ଖାରବେଳ ସ୍ୱାଇଁ

ଉଇକିପିଡ଼ିଆ ରୁ
Jump to navigation Jump to search
ମହାମେଘବାହାନ ଐର ଖାରବେଳ ସ୍ୱାଇଁ
ସାଂସଦ: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୯୮ – ୨୦୦୯
ପୂର୍ବ ଅଧିକାରୀକାର୍ତ୍ତିକ ମହାପାତ୍ର
ପର ଅଧିକାରୀଶ୍ରୀକାନ୍ତ କୁମାର ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-10-25) ୨୫ ଅକ୍ଟୋବର ୧୯୫୩ (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀକଳ୍ପନା ପରିଡ଼ା
ସନ୍ତାନ୧ ପୁଅ
ବାପା/ମା'ପୀତାମ୍ବର ସ୍ୱାଇଁ (ବାପା)
ସରସ୍ୱତୀ ସ୍ୱାଇଁ (ମାଆ)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ମହାମେଘ ବାହାନ ଐର ଖାରବେଳ ସ୍ୱାଇଁ (ଜନ୍ମ: ୨୫ ଅକ୍ଟୋବର ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୯୮, ୧୯୯୯ ଓ ୨୦୦୪ ମସିହାରେ ସେ ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ଖାରବେଳେ ସ୍ୱାଇଁ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ, ମାତ୍ର ପରେ ପୁଣିଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଖାରବେଳ ସ୍ୱାଇଁ ୧୯୫୩ ମସିହାର ଅକ୍ଟୋବର ମାସ ୨୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ପୀତାମ୍ବର ସ୍ୱାଇଁ ଏବଂ ମାଆଙ୍କ ନାମ ସରସ୍ୱତୀ ସ୍ୱାଇଁ ।[୩] ସେ ରାଜନୀତି ବିଜ୍ଞାନ ଏବଂ ଓଡ଼ିଆ ବିଭାଗରେ କଳାରେ ସ୍ନାତକୋତ୍ତର କରିଥିଲେ ।[୧] ସେ ୧୯୮୦ ମସିହାରେ ଭାରତୀୟ ପ୍ରଶାସନିକ ସେବା(ଆଲାଏଡ଼ ସର୍ଭିସେସ)ରେ ଯୋଗ ଦେଇ, ଭାରତୀୟ ରେଳ ବିଭାଗରେ କାମ କରିଥିଲେ । ୧୯୮୮ରେ ସେ ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ ।[୪] ଖବରକାଗଜ ସମ୍ପାଦନା ଏବଂ ସମାଜସେବୀ ସହିତ ସେ ଜଡିତ ରହିଛନ୍ତି ।[୧] ତାଙ୍କ ପତ୍ନୀଙ୍କ ନାମ କଳ୍ପନା ପରିଡ଼ା । ତାଙ୍କର ଗୋଟିଏ ପୁଅ ଅଛି ।

ସାହିତ୍ୟରେ ଅବଦାନ[ସମ୍ପାଦନା]

ଖାରବେଳ ସ୍ୱାଇଁଙ୍କ ରଚିତ ଆଲେଖ ବିଭିନ୍ନ ପତ୍ରିକା ଆଦିରେ ପ୍ରକାଶ ପାଇଛି ।[୧] ଏଥି ସହ ସେ ଏକ ସାପ୍ତାହିକ ଖବର କାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୧]

ଅନ୍ୟ ଲୋକ ଅନ୍ୟ ଇଲାକା ଓ କ୍ଷୁଦ୍ରଗଳ୍ପର ସମାହାର ବାବୁ ଆସିଥିଲେ ଭଳି ପୁସ୍ତକର ସେ ରଚନା କରିଛନ୍ତି ।[୩]

ରାଜନୈତି ଜୀବନ[ସମ୍ପାଦନା]

ଖାରବେଳେ ସ୍ୱାଇଁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ବିଜେପି ଛାଡ଼ି ଉତ୍କଳ ଭାରତ ନାମକ ଏକ ରାଜନୈତି ଦଳର ଗଠନ କରିଥିଲେ ।[୫] ମାତ୍ର ପରେ ପୁଣିଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୫] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୩]

୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ଖାରବେଳ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ପୁଣିଥରେ ବିଜେପିର ପ୍ରାର୍ଥୀ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୯ ଓ ୨୦୦୪ ମସିହାରେ ଯଥାକ୍ରମେ ୧୩ଶ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Mahameghabahan Aira Kharavela Swain". odishaassembly.nic.in. Odisha Assembly. Retrieved 18 May 2019.
  2. "Kharvel Swain floats new political party 'Utkal Bharat'". odishatoday.com. 2011. Retrieved 17 May 2012. Kharvel Swain floated a new political party as Utkal Bharat.
  3. ୩.୦ ୩.୧ ୩.୨ ୩.୩ ୩.୪ "Members : Lok Sabha". 164.100.47.194. Retrieved 2019-05-19.
  4. "Two MPs from Orissa among the top 5 opposition MPs (TOI)". www.orissalinks.com. www.orissalinks.com. Archived from the original on 18 July 2020. Retrieved 18 July 2020.
  5. ୫.୦ ୫.୧ "Utkal Bharat founder Kharavela Swain returns to BJP in Odisha | OdishaSunTimes.com". odishasuntimes.com (in ଇଂରାଜୀ). Odisha Sun Times. 25 March 2019. Archived from the original on 2019-05-19. Retrieved 2019-05-19.