ବଳଭଦ୍ର ମାଝୀ

ଉଇକିପିଡ଼ିଆ‌ରୁ
ବଳଭଦ୍ର ମାଝୀ
ସାଂସଦ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀପ୍ରଦୀପ କୁମାର ମାଝୀ
ପର ଅଧିକାରୀରମେଶ ଚନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-02-09) ୯ ଫେବୃଆରୀ ୧୯୬୧ (ବୟସ ୬୨)
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀଅମ୍ରିତା ମାଝୀ
ଶିକ୍ଷାନୁଷ୍ଠାନଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା
ପେଷାରାଜନୀତିଜ୍ଞ

ବଳଭଦ୍ର ମାଝୀ (୯ ଫେବୃଆରୀ ୧୯୬୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ମାର୍ଚ୍ଚ ୨୦୧୯ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ବଳଭଦ୍ର ମାଝୀ ୧୯୬୧ ମସିହାର ଫେବୃଆରୀ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଅମିତ୍ରା ମାଝୀ । ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରୁ ସଭିଲ୍ ଇଞ୍ଜିନିୟରିଂ କରିବାପରେ ୨୦୧୪ ମସିହାଯାଏଁ ଭାରତୀୟ ରେଳ ବିଭାଗରେ ଚାକିରୀ କରୁଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ବଳଭଦ୍ର ଚାକିରୀରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୪ ଭାରତୀୟ ସାଧାରଣ ନିର୍ବାଚରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି ଲୋକ ସଭାରେ କାର୍ଯ୍ୟ କରିଥିଲେ ।

୨୦୧୯ ମସିହାର ମାର୍ଚ୍ଚ ମାସରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨]

ଆଧାର[ସମ୍ପାଦନା]

  1. "h Trends". Election Commission of India. Retrieved 18 May 2014.
  2. Pradhan, Ashok (16 March 2019). "Two days after leaving BJD, MP Balabhadra Majhi joins BJP | Bhubaneswar News - Times of India". The Times of India (in English). Bhubaneswar. Retrieved 31 May 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]