ମୂରଲୀଧର ଜେନା
ମୂରଲୀଧର ଜେନା | |
---|---|
ନିର୍ବାଚନ ମଣ୍ଡଳୀ | ଧାମନଗର |
ବିଧାୟକ: ୨ୟ ଓ ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୭ ଡିସେମ୍ବର ୧୯୬୬ | |
ପୂର୍ବ ଅଧିକାରୀ | ନୀଳମଣି ରାଉତରାୟ |
ପର ଅଧିକାରୀ | ସତ୍ୟଭାମା ଦେଇ |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସତ୍ୟଭାମା ଦେଇ |
ସନ୍ତାନ | ୧ ପୁଅ, ୨ଝିଅ |
ବୃତ୍ତି | ରାଜନୀତିଜ୍ଞ |
ମୂରଲୀଧର ଜେନା (ମୃତ୍ୟୁ: ୭ ଡିସେମ୍ବର ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ମୂରଲୀଧର ୧୯୫୭ ମସିହାରେ ୨ୟ ଓଡ଼ିଶା ବିଧାନ ସଭାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ପୁଣିଥରେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଶିକ୍ଷା ଓ ପରିବାର
[ସମ୍ପାଦନା]ମୂରଲୀଧର ଜେନା ବିଜ୍ଞାନରେ ସ୍ନାତକ କରିଥିଲେ ଏବଂ ପରେ ଜଣେ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ସତ୍ୟଭାମା ଦେଇଙ୍କୁ ବିବାହ କରିଥିଲେ ।[୨] ତାଙ୍କ ପତ୍ନୀ ସତ୍ୟଭାମା ଦେଇ ତାଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୪ର୍ଥ ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ମୂରଲୀଧର ଜେନା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ସେ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ଧାମନଗରରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୭ ଡିସେମ୍ବର ୧୯୬୬ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହେବାଯାଏଁ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]୧୯୬୬ ମସିହାର ଡିସେମ୍ବର ମାସ ୭ ତାରିଖରେ ମୂରଲୀଧର ଜେନା ମୃତ୍ୟୁବରଣ କରିଥିଲେ ।[୩] ୨୩ ମାର୍ଚ୍ଚ ୧୯୬୭ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକସଭାର ଆୟୋଜନ କରାଯାଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Late Muralidhar Jena". odishaassembly.nic.in. Odisha Assembly. Retrieved 3 April 2019.
- ↑ ୨.୦ ୨.୧ "MLA Muralidhar Jena Profile | DHAMNAGAR Constituency". odishahelpline.com. Retrieved 2019-04-03.
- ↑ "MLA Muralidhar Jena Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-03.