ବ୍ରଜ କିଶୋର ତ୍ରିପାଠୀ
ବ୍ରଜ କିଶୋର ତ୍ରିପାଠୀ | |
---|---|
ସାଂସଦ: ୧୨ଶ, ୧୩ଶ, ୧୪ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୮ – ୨୦୦୯ | |
ପୂର୍ବ ଅଧିକାରୀ | ପିନାକି ମିଶ୍ର |
ପର ଅଧିକାରୀ | ପିନାକି ମିଶ୍ର |
ନିର୍ବାଚନ ମଣ୍ଡଳୀ | ପୁରୀ |
ସାଂସଦ: ୧୦ମ ଲୋକ ସଭା | |
କାର୍ଯ୍ୟକାଳ ୧୯୯୧ – ୧୯୯୬ | |
ପୂର୍ବ ଅଧିକାରୀ | ବ୍ରଜମୋହନ ମହାନ୍ତି |
ପର ଅଧିକାରୀ | ପିନାକି ମିଶ୍ର |
ନିର୍ବାଚନ ମଣ୍ଡଳୀ | ପୁରୀ |
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧ ଜୁଲାଇ ୧୯୯୧ | |
ପୂର୍ବ ଅଧିକାରୀ | ଗଦାଧର ମିଶ୍ର |
ପର ଅଧିକାରୀ | ଉମା ବଲ୍ଲଭ ରଥ |
ନିର୍ବାଚନ ମଣ୍ଡଳୀ | ପୁରୀ |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ବ୍ରଜ ମୋହନ ମହାନ୍ତି |
ପର ଅଧିକାରୀ | ଗଦାଧର ମିଶ୍ର |
ନିର୍ବାଚନ ମଣ୍ଡଳୀ | ପୁରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ସେପ୍ଟେମ୍ବର ୧୯୪୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ଜନତା ପାର୍ଟି |
ଜୀବନ ସାଥୀ | ହେମଲତା ଦେବୀ |
ବାପା/ବୋଉ | ବାଲୁଙ୍କେଶ୍ୱର ତ୍ରିପାଠୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବ୍ରଜ କିଶୋର ତ୍ରିପାଠୀ (ଜନ୍ମ: ୨୫ ସେପ୍ଟେମ୍ବର ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାର ସାଂସଦ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୧୯୭୭, ୧୯୮୫ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୧, ୧୯୯୮, ୧୯୯୯ ଓ ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୨ଶ, ୧୩ଶ ଓ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବ୍ରଜ କିଶୋର ତ୍ରିପାଠୀ ୧୯୪୭ ମସିହାର ସେପ୍ଟେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଲୁଙ୍କେଶ୍ୱର ତ୍ରିପାଠୀ ଓ ପତ୍ନୀଙ୍କ ନାମ ହେମଲତା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବ୍ରଜ କିଶୋର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ପାର୍ଟି ଓ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ପୁରୀ | ଜନତା ପାର୍ଟି |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ପୁରୀ | ଜନତା ଦଳ |
୧୯୯୦ | ୧ ଜୁଲାଇ ୧୯୯୧ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ପୁରୀ | ଜନତା ଦଳ |
ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୧ | ୧୯୯୬ | ସଭ୍ୟ, ୧୦ମ ଲୋକ ସଭା | ପୁରୀ | ଜନତା ଦଳ |
୧୯୯୮ | ୧୯୯୮ | ସଭ୍ୟ, ୧୨ଶ ଲୋକ ସଭା | ପୁରୀ | ବିଜୁ ଜନତା ଦଳ |
୧୯୯୯ | ୨୦୦୪ | ସଭ୍ୟ, ୧୩ଶ ଲୋକ ସଭା | ପୁରୀ | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୪ଶ ଲୋକ ସଭା | ପୁରୀ | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Brajakishore Tripathy". odishaassembly.nic.in. Odisha Assembly. Retrieved 4 March 2021.