କୁମାର ଶ୍ରୀ ଚିରଞ୍ଜୀବି

ଉଇକିପିଡ଼ିଆ‌ରୁ
କୁମାର ଶ୍ରୀ ଚିରଞ୍ଜୀବି
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ ନିର୍ବାଚନ)
କାର୍ଯ୍ୟକାଳ
୧୯୯୮ – ୨୦୦୦
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ
ପର ଅଧିକାରୀରଥ ଦାସ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମଗର୍ଷଙ୍ଗ, ବାଲେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଅନନ୍ତ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

କୁମାର ଶ୍ରୀ ଚିରଞ୍ଜୀବି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୯୮ ମସିହାରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଚିରଞ୍ଜୀବି ଓଡ଼ିଆ ରାଜନେତା ଅନନ୍ତ ସେଠୀଙ୍କର ପୁଅ ।

ରାଜନୈତିକ ଜୀବନ[ସମ୍ପାଦନା]

କୁମାର ଶ୍ରୀ ଚିରଞ୍ଜୀବି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୩]

୧୯୯୮ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାରେ ବିଧାୟକ ଥିବା ଅର୍ଜୁନ ଚରଣ ସେଠୀ ନିର୍ବାଚନ ଲଢ଼ିଥିଲେ । ସେ ବିଜୟୀ ହୋଇ ୧୨ଶ ଲୋକ ସଭାକୁ ଚାଲିଯିବାପରେ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପଦଟି ଖାଲି ପଡ଼ିଥିଲା । ଫଳରେ ୩ ଜୁନ ୧୯୯୮ରେ ଖୋର୍ଦ୍ଧା, ଜୁନାଗଡ଼, ବରଗଡ଼ବଣାଇ ବିଧାନ ସଭା ଆସନ ସହ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୪]

ଏହି ଉପ-ନିର୍ବାଚନରେ ଶ୍ରୀ ଚିରଞ୍ଜୀବି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ୮ ଜୁନ ୧୯୯୮ରେ ସେ ଶପଥ ପାଠ କରିଥିଲେ ଏବଂ ୨୦୦୦ ମସିହାରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ସେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. "କର୍ମୀଙ୍କ ଆଖି ନେତାଙ୍କ ଉପରେ, ନେତାଙ୍କ ଆଖି ଟିକେଟ୍‌ରେ" (PDF). ସମ୍ବାଦ. 27 October 2018. Archived from the original (PDF) on 7 April 2019. Retrieved 7 April 2019.
  2. "MLA Kumar Shree Chiranjibi(Bye) Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-05.
  3. "Shri Kumar Shree Chiranjibi". odishaassembly.nic.in. Odisha Assembly. Retrieved 5 April 2019.
  4. ୪.୦ ୪.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୨ୟ ସଂସ୍କରଣ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮୧. Retrieved 5 April 2019.
  5. "MLA Kumar Shree Chiranjibi(Bye) Profile | BHANDARIPOKHARI Constituency". www.odishahelpline.com. Retrieved 2019-04-05.