ ଗଜେନ୍ଦ୍ର ଚନ୍ଦ୍ର ସିଂହ । ସେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ମୃତ୍ୟୁ ପରେ ଉପ-ନିର୍ବାଚନରେ ବିଜୟୀ ହୋଇ ସାଂସଦ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ହେମେନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରଥମ ଭାରତୀୟ କଂଗ୍ରେସର ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଥିଲେ । ଫେବୃଆରୀ ୨୦୧୪ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।[୨]

୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୯,୭୫୯ ଖଣ୍ଡ ଭୋଟ ପାଇଥିଲେ, ମାତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁଠାରୁ ୨୭,୩୪୧ ଭୋଟରେ ପରାଜିତ ହୋଇଥିଲେ ।[୩]

୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ହରିହର କରଣଙ୍କୁ ୧,୮୧,୦୧୭ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ଲୋକ ସଭାରେ ସେ ସାଂସଦ ଭାବରେ ତାଙ୍କର ମୃତ୍ୟୁ ଯାଏଁ କାମ କରିଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ହୃଦ୍‌ଘାତସେପ୍ସିସରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧିନ ଥିବେଳେ[୫] ୨୦୧୪ ମସିହାର ସେପ୍ଟେମ୍ବର ୫ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।[୬][୭] ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Constituencywise Trends". Election Commission of India. Archived from the original on 28 May 2014. Retrieved 18 May 2014.
  2. Dehury, Chinmaya. "Hemendra Singh joins BJD". Odisha Sun Times. Retrieved 18 May 2014.
  3. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 27341
  4. "ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ". ETV Bharat News. 6 September 2022. Archived from the original on 5 September 2023. Retrieved 5 September 2023.
  5. "BJD MP Hamendra Chandra Singh dies, four days after suffering heart attack". The Indian Express. Retrieved 5 September 2014.
  6. "BJD MP Hemendra Singh passes away". ABP News. Retrieved 5 September 2014.
  7. "BJD MP Hemendra Chandra Singh dead". The Hindu. Retrieved 5 September 2014.
  8. "Kandhamal MP Hemendra Singh dies at age 47". Odisha TV. Archived from the original on 5 September 2014. Retrieved 5 September 2014.

ବାହାର ଆଧାର[ସମ୍ପାଦନା]